ମହାଠକ ସୁକେଶକୁ ଡେଟିଂ କରୁଥିଲେ ଜ୍ୟାକଲିନ! ରୋମାଣ୍ଟିକ ଫଟୋ ଭାଇରାଲ

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ପର୍ଣ୍ଣାଡିଜଙ୍କ ଅଡ଼ୁଆ ବଢ଼ିଛି। ଜେଲରେ ଥିବା ମହାଠକ ସୁକେଶ ଚନ୍ଦ୍ରଶେଖର ସହ ତାଙ୍କର ନିବିଡ଼ତାକୁ ନେଇ ହଟଚମଟଟ ଲାଗି ରହିଥିବା ବେଳେ ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ଭଳି ଫଟୋ ସାମ୍ନାକୁ ଆସିଛି। ୨୦୦ କୋଟି ଠକେଇ କରିଥିବା ମାମଲାରେ ଜେଲରେ ଥିବା ସୁକେଶଙ୍କ ସହ ଜ୍ୟାକଲିନଙ୍କ ଗୋଟିଏ ରୋମାଣ୍ଟିକ ଫଟୋ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସୁକେଶଙ୍କ କୋଳରେ ଜ୍ୟାକଲିନ ବସିଥିବା ବେଳେ ସେ ତାଙ୍କୁ ପଛପଟୁ କିସ୍‌ କରୁଛନ୍ତି। […]

Jac

Hemant Lenka
  • Published: Friday, 26 November 2021
  • , Updated: 26 November 2021, 10:21 PM IST

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ପର୍ଣ୍ଣାଡିଜଙ୍କ ଅଡ଼ୁଆ ବଢ଼ିଛି। ଜେଲରେ ଥିବା ମହାଠକ ସୁକେଶ ଚନ୍ଦ୍ରଶେଖର ସହ ତାଙ୍କର ନିବିଡ଼ତାକୁ ନେଇ ହଟଚମଟଟ ଲାଗି ରହିଥିବା ବେଳେ ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ଭଳି ଫଟୋ ସାମ୍ନାକୁ ଆସିଛି।

୨୦୦ କୋଟି ଠକେଇ କରିଥିବା ମାମଲାରେ ଜେଲରେ ଥିବା ସୁକେଶଙ୍କ ସହ ଜ୍ୟାକଲିନଙ୍କ ଗୋଟିଏ ରୋମାଣ୍ଟିକ ଫଟୋ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସୁକେଶଙ୍କ କୋଳରେ ଜ୍ୟାକଲିନ ବସିଥିବା ବେଳେ ସେ ତାଙ୍କୁ ପଛପଟୁ କିସ୍‌ କରୁଛନ୍ତି। ଏଥିସହ ସୁକେଶ ଏହାର ସେଲଫି ମଧ୍ୟ ନେଉଛି। ଏହି ଫଟୋରେ କେତେ ସତ୍ୟତା ରହିଛି, ସେକଥା ଜଣାପଡ଼ିନି। କିନ୍ତୁ ଫଟୋ ଭାଇରାଲ ହେବା ପରେ ଜ୍ୟାକଲିନଙ୍କ ଅଡ଼ୁଆ ବଢ଼ିଛି।

ମିଳିଥିବା ସୂଚନା ଅନୁଯାୟୀ, ଚଳିତ ବର୍ଷ ଏପ୍ରିଲ-ମେ’ରେ ଏହି ଫଟୋ ଉଠା ଯାଇଛି। ମହାଠକ ସୁକେଶ ଅନ୍ତରୀଣ ଜାମିନରେ ଜେଲରୁ ବାହାରିଥିବା ବେଳେ ଜ୍ୟାକଲିନଙ୍କୁ ଭେଟିଥିଲା। ଚେନ୍ନାଇରେ ଉଭୟ ପରସ୍ପରୁ ୪ଥର ଦେଖା କରିଥିଲେ। ଏପରି କି ସୁକେଶ ଅଭିନେତ୍ରୀ ଜ୍ୟାକଲିନଙ୍କ ପାଇଁ ପ୍ରାଇଭେଟ ଜେଟ୍‌ର ବ୍ୟବସ୍ଥା ମଧ୍ୟ କରିଥିଲା। ଇଡି ସୂତ୍ରରୁ ଏପରି ଖବର ମିଳିଛି।

ଉକ୍ତ ଫଟୋରେ ସୁକେଶ ହାତରେ ଗୋଟିଏ ଆଇଫୋନ୍ ୧୨ ପ୍ରୋ ଧରିଛି। ଏହି ଫୋନରେ ହିଁ ସେ ଇସ୍ରାଏଲ୍ ସିମ୍ କାର୍ଡ ବ୍ୟବହାର କରି ୨୦୦ କୋଟିର ବଟି ଆଦାୟ କରିଥିଲା। ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଜାମିନରେ ବାହାରିବା ପରେ ମଧ୍ୟ ସୁକେଶ ସମାନ ମୋବାଇଲ୍ ଫୋନ୍ ବ୍ୟବହାର କରୁଥିଲା।

ଚେନ୍ନାଇର ଜଣେ ବଡ଼ ବ୍ୟବସାୟୀ ଭାବେ ପରିଚୟ ଦେଇ ସୁକେଶ ପ୍ରଥମେ ଜ୍ୟାକଲିନଙ୍କ ସହ ବନ୍ଧୁତା ସ୍ଥାପନ କରିଥିଲା। ଏହାପରେ ସେ କୋଟି ଟଙ୍କା ମୂଲ୍ୟର ଉପହାର ଦାଇ ଜ୍ୟାକଲିନଙ୍କ ମନ କିଣିଥିଲା। ଏହି କାରଣରୁ ଗତ ମାସରେ ଜ୍ୟାକଲିନଙ୍କୁ ଇଡି ସମନ କରିଥିଲା।

ଏହି ସମୟରେ ୨୦୦ କୋଟି ଠକେଇ ମାମଲାରେ ଇଡି ତାଙ୍କୁ ପ୍ରାୟ ୭ ଘଣ୍ଟା ଧରି ଜେରା କରିଥିଲା। ସୁକେଶ ଓ ତାଙ୍କ ପତ୍ନୀ ଲୀନା ମାରିଆ ପଲଙ୍କ ବିଷୟରେ ତାଙ୍କୁ ପଚାରା ଉଚରା କରାଯାଇଥିଲା। ଏହା ବାଦ ବ୍ୟାଟ ତଥ୍ୟ ମଗାଯାଇଥିଲା। ଏବେ ଫଟୋ ଆସିବା ପରେ ପୂରା ଘଟଣାରେ ନୂଆ ଟ୍ୱିଷ୍ଟ ଆସିଛି।

ଅନ୍ୟପକ୍ଷରେ ଜ୍ୟାକଲିନଙ୍କ ଅଫିସ ଜାରି କରିଥିବା ଗୋଟିଏ ବିବୃତିରେ କୁହାଯାଇଛି ଯେ ଇଡି ପକ୍ଷରୁ ପୂରା ଘଟଣାରେ ଜ୍ୟାକଲିନ ପର୍ଣ୍ଣାଡିଜଙ୍କୁ ସାକ୍ଷୀ ଭାବେ ବୟାନ ରେକର୍ଡ ଡକା ଯାଇଥିଲା। ସେ ଇଡିକୁ ସମ୍ମାନ ଜଣାଇ ନିଜର ବୟାନ ରେକର୍ଡ କରାଇଛନ୍ତି ଓ ଭବିଷ୍ୟତରେ ମଧ୍ୟ ତଦନ୍ତରେ ସହଯୋଗ କରିବେ।

ଅଭିଯୁକ୍ତ ଦମ୍ପତିଙ୍କ ସହ ତାଙ୍କର ସମ୍ପର୍କକୁ ନେଇ ମିଡିଆରେ ପ୍ରକାଶ ପାଉଥିବା ବୟାନରେ କୌଣସି ସତ୍ୟତା ନଥିବା ମଧ୍ୟ ଏହି ବିବୃତିରେ କୁହାଯାଇଛି।

Related story