ଚିଠିରେ ଚିଠିରେ ପ୍ରେମ

(କୃତାର୍ଥ ସାରଥୀ ସାମନ୍ତରାୟ) : ପ୍ରେମ ଆଉ ଚିଠିର ସଂପର୍କ ଅତି ନିବିଡ। ଚିଠିରେ ଚିଠିରେ କେତେ ଯେ ହୃଦୟ ମିଶିଛି ତାର ପରିକଳ୍ପନା କରିବା ଅସମ୍ଭବ।  ଭଲପାଇବାକୁ ସିଧାସଳଖ ପ୍ରକାଶ କରିବା ଯେତିକି କଷ୍ଟ ଚିଠି ମାଧ୍ୟମରେ ଜଣେଇବା ସେତିକି ସହଜ ପରି ଅନେକ ସମୟରେ ମନେହୁଏ। ଆଉ ଏହି ପ୍ରେମ ପ୍ରକାଶ ହୋଇସାରିଲା ପରେ ଚିଠିର କାମ ବଢିଯାଏ କହିଲେ ଭୁଲ ହବନି। କାହିଁ କେଉଁ ପୁରାଣ କାଳରୁ ଏହି ଚିଠି  ସାଜିଛି ପ୍ରେମର […]

rakhee

rakhee

Rakesh Mallick
  • Published: Sunday, 11 October 2015
  • Updated: 14 October 2015, 04:55 PM IST

Sports

Latest News

(କୃତାର୍ଥ ସାରଥୀ ସାମନ୍ତରାୟ) : ପ୍ରେମ ଆଉ ଚିଠିର ସଂପର୍କ ଅତି ନିବିଡ। ଚିଠିରେ ଚିଠିରେ କେତେ ଯେ ହୃଦୟ ମିଶିଛି ତାର ପରିକଳ୍ପନା କରିବା ଅସମ୍ଭବ।  ଭଲପାଇବାକୁ ସିଧାସଳଖ ପ୍ରକାଶ କରିବା ଯେତିକି କଷ୍ଟ ଚିଠି ମାଧ୍ୟମରେ ଜଣେଇବା ସେତିକି ସହଜ ପରି ଅନେକ ସମୟରେ ମନେହୁଏ। ଆଉ ଏହି ପ୍ରେମ ପ୍ରକାଶ ହୋଇସାରିଲା ପରେ ଚିଠିର କାମ ବଢିଯାଏ କହିଲେ ଭୁଲ ହବନି। କାହିଁ କେଉଁ ପୁରାଣ କାଳରୁ ଏହି ଚିଠି  ସାଜିଛି ପ୍ରେମର ବାହକ। ସିନେ ଇଣ୍ଡଷ୍ଟ୍ରୀରେ ଏଇ ଚିଠିକୁ ନେଇ ହେଇଛି ଅନେକ ପରୀକ୍ଷା ନିରୀକ୍ଷା।

jagjit'ଚିଠି ନା କୋଇ ସନ୍ଦେଶ ଜାନେ ୱ କୌନସା ଦେଶ ଜାନେ ତୁମ ଚଲେଗୟେ'। ଚିଠି କଥା ଉଠିଲେ ଜଗଜୀତ ସିଂଙ୍କ ଗାଇଥିବା ଏହି ଗୀତଟି ହୃଦୟରେ ସୃଷ୍ଟିକରେ ଆଲୋଡନ। ସୁଖଦୁଃଖର ମିଶ୍ରଣରେ କେତେ ସ୍ମୃତି ଜୀବନ୍ତ ହୋଇଉଠେ ।

ଚିଠି କଥା ହେବା ଆଉ ଫିଲ୍ମ 'ବର୍ଡର'ର ସନ୍ଦେଶେ ଆତେହେଁ ଗୀତକୁ ଭୁଲିଯିବା- ଏ କଥା କଣ ହେଲାଣି ନା ହବ । ସେନାରେ କାର୍ଯ୍ୟରତ ସୈନିକମାନଙ୍କ ପରିବାରରେ  ଗୋଟିଏ ଚିଠିର ମୂଲ୍ୟ କେତେ , ତାହା ଦେଶବାସୀ ବେଶ ଉପଲବ୍ଧି କରିପାରିଥିଲେ ଏହି ଗୀତରେ । ଜାଭେଦ ଅଖତାରଙ୍କ ଦମଦାର ଲିରିକ୍ସ ସାଙ୍ଗକୁ ଅନୁ ମଲ୍ଲିକଙ୍କ ୟୁନିକ କମ୍ପୋଜିସନରେ ଏହି ଗୀତଟିକୁ ଗାଇଥିଲେ ରୂପକୁମାର ରାଥୋଡ ଏବଂ ସୋନୁ ନିଗମ। ଏହି ସୁନ୍ଦର ଗୀତ ପାଇଁ ଜାଭେଦ ଅଖତାର ପାଇଥିଲେ ସମ୍ମାନଜନକ ଫିଲ୍ମଫେୟାର ଆୱାର୍ଡ । ଆଉ ଏହି ଫିଲ୍ମକୁ ମିଳିଥିଲା ଅଦ୍ଭୁତପୂର୍ବ ସଫଳତା।

ଘରଠୁ ତଥା ପରିବାରଠୁ ଦୂରରେ ଥିବା ଆତ୍ମୀୟ ସ୍ୱଜନଙ୍କଠାରୁ ଟିକିଏ ଖବର ମିଳିଗଲେ ମନ ଖୁସିରେ ନାଚି ଉଠେ। ଏମିତି କିଛି ସିଚ୍ୟୁଏସନ ଦେଖିବାକୁ ମିଳିଥିଲା ଫିଲ୍ମ 'ନାମ'ରେ। ସିଙ୍ଗର ପଙ୍କଜ ଉଦାସଙ୍କ ଗାୟିକି ଲୋକେ ଉପଭୋଗ କରିଥିଲେ ସିଲଭର ସ୍କ୍ରିନରେ। 'ଚିଠି ଆୟି ହେ' ଗୀତଟି ମନ କିଣି ନେଇଥିଲା ସେଇମାନଙ୍କର ଯେଉଁମାନେ ଘରଠାରୁ ଶହ ଶହ କିଲୋମିଟର ଦୂରରେ ରହୁଥିଲେ।  ଏହି ଗୀତ ଶୁଣିଲେ ଏବେ ବି ହୃଦୟ ଥରି ଉଠେ । ମନକାନ୍ଦି ଉଠେ ଆତ୍ମୀୟଙ୍କ ପାଇଁ।

ଠିକ ସମାନ ସିଚ୍ୟୁଏସନ କିନ୍ତୁ କାହାଣୀ ଟିକେ ଅଲଗା ଥିବା ଫିଲ୍ମ  'ଜିନା ତେରୀ ଗଲି ମେଁ'ରେ ରହିଚି ଏକ ମନଛୁଆଁ ଗୀତ। 'ଯାତେ ହୋ ପରଦେଶ ପିୟା ଯାତେ ହି ଖତ ଲିଖନା' । ନିତିନ ମୁକେଶ ଏବଂ ଅନୁରାଧା ପୋଡୁୱାଲଙ୍କ ଗାୟିକି ଗୀତରେ ଭରିଦେଇଛି କିଛିଟା ହୃଦୟସ୍ପର୍ଶୀ ଫିଲିଙ୍ଗସ୍।

[caption id="attachment_38691" align="alignleft" width="500"]'ନାମ'ରେ 'ଚିଠି ଆୟି ହେ'  ଗୀତରେ ପଙ୍କଜ ଉଦାସ 'ନାମ'ରେ 'ଚିଠି ଆୟି ହେ' ଗୀତରେ ପଙ୍କଜ ଉଦାସ[/caption]


ଡସ୍କି ବିୟୁଟି କାଜୋଲ ତାଙ୍କର ପ୍ରଥମ ଫିଲ୍ମ ‘ବେଖୁଦି’ରେ ନିଜର ପ୍ରେମକୁ ଏକ୍ସପ୍ରେସ୍ କରିବାକୁ ଲେଖିଥିଲେ ଚିଠି । ଆଉ ଚିଠିକୁ ନେଇ ଫିଲ୍ମରେ ରହିଛି ଏକ ସୁନ୍ଦର ଗୀତ।୧୯୯୨ରେ ଫିଲ୍ମ ‘ଜିଗର’ରେ ଚିଠିକୁ ନେଇ ହୁଏ ନୂଆ ଧରଣର ପରୀକ୍ଷା ନିରୀକ୍ଷା। ଏଠି ପ୍ରେମର କାଗଜରେ ଲେଖାହୁଏ ଚିଠି, ସେ ପୁଣି ହୃଦୟର କଲମରେ। ଦମଦାର ଲିରିକ୍ସ ସାଙ୍ଗକୁ ଦେଖିବାକୁ ମିଳେ ଅଜୟ ଦେବଗନ ଏବଂ କରିସ୍ମାଙ୍କ ଲଭ୍ ରୋମାନ୍ସ। ଚିଠିର ବ୍ୟବହାର କମିଗଲେ ବି ବଲିଉଡରେ ଚିଠିକୁ ନେଇ ଏକ୍ସପେରିମେଣ୍ଟ କମିନି। ଫିଲ୍ମ ‘ହେଟେଷ୍ଟାରୀ-ଟୁ’ରେ ଦେଖିବାକୁ ମିଳିଥିଲା ତାର ଏକ ଭଲ ଉଦାହରଣ । 'କଭି ଆଇନେ ପେ ଲିଖା ତୁଝେ, କଭି ଆଁଶୁୟୋସେ ମିଟା ଦିୟା'। ଏହି ଗୀତରେ କମାଲ କରିଛନ୍ତି କେକେ ।

ଫିଲ୍ମ  'ରେହଗୁଜର’ ଅଭିନେତା ଜିମି ସେରଗିଲଙ୍କ ଜୀବନରେ ଆଣିଦେଇଥିଲା ନୂଆ ମୋଡ । ‘ପ୍ୟାର ଭରା ଖତ’ ଗୀତରେ ତାଙ୍କ ଅଭିନୟ ଯେତିକି ଦମଦାର ଥିଲା ଆଦେଶ ଶ୍ରୀବାସ୍ତବଙ୍କ ମ୍ୟୁଜିକ ସେତିକି ୟୁନିକ୍ ବି ଥିଲା।

ସୁରଜ ବଡଜାତୀୟାଙ୍କ ନିର୍ଦ୍ଦେଶନାରେ ୧୯୮୯ ରେ ନିର୍ମିତ ହୋଇଥିଲା ମ୍ୟୁଜିକାଲ୍ ରୋମାଣ୍ଟିକ୍ ଫିଲ୍ମ   'ମୈନେ ପ୍ୟାର କିୟା' । ସଲମନ ଭାଇଜାନ ଏବଂ ଭାଗ୍ୟଶ୍ରୀଙ୍କ ଯୋଡିକୁ ମିଳିଥିଲା ବିପୁଳ ସମର୍ଥନ । ଚିଠିକୁ ନେଇ ଏହି ଫିଲ୍ମରେ ହେଇଥିଲା ଭିନ୍ନ ଧରଣର ଏକ୍ସପେରିମେଣ୍ଟ। ଏହି  ଫିଲ୍ମରେ ଏସ୍ ପି ବାଲ୍ ସୁବ୍ରମଣିୟମ୍ ଏବଂ ଲତା ମଙ୍ଗେଶକରଙ୍କ ଯୁଗଲବନ୍ଦୀ କରିଥିଲା କମାଲ। 'କବୁତର ଯା ଯା' ଗୀତଟି ସେସମୟର ଗୋଟେ ବଡ ହିଟ ଗୀତ କହିଲେ ଭୁଲ ହବନି।

୧୯୯୨ ରେ ରାକେଶ ରୋସନଙ୍କ ନିଦ୍ଦେର୍ଶିତ ଫିଲ୍ମ 'ଖେଲ'ରେ ଦେଖିବାକୁ ମିଳେ ଚିଠିକୁ ନେଇ ଗୋଟେ ସୁନ୍ଦର ଗୀତ । ମାଧୁରୀ ଏବଂ ଅନୀଲ କପୁରଙ୍କ ରିଲ ରୋମାନସରେ ଚିଠିର ଭୂମିକା କେତେ ତାହା ଫିଲ୍ କରିଥିଲେ ସିନେଦର୍ଶକ । ମହମ୍ମଦ ଅଜିଜ୍ ଏବଂ ଲତାଜୀଙ୍କ କଣ୍ଠଦାନରେ ଗୀତଟି ହୋଇଥିଲା ବିଲକୁଲ ୟୁନିକ୍।

[caption id="attachment_38692" align="alignleft" width="500"]mainepyarkia 'ମୈନେ ପ୍ୟାର କିୟା' ସଲମନ ଓ ଭାଗ୍ୟଶ୍ରୀ[/caption]

କାଳୀଦାସଙ୍କ ମେଘଦୂତରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ଚିଠି ହିଁ ପ୍ରେମର ଏକ ବିଶାଳ ମାଧ୍ୟମ ପାଲଟିଛି।  ଏଇ ଚିଠିରେ ରହିଛି କେତେ ସ୍ମୃତି କେତେ ଅନୁଭୂତି। ଆଉ ଏଇସବୁ ସ୍ମୃତିର ମୂକସାକ୍ଷୀ ପାଲଟିଛି ଚିଠି।

୧୯୫୪ରେ ବି. ଆର. ଚୋପ୍ରାଙ୍କ ନିଦ୍ଦେର୍ଶନାରେ ନିର୍ମାଣ ହୁଏ ଫିଲ୍ମ 'ଚାନ୍ଦନୀ ଚୌକ'। ଲତା ମଙ୍ଗେଶକରଙ୍କ ଗାଇକି ସାଙ୍ଗକୁ ମୀନାକୁମାରୀଙ୍କ ଅଭିନୟ ଫିଲ୍ମରେ ଭରିଦିଏ ନୂଆ ରଙ୍ଗ।  'ଦିଲକେ ଶିକାୟତ ନଜର କେ ସିକବେ' ସଙ୍ଗଟି ଚିଠି ଗୀତର ଆଉ ଏକ ସୁନ୍ଦର ଉଦାହରଣ ଭାବରେ ସିନେଦର୍ଶକଙ୍କୁ ବିମୋହିତ କରେ ।

୧୯୫୯ ରେ ଆସେ ଫିଲ୍ମ ଅର୍ଦ୍ଧାଙ୍ଗିନୀ। ଏଥିରେ ଚିଠିକୁ ନେଇ ମଜହୁର ସୁଲତାନପୁରୀ ଲେଖନ୍ତି ଗୀତ। ଲତାଜୀଙ୍କ ଗାଇକି ସାଙ୍ଗକୁ ଶୁଣିବାକୁ ମିଳେ ବସନ୍ତ ଦେଶାଇଙ୍କ କମ୍ପୋଜିସନ।

 ଫିଲ୍ମ 'ବାବର'ରେ ଦେଖିବାକୁ ମିଳେ ଚିଠିକୁ ନେଇ ପରୀକ୍ଷା ନିରୀକ୍ଷା। ୧୯୬୦ରେ ନିର୍ମିତ ଏହି ଫିଲ୍ମରେ  'ପୟାମ-ଏ-ମହବତ୍'  ଗୀତକୁ ଗାଇଥିଲେ ସୁଧା ମାଲହୋତ୍ରା। ହେମେନ ଗୁପ୍ତାଙ୍କ ନିଦ୍ଦେର୍ଶନାରେ ଏହି ଗୀତକୁ କମ୍ପୋଜ କରିଥିଲେ ରୋସନ।

୧୯୬୪ରେ ମହାନ  ନିଦ୍ଦେର୍ଶକ  ରାଜକପୁର ସୃଷ୍ଟି କରନ୍ତି ରେକର୍ଡ। ଫିଲ୍ମ ସଙ୍ଗମରେ ବୈଜୟନ୍ତି ମାଳା ରାଜେନ୍ଦ୍ର କୁମାର ଏବଂ ରାଜକପୁର ନିଜେ ଅଭିନୟ କରି ବେଶ  ସକ୍ସେସଫୁଲ ହୁଅନ୍ତି। ଆଉ ସବୁଠୁ ବଡ଼କଥା ହେଉଛି 'ୟେ ମେରା ପ୍ରେମପତ୍ର ପଢକର' ଗୀତଟି ବକ୍ସ ଅଫିସରେ ସୃଷ୍ଟିକରେ ଆଲୋଡନ । ଶଙ୍କର-ଜୟକିଶନଙ୍କ କମ୍ପୋଜିସନରେ ଲତାଜୀ ଏବଂ ମହମ୍ମଦ ରଫି ସାହେବଙ୍କ ଗାଇକି ଗୀତରେ ଭରିଦିଏ ନୂଆ ଜୀବନ। ଫିଲ୍ମକୁ ମିଳେ ଅଦ୍ଭୁତପୂର୍ବ ସଫଳତା ।

୧୯୬୬ରେ  ଫିଲ୍ମ 'ଆୟେଦିନ ବାହାରକେ'ରେ ଦେଖିବାକୁ ମିଳେ ଧର୍ମେନ୍ଦ୍ର ଏବଂ ଆଶା ପାରେଖଙ୍କ ରିଲ ରୋମାନ୍ସ । ଚିଠିରେ ଚିଠିରେ ଭଲ ପାଇ ବସନ୍ତି ଆଶା। 'ଖତ ଲିଖଦେ' ସଙ୍ଗରେ ଦର୍ଶକଙ୍କ ମନକିଣନ୍ତି ଲିଜେଣ୍ଡ ସିଙ୍ଗର ଆଶା ଭୋସଲେ। ଗୋଟେ ଷ୍ଟେଜ୍ ପ୍ରୋଗ୍ରାମରେ କମାଲ କରନ୍ତି ଆଶା ପାରେଖ ।

'ଫୁଲ ତୁମେ ଭେଯା ହେ ଖତମେ' ଫିଲ୍ମ 'ସରସ୍ୱତୀଚନ୍ଦ୍ର'ର ଏକ ସୁନ୍ଦର ଗୀତ । ୧୯୬୮ ମସିହାରେ  ସିଲଭର ସ୍କ୍ରିନରେ ଦେଖିବାକୁ ମିଳିଥିଲା ନୂତନ ଏବଂ ମନୀଷଙ୍କ ପ୍ରେମକାହାଣୀ । ଏଥିରେ ଚିଠିର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ ହୋଇଥିଲା। କଲ୍ୟାଣଜୀ ଆନନ୍ଦଜୀଙ୍କ କମ୍ପୋଜିସନରେ 'ଫୁଲ ତୁମେ ଭେଯା ହେ ଖତମ' ଗୀତକୁ  ଗାଇଥିଲେ ଲତା ମଙ୍ଗେସକର ଏବଂ ମୁକେଶଜୀ।

୧୯୬୮ରେ 'ପ୍ରେମପତ୍ର' ସିନେମାର ସାଇଲେଣ୍ଟ ହିରୋ ଶଶୀ କପୁରଙ୍କ ଚିଠିୱାଲା ରୋମାନ୍ସ ଦେଖିବାକୁ ମିଳେ ଆଶା ପାରେଖଙ୍କ ସହିତ। ସେତେବେଳେ ଏହି ଫିଲ୍ମ ବକ୍ସଅଫିସରେ କରିଥିଲା ରେକର୍ଡ। ଶଙ୍କର ଜୟ କିଶନଙ୍କ କମ୍ପୋଜିସନରେ ମହମ୍ମଦ ରଫି ସାହେବଙ୍କ ଗାଇକି 'ଲିଖେଯୋ ଖତ ତୁଝେ' ଗୀତଟିରେ  ଭରି ଦେଇଥିଲା  ରୋମାଣ୍ଟିକ ଫ୍ଲେଭର । ଗୀତଟି ବେଶ ଲୋକପ୍ରିୟ ହୋଇଥିଲା ସେ ସମୟରେ ।

ଫିଲ୍ମ 'କଚ୍ଚେ ଧାଗେ'ରେ ଦେଖିବାକୁ ମିଳେ ମୌସୁମୀ ଚାଟାର୍ଜୀଙ୍କ ୟୁନିକ ଅନ୍ଦାଜ। 'ହାୟ ହାୟ ଏକ ଲଡକା ମୁଝକୋ ଖତ ଲିଖତା ହେ' ଗୀତରେ ମୌସୁମୀ ରାଜ କରନ୍ତି ଦର୍ଶକଙ୍କ ହୃଦୟରେ। ୧୯୭୩ ରେ ଲକ୍ଷ୍ମୀକାନ୍ତ ପ୍ୟାରେଲଲଙ୍କ ସଂଗୀତ ନିର୍ଦ୍ଦେଶନାରେ ଦର୍ଶକଙ୍କ ବାହା ବାହା ଲୁଟନ୍ତି ଲତାଜୀ।

[caption id="attachment_38693" align="alignleft" width="500"]rakhee ‘ବ୍ଲାକମେଲ’ରେ ରାକ୍ଷୀ[/caption]

ବିଜୟ ଆନନ୍ଦଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ବ୍ଲାକମେଲ’ରେ ଦେଖିବାକୁ ମିଳେ ଧର୍ମେନ୍ଦ୍ର ଏବଂ ରାକ୍ଷୀଙ୍କ କେମେଷ୍ଟ୍ରୀ। 'ପଲ ପଲ ଦିଲ କେ ପାସ ତୁମ ରେହେତି ହୋ' ଗୀତରେ ଚିଠିୱାଲା ରୋମାନ୍ସକୁ ନିଜ ଗାୟିକିରେ ରୂପ ଦିଅନ୍ତି କିଶୋର କୁମାର। ଗୀତଟି ଖୁବ ମନଛୁଆଁ ହେବାସହ  କଲ୍ୟାଣଜୀ ଆନନ୍ଦଜୀଙ୍କ କମ୍ପୋଜିସନକୁ ମିଳେ ଆଉ ଏକ ସକ୍ସେସର ମୋହର।

୧୯୭୭ ମସିହାରେ ରାଜେଶ ଖାନ୍ନା 'ଡାକିୟା ଡାକ ଲାୟା' ଗୀତରେ ହୁଅନ୍ତି ଫେମସ। ତାଙ୍କ ଡାକବାଲା ଅବତାର ଦର୍ଶକଙ୍କ ମହଲରେ ବେଶ ପ୍ରଶଂସିତ ହେବାସହ ଲକ୍ଷ୍ମୀକାନ୍ତ ପ୍ୟାରେଲଲଙ୍କ କମ୍ପୋଜିସନକୁ ମିଳେ ସଫଳତା।

ଚିଠିକୁ ନେଇ ହେଇଛି ଅନେକ ହାସ୍ୟରସାତ୍ମକ ଗୀତ। ୧୯୭୭ରେ ନିର୍ମିତ 'କିତାବ' ଫିଲ୍ମର 'ମାଷ୍ଟରଜୀ କି ଆ ଗେୟି ଚିଠି' ଗୀତରେ ଦେଖିବାକୁ ମିଳିଥିଲା ଛୋଟ ଛୋଟ ପିଲାମାନଙ୍କର ଦୁଷ୍ଟାମୀ। ଗୁଲଜାରଙ୍କ ନିର୍ଦ୍ଦେଶ ଏହି ଫିଲ୍ମଟିକୁ ସେତେବେଳେ ବେଶ ପସନ୍ଦ କରିଥିଲେ ଦର୍ଶକ। ଏହି ଗୀତରେ ଦେଖିବାକୁ ମିଳିଥିଲା ଫେମସ ମ୍ୟୁଜିକ ଡିରେକ୍ଟର ଆର.ଡି. ବର୍ମନଙ୍କ ୟୁନିକ୍ କମ୍ପୋଜିସନ୍।

୧୯୮୨ରେ ରିଲ ଲାଇଫରେ କମାଲ କରନ୍ତି ରିୟଲ ଯୋଡି ରିଶି କପୁର ଏବଂ ନିତୁ ସିଂ। ଫିଲ୍ମ 'ଦିଦାର-ଏ-ୟାର' ରେ ଚିଠିରେ ଚିଠିରେ ନିଜ ପ୍ରେମକୁ ଜାହିର କରନ୍ତି ଏହି ରୋମାଣ୍ଟିକ ହିରୋ। 'ଚଲା ଚଲ ଲିଫ।ପେ' ଗୀତରେ କମାଲ କରିଥିଲେ କିଶୋର କୁମାର। ତାଙ୍କର ୟୁନିକ ଗାୟିକି ସାଙ୍ଗକୁ ଶୁଣିବାକୁ ମିଳିଥିଲା ଲକ୍ଷ୍ମୀକାନ୍ତ ପ୍ୟାରେଲଲଙ୍କ ଦମଦାର କମ୍ପୋଜିସନ୍।

ଲତାଜୀଙ୍କ କଣ୍ଠଦାନରେ ହେଇଛି ଅନେକ ଚିଠି ରିଲେଟେଡ୍ ଗୀତ। ଆଉ ପ୍ରାୟ ସବୁ ଗୀତକୁ ମିଳିଛି ସିନେପ୍ରେମୀଙ୍କ ପ୍ରଶଂସା। ସେମିତି ଗୋଟେ ୟୁନିକ୍ ଗୀତ ହେଉଛି 'ଆପ କା ଖତ ମିଲା ଆପକୋ ସୁକ୍ରିୟା'।

'ଆୟେଗୀ ଜରୁର ଚିଠି ତେରେ ନାମକି' ସଙ୍ଗଟି ଦେଖିବାକୁ ମିଳେ ଫିଲ୍ମ 'ଦୁଲହନ'ରେ। ହେମାମାଳିନୀ ଏବଂ ଜିତେନ୍ଦ୍ରଙ୍କ ରିଲ ରୋମାନ୍ସରେ ଚିଠିର ଭୂମିକା କେତେ ଦେଖିବାକୁ ମିଳିଛି ଏହି ଗୀତରେ। ଗୋଟିଏ ଚିଠିର ଅପେକ୍ଷାରେ ପାଗଳିନୀ ହୋଇ ପଡିଛନ୍ତି ହେମା। ଦୁଃଖରେ ଭରା ଏହି ଗୀତଟି ଲତାଜୀଙ୍କ କଣ୍ଠରେ ହେଇଥିଲା ବେଶ ହୃଦୟସ୍ପର୍ଶୀ

ଏକବିଂଶ ଶତାବ୍ଦୀରେ ଯେତେ ଆଧୁନିକତାର ସ୍ୱାଦ ମଣିଷ ପାଇଲେ ବି ଚିଠିର ସ୍ଥାନ କେବେ ବି କିଏ ପୂରଣ କରିପାରିବନି। ଇମେଲ, ମେସେଜ, ହ୍ୱାଟ୍ସଅପ ହୁଏତ ମନର କଥାକୁ ଖୁବ ଶୀଘ୍ର ପହଞ୍ଚେଇ ପାରୁଛି ତଥାପି ଏ ମଣିଷ ଭୁଲିନି ଚିଠିର ମହକ। ପାଇଛି କିଛି ନୂଆ ଜ୍ଞାନ କୌଶଳ ହେଲେ ଭୁଲିନି ଚିଠିର ପୁରୁଣା ସ୍ମୃତି ଆଉ ପୁରୁଣା ଅନୁଭୂତିକୁ। ଆଜିବି ପୁରୁଣା ଚିଠି ମିଳିଗଲେ ମନ ହଜିଯାଏ ସେ ପୁରୁଣା ଦିନକୁ।ଆଉ ସାଉଁଟି ଆଣେ କିଛିଟା ଅଭୁଲା ସ୍ମୃତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos