ମିଛ ଥିଲା ସାଉଥ ସୁପର୍ଷ୍ଟାର ବିକ୍ରମ୍ଙ୍କ ହୃଦ୍ଘାତ

ଚେନ୍ନାଇ: ସାଉଥ ସୁପରଷ୍ଟାର ଚିଆନ୍ ବିକ୍ରମ। ନିକଟରେ ତାଙ୍କୁ ହୃଦ୍ଘାତ ହୋଇଥିବା ନେଇ ଖବର ଆସିଥିଲା। ଏପରିକି ଅସୁସ୍ଥ ଥିବା ବେଳର ଫଟୋ ମଧ୍ୟ ସାମ୍ନାକୁ ଆସିଥିଲା। ତେବେ ଏସବୁ ଥିଲା ମିଛ। ଚିଆନ୍ ବିକ୍ରମ୍ଙ୍କୁ ହୃଦଘାତ ହୋଇଥିବା ଖବର କେବଳ ଗୁଜବ ଥିଲା। ଏକଥା ଆମେ କହୁନି ଖୋଦ୍ ଅଭିନେତା ବିକ୍ରିମ ସାମ୍ନାକୁ ଆସି ସତ କ’ଣ ତାହା କହିଛନ୍ତି।
ନିକଟରେ ‘କୋବରା’ର ଅଡିଓ ଲଞ୍ଚ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ବିକ୍ରମ। ଅତୀତରେ ତାଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଖବର ଉପରେ ପ୍ରତିକ୍ରିୟା ପ୍ରକାଶ କରିଥିଲେ ସେ। ବିକ୍ରମ ସେହି ସମସ୍ତ ଗୁଜବ ଉପରେ ପୂର୍ଣ୍ଣଛେଦ ପକାଇଥିଲେ ଯେଉଁଥିରେ କୁହାଯାଉଥିଲା ଯେ ସେ ହୃଦଘାତରେ ପୀଡିତ ଥିଲେ। ଏଥିସହ ସେ ଗଣମାଧ୍ୟମ ପ୍ରତ୍ୟେକ ରିପୋର୍ଟକୁ ପ୍ରତ୍ୟାଖ୍ୟାନ କରିଥିଲେ, ଯେଉଁଥିରେ ତାଙ୍କର ଫଟୋ ଜଣେ ଅସୁସ୍ଥ ବ୍ୟକ୍ତିଙ୍କ ସହ ମର୍ଫ କରି ଦେଖାଯାଇଥିଲା। ଏହା ସହିତ ଚିଆନ ବିକ୍ରମ ତାଙ୍କ ପ୍ରଶଂସକ ଏବଂ ଅନୁଗାମୀମାନଙ୍କୁ ସମର୍ଥନ ପାଇଁ ଧନ୍ୟବାଦ ଜଣାଇଥିଲେ।
ତାଙ୍କ ମୁହଁକୁ ଜଣେ ଅସୁସ୍ଥ ବ୍ୟକ୍ତିଙ୍କ ଚେହେରା ସହ ମିଶାଇ ଏକ ନକଲି ଫଟୋ ତିଆରି କରାଯାଇଥିଲା। ମିଡିଆ ହାଉସ ବିକ୍ରମଙ୍କ ଏହି ନକଲି ଫଟୋକୁ ଥମ୍ବଲେନ୍ ଇମେଜ୍ ଭାବରେ ବ୍ୟବହାର କରିଥିଲା। ଏହି ପ୍ରସଙ୍ଗରେ ବିକ୍ରମ ଟିକେ ଅସନ୍ତୋଷ ବ୍ୟକ୍ତ କରିବା ସହ ତାଙ୍କୁ ହୃଦ୍ଘାତ ହୋଇନଥିବା ନେଇ ସ୍ପଷ୍ଟ କରିଥିଲେ। ଏଥିସହ ସୋଶାଲ ମିଡିଆରେ ଭାଇରଲ ହେଉଥିବା ତାଙ୍କ ଫଟୋକୁ ସେ ଫେକ୍ ଫଟୋ ବୋଲି କହିଥିଲେ।
ଅନ୍ୟପଟେ ବିକ୍ରମଙ୍କ ସ୍ୱାସ୍ଥ୍ୟ ଅପ୍ଡେଟ୍ ଦେଇ ତାଙ୍କ ମ୍ୟାନେଜର ସୋଶାଲ ମିଡିଆରେ ଜଣାଇଥିଲେ ଯେ, ‘ପ୍ରିୟ ପ୍ରଶଂସକ ଏବଂ ଶୁଭେଚ୍ଛୁ ଚିଆନ ବିକ୍ରମ ହୃଦୟ ଜନିତ ସମସ୍ୟା ଥିଲେ। ତାଙ୍କର ଚିକିତ୍ସା ଚାଲିଛି। ତାଙ୍କର ହୃଦଘାତ ହୋଇନାହିଁ। ପ୍ରସାରିତ ହେଉଥିବା ସମସ୍ତ ରିପୋର୍ଟ ଭୁଲ। ତାଙ୍କ ପରିବାର ଏବଂ ତାଙ୍କୁ ପ୍ରାଇଭେସି ଦେବାକୁ ଅନୁରୋଧ। ଆମ ବିକ୍ରମ ଭଲ ଅଛନ୍ତି। ଦିନକ ପରେ ତାଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯିବ। କୌଣସି ବି ଗୁଜବକୁ ବିଶ୍ୱାସ କରନ୍ତୁ ନାହିଁ।’
ଉଲ୍ଲେଖଯୋଗ୍ୟ, ସାଉଥ ଅଭିନେତା ବିକ୍ରମଙ୍କୁ ଫିଲ୍ମ ‘ମହାନ’ରେ ଶେଷଥର ପାଇଁ ଦେଖିବାକୁ ମିଳିଥଇଲା। ଏହି ଫିଲ୍ମ ଓଟିଟି ପ୍ଲାଟଫର୍ମରେ ଚଳିତ ବର୍ଷ ପ୍ରାରମ୍ଭରେ ରିଲିଜ ହୋଇଥିଲା। ଅଭିନେତା ତାଙ୍କ ପୁଅ ଧ୍ରୁବ ବିକ୍ରମଙ୍କ ସହ ସ୍କ୍ରିନ୍ ଶେଆର କରିଥିଲେ। କାର୍ତ୍ତିକ ସୁବାରାଜ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ। ସେହିପରି ଫ୍ୟାନ୍ମାନଙ୍କୁ ମଧ୍ୟ ବିକ୍ରମଙ୍କ ଏହି ଫିଲ୍ମ ବେଶ୍ ପସନ୍ଦ ଆସିଥିଲା।
Chiyaan Vikram Speech, #Cobra !♥️💥
— 😈𝐀𝐌𝐀𝐈👿𝐕𝐄𝐓𝐓𝐀𝐈𝐘𝐀𝐍2.O🗡️ (@FkVettaiyan) July 11, 2022
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।