ବିକ୍କିଙ୍କୁ ହଳଦୀ ବୋଳିଲେ କ୍ୟାଟ୍‌, ସାମ୍ନାକୁ ଆସିଲା ଫଟୋ

ମୁମ୍ବାଇ: ବିକ୍କିଙ୍କ ମୁହଁରେ ହଳଦୀ ବୋଳିଲେ କ୍ୟାଟ୍‌। କେବଳ ସେତିକି ନୁହେଁ ବିକ୍କି ମଧ୍ୟ କ୍ୟାଟ୍‌ଙ୍କୁ ଲଗାଇଲେ ହଳଦୀ। ବଲିଉଡର କ୍ୟାଟ୍ରିନା କୈଫ ଏବେ ପାଲଟି ଯାଇଛନ୍ତି ମିସେସ୍‌ ବିକ୍କି କୌଶାଲ। ସରିଛି ଉଭୟଙ୍କ ବିବାହ। ତେବେ ନିଜ ବିବାହ ସେରିମୋନିଙ୍କୁ ଅତ୍ୟନ୍ତ ସିକ୍ରେଟ୍‌ ରଖିଥିବା ଏହି ଦମ୍ପତ୍ତିଙ୍କ ଏବେ ଗୋଟିଏ ପରେ ଗୋଟିଏ ୱେଡିଂ ଫଟୋ ସାମ୍ନାକୁ ଆସୁଛି। ବିବାହ ଫଟୋ ପରେ ଏବେ ହଳଦୀ ଫଟୋ ସାମ୍ନାକୁ ଆସିଛି। ଯାହା ସୋଶାଲ ମିଡିଆରେ ଭାଇରାଲ […]

vicky-katrina haldi

Madhupriya Mistry
  • Published: Saturday, 11 December 2021
  • , Updated: 11 December 2021, 01:20 PM IST

ମୁମ୍ବାଇ: ବିକ୍କିଙ୍କ ମୁହଁରେ ହଳଦୀ ବୋଳିଲେ କ୍ୟାଟ୍‌। କେବଳ ସେତିକି ନୁହେଁ ବିକ୍କି ମଧ୍ୟ କ୍ୟାଟ୍‌ଙ୍କୁ ଲଗାଇଲେ ହଳଦୀ। ବଲିଉଡର କ୍ୟାଟ୍ରିନା କୈଫ ଏବେ ପାଲଟି ଯାଇଛନ୍ତି ମିସେସ୍‌ ବିକ୍କି କୌଶାଲ। ସରିଛି ଉଭୟଙ୍କ ବିବାହ। ତେବେ ନିଜ ବିବାହ ସେରିମୋନିଙ୍କୁ ଅତ୍ୟନ୍ତ ସିକ୍ରେଟ୍‌ ରଖିଥିବା ଏହି ଦମ୍ପତ୍ତିଙ୍କ ଏବେ ଗୋଟିଏ ପରେ ଗୋଟିଏ ୱେଡିଂ ଫଟୋ ସାମ୍ନାକୁ ଆସୁଛି। ବିବାହ ଫଟୋ ପରେ ଏବେ ହଳଦୀ ଫଟୋ ସାମ୍ନାକୁ ଆସିଛି। ଯାହା ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଗତ ୯ ତାରିଖରେ ରାଜସ୍ଥାନ ଜୋଧପୁର ସ୍ଥିତ ସିକ୍ସ ସେନ୍ସ ଫର୍ଟରେ ବିକ୍କି ଓ କ୍ୟାଟ୍ରିନାଙ୍କ ବିବାହ ହୋଇଥିଲା। ଦୁହେଁ ହିନ୍ଦୁ ରୀତିନୀତି ଅନୁଯାୟୀ ନେଇଥିଲେ ସାତ ଫେରା। ତାଙ୍କ ବିବାହ ଫଟୋ ସାମ୍ନାକୁ ଆସିବା ପରେ ଫ୍ୟାନ୍‌ମାନଙ୍କ ହୃଦୟ ଜିତି ନେଇଥିଲା। ଏବେ ବିବାହ ପୂର୍ବରୁ ହଳଦୀ ସେରିମୋନୀର ଫଟୋକୁ ଫ୍ୟାନ୍‌ମାନଙ୍କ ପାଇଁ ଶେଆର କରିଛନ୍ତି  ବିକ୍କି-କ୍ୟାଟ୍‌।

ଫଟୋରେ ବିକ୍କି ଏବଂ କ୍ୟାଟ୍ରିନାଙ୍କ ଜବରଦସ୍ତ କେମେଷ୍ଟ୍ରି ଦେଖିବାକୁ ମିଳିଛି। ଫଟୋକୁ ଶେଆର କରି କ୍ୟାପସନ୍‌ରେ 'ଅପେକ୍ଷା ଓ ଖୁସି' ବୋଲି ଲେଖିଛନ୍ତି କୌଶାଲ ଦମ୍ପତ୍ତି।

ବିକ୍କି-କ୍ୟାଟ୍‌ଙ୍କ ହଳଦୀ ସେରିମୋନି ହଳଦିଆ ରଙ୍ଗର ଡ୍ରେସ୍‌ ଥିମ୍‌ ଉପରେ ଆଧାରିତ ଥିଲା। ସମାରୋହରେ ଯୋଗ ଦେଇଥିବା ସମସ୍ତ ଅତିଥି ହଳଦିଆ ରଙ୍ଗର ଡ୍ରେସ୍‌ କୋଡ୍‌ ପାଳନ କରିଥିଲେ। ଡିସେମ୍ବର ୮ ତାରିଖ ସନ୍ଧ୍ୟାରେ ସଙ୍ଗୀତ ସେରିମୋନି ଆୟୋଜିତ ହୋଇଥିଲା। ଏଥିରେ ବଲିଉଡର ନାମୀ ଦାମୀ ଗାୟକ ଶଙ୍କର ମହାଦେବନ, ଏହସାନ ନୁରାନି, ଗୁରଦାସ ମାନ୍‌, ହାର୍ଡି ସନ୍ଧୁ ପ୍ରମୁଖ ଯୋଗ ଦେଇ ଏହି ଦମ୍ପତ୍ତିଙ୍କ ପାଇଁ ଗୀତ ଗାଇଥିଲେ।

 

View this post on Instagram

 

A post shared by Vicky Kaushal (@vickykaushal09)

 

View this post on Instagram

 

A post shared by Vicky Kaushal (@vickykaushal09)

Related story