‘ବୁଦ୍ଧିଆ ସିଂ: ବର୍ଣ୍ଣ ଟୁ ରନ୍‌’ର ପୋଷ୍ଟର ରିଲିଜ୍‌

ମୁମ୍ବାଇ: ଭାଏକମ୍‌ ୧୮ ମୋସନ୍‌ ପିକ୍ଚର୍ସ’ର ବାୟୋପିକ୍‌ ‘ବୁଦ୍ଧିଆ ସିଂ: ବର୍ଣ୍ଣ ଟୁ ରନ୍‌’ର ପୋଷ୍ଟର ଆଜି ବିଶ୍ୱବ୍ୟାପୀ ମୁକ୍ତିଲାଭ କରିଛି। ଏହା ପୂର୍ବରୁ ଭାଏକମ୍‌ ୧୮ ‘ଭାଗ୍‌ ମିଲଖା ଭାଗ’, ମେରି କମ୍‌’ ଏବଂ ‘ମାଝି: ଦ ମାଉଣ୍ଟେନ୍‌ ମ୍ୟାନ୍‌’ ଭଳି ବାୟୋପିକ୍‌ ତିଆରି କରି ବେଶ୍‌ ସଫଳତା ପାଇ ସାରିଛି। ଏବେ ଏହି ଫିଲ୍ମ ନିର୍ମାଣକାରୀ କମ୍ପାନୀ ଏକ ପ୍ରେରଣାଦାୟୀ ଜୀବନୀ ନେଇ ଆସୁଛି। ଏହା ଦୁନିଆର ସବୁଠୁ କମ୍‌ ବୟସର ଧାବକ ବୁଦ୍ଧିଆ […]

budhia singh born to run

Rakesh Mallick
  • Published: Saturday, 18 June 2016
  • , Updated: 18 June 2016, 05:29 PM IST

ମୁମ୍ବାଇ: ଭାଏକମ୍‌ ୧୮ ମୋସନ୍‌ ପିକ୍ଚର୍ସ’ର ବାୟୋପିକ୍‌ ‘ବୁଦ୍ଧିଆ ସିଂ: ବର୍ଣ୍ଣ ଟୁ ରନ୍‌’ର ପୋଷ୍ଟର ଆଜି ବିଶ୍ୱବ୍ୟାପୀ ମୁକ୍ତିଲାଭ କରିଛି। ଏହା ପୂର୍ବରୁ ଭାଏକମ୍‌ ୧୮ ‘ଭାଗ୍‌ ମିଲଖା ଭାଗ’, ମେରି କମ୍‌’ ଏବଂ ‘ମାଝି: ଦ ମାଉଣ୍ଟେନ୍‌ ମ୍ୟାନ୍‌’ ଭଳି ବାୟୋପିକ୍‌ ତିଆରି କରି ବେଶ୍‌ ସଫଳତା ପାଇ ସାରିଛି। ଏବେ ଏହି ଫିଲ୍ମ ନିର୍ମାଣକାରୀ କମ୍ପାନୀ ଏକ ପ୍ରେରଣାଦାୟୀ ଜୀବନୀ ନେଇ ଆସୁଛି।

ଏହା ଦୁନିଆର ସବୁଠୁ କମ୍‌ ବୟସର ଧାବକ ବୁଦ୍ଧିଆ ସିଂର କାହାଣୀ। ବୁଦ୍ଧିଆ ୪୮ଟି ମାରାଥନ୍‌ରେ ଭାଗ ନେଇଥିଲେ ମଧ୍ୟ ସେଥିମଧ୍ୟରୁ ଗୋଟିଏ ମାରାଥନ୍‌ରେ ବୁଦ୍ଧିଆ ପୁରୀରୁ ଭୁବନେଶ୍ୱର ପର୍ଯ୍ୟନ୍ତ ୬୫ କିଲୋମିଟର ଦୂରତ୍ୱକୁ ୭ ଘଣ୍ଟା ୨ ମିନିଟ୍‌ରେ ଶେଷ କରିଥିଲେ। ସେହି ସମୟରେ ତାର ବୟସ ଥିଲା ମାତ୍ର ୫ ବର୍ଷ।

ଫିଲ୍ମଟିକୁ ସୌମେନ୍ଦ୍ର ପାଢ଼ୀଙ୍କ ଦ୍ୱାରା ନିର୍ଦ୍ଦେଶିତ ହୋଇଛି। ଏହି ଫିଲ୍ମରେ ମାଷ୍ଟ ମୟୁରଙ୍କ ସହିତ ମନୋଜ ବାଜପେୟୀ ଏବଂ ତିଳୋତ୍ତମା ସୋମ ଭଳି ଅଭିଜ୍ଞ କଳାକାର ଅଭିନୟ କରିଛନ୍ତି। ଫିଲ୍ମଟି ରିଓ ଅଲିମ୍ପିକ୍‌ ଚାଲୁଥିବା ବେଳେ ୫ ଅଗଷ୍ଟରେ ରିଲିଜ୍‌ ହେବ।

Related story