ଚୀନ ସାମଗ୍ରୀକୁ ବୟକଟ୍‌ କଲେ ଅର୍ଶଦ, ରବୀନା

ମୁମ୍ୱାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ଆତ୍ମନିର୍ଭରଶୀଳ ଭାରତ ଅଭିଯାନ’କୁ ଆଜିକାଲି ସାଧାରଣ ଲୋକ ବ୍ୟତୀତ ସେଲିବ୍ରିଟି ମାନେ ମଧ୍ୟ ପସନ୍ଦ କରିଛନ୍ତି। ବଲିଉଡର ଅନେକ ସେଲିବ୍ରିଟି ଏବେ ଚୀନକୁ ବୟକଟ କରି ଆତ୍ମନିର୍ଭର ଭାରତ ହେବା ଦରକାର ବୋଲି କହିଛନ୍ତି। କରୋନା ପରେ ଲାଇନ୍ ଅଫ୍ ଆକଚୁଆଲ୍ କଣ୍ଟ୍ରୋଲ୍ (ଏଲଏସି) ଉପରେ ଭାରତ ଏବଂ ଚୀନ୍ ମଧ୍ୟରେ ଚାଲିଥିବା ବିବାଦ ଯୋଗୁଁ ଅନେକ ସେଲିବ୍ରିଟି ଚାଇନାର ସାମଗ୍ରୀକୁ ବଏକଟ କରିବାକୁ ନିଷ୍ପତ୍ତି ନେଇଛନ୍ତି। ବଲିଉଡ ଅଭିନେତ୍ରୀ ରବୀନା […]

raveena arshad

Subhransu Sekhar
  • Published: Saturday, 27 June 2020
  • , Updated: 28 June 2020, 01:36 PM IST

ମୁମ୍ୱାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ 'ଆତ୍ମନିର୍ଭରଶୀଳ ଭାରତ ଅଭିଯାନ'କୁ ଆଜିକାଲି ସାଧାରଣ ଲୋକ ବ୍ୟତୀତ ସେଲିବ୍ରିଟି ମାନେ ମଧ୍ୟ ପସନ୍ଦ କରିଛନ୍ତି। ବଲିଉଡର ଅନେକ ସେଲିବ୍ରିଟି ଏବେ ଚୀନକୁ ବୟକଟ କରି ଆତ୍ମନିର୍ଭର ଭାରତ ହେବା ଦରକାର ବୋଲି କହିଛନ୍ତି। କରୋନା ପରେ ଲାଇନ୍ ଅଫ୍ ଆକଚୁଆଲ୍ କଣ୍ଟ୍ରୋଲ୍ (ଏଲଏସି) ଉପରେ ଭାରତ ଏବଂ ଚୀନ୍ ମଧ୍ୟରେ ଚାଲିଥିବା ବିବାଦ ଯୋଗୁଁ ଅନେକ ସେଲିବ୍ରିଟି ଚାଇନାର ସାମଗ୍ରୀକୁ ବଏକଟ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ବଲିଉଡ ଅଭିନେତ୍ରୀ ରବୀନା ଟଣ୍ଡନ ଟ୍ୱିଟ କରି କହିଛନ୍ତି, ସେ ବର୍ତ୍ତମାନ ବ୍ୟବହାର କରୁଥିବା ଅଧିକାଂଶ ଜିନିଷ 'ମେଡ୍ ଇନ୍ ଇଣ୍ଡିଆ'। ଖୁବ୍ ଶୀଘ୍ର ସେ ଚୀନର ସମସ୍ତ ସାମଗ୍ରୀ ଏବଂ ମୋବାଇଲ୍ ଆପ୍ଲିକେସନକୁ ବୟକଟ୍ କରିବେ। ଚାଇନା ଜିନିଷ ସହିତ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ହେଲେ ଆମ ଦେଶରେ ମଧ୍ୟ ଭଲ ଗୁଣବତ୍ତାର ଜିନିଷ ତିଆରି କରିବାକୁ ହେବ।

https://twitter.com/TandonRaveena/status/1276403684809666561

ସେହିପରି ଅଭିନେତା ଅର୍ଶଦ ୱାର୍ସି ମଧ୍ୟ କହିଛନ୍ତି, ସେ ଚାଇନା ସାମଗ୍ରୀ ବ୍ୟବହାର ନକରିବାକୁ ଚେଷ୍ଟା କରୁଛନ୍ତି। ସମୟ ଲାଗିବ କିନ୍ତୁ ସେ ‘ଚାଇନିଜ୍ ମୁକ୍ତ’ ହେବା। ଲୋକମାନେ ମଧ୍ୟ ଚୀନ ଜିନିଷକୁ ବୟକଟ କରିବା ଦରକାର ବୋଲି କହିଛନ୍ତି।

ସୂଚନାଯୋଗ୍ୟ, 'ଆତ୍ମନିର୍ଭରଶୀଳ ଭାରତ ଅଭିଆନ୍'କୁ ନେଇ ବଲିଉଡରେ ଫିଲ୍ମ ଆସୁଛି। ଏହି ଫିଲ୍ମର ନାମ ରହିଛି 'ୱାହ ଜିନ୍ଦେଗି'। ବଲିଉଡ ଅଭିନେତା ସଞ୍ଜୟ ମିଶ୍ର ଏବଂ ବିଜୟ ରାଜ ଏହି ଫିଲ୍ମ ତିଆରି କରୁଛନ୍ତି। ଏହି ଫିଲ୍ମଟି ଜଣେ ବ୍ୟକ୍ତିଙ୍କ ଉପରେ ଆଧାରିତ। ଯିଏ ଭାରତରେ ଅନେକ ଉତ୍ପାଦ ତିଆରି କରିବା ବେଳେ ଚାଇନା ଉତ୍ପାଦ ସହିତ କଡ଼ା ପ୍ରତିଯୋଗିତାର ସମ୍ମୁଖୀନ ହେଉଛନ୍ତି।

Related story