ଦିନ ଥିଲା, କମେଡି ଷ୍ଟାର୍ ସୁନିଲ୍ ମାସକୁ ରୋଜଗାର କରୁଥିଲେ ମାତ୍ର ୫ଶହ ଟଙ୍କା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୁହାଯାଏ ଜୀବନରେ ଯଦି ସଂଘର୍ଷ ନାହିଁ, ତେବେ ସଫଳତା ବି ମିଳେ ନାହିଁ। ଆଉ ଯଦି ବା ମିଳିଯାଏ, ତା’ର ସ୍ୱାଦ ସେତେ ମିଠା ଲାଗେ ନାହିଁ। ଆଜି ଆମେ ଜଣେ ସଫଳ ସେଲେବ୍ରିଟିଙ୍କ ଜୀବନର ସଂଘର୍ଷ ବିଷୟରେ ଜାଣିବା। ସେ ଏମିତି ଜଣେ ବ୍ୟକ୍ତି ଯିଏ ଟିଭି ପରଦାରେ ଆସିଲେ ସମସ୍ତଙ୍କ ମୁହଁରେ ଫୁଟି ଉଠେ ଖିଲି ଖିଲି ହସ ଆଉ ଦୂର ହୋଇଯାଏ ସମସ୍ତ ଚିନ୍ତା ଓ ଥକାପଣ।  ଭିନ୍ନ ଭିନ୍ନ […]

SUNIL-GROVER

Chinmayee Roy
  • Published: Thursday, 01 August 2019
  • , Updated: 01 August 2019, 07:46 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୁହାଯାଏ ଜୀବନରେ ଯଦି ସଂଘର୍ଷ ନାହିଁ, ତେବେ ସଫଳତା ବି ମିଳେ ନାହିଁ। ଆଉ ଯଦି ବା ମିଳିଯାଏ, ତା’ର ସ୍ୱାଦ ସେତେ ମିଠା ଲାଗେ ନାହିଁ। ଆଜି ଆମେ ଜଣେ ସଫଳ ସେଲେବ୍ରିଟିଙ୍କ ଜୀବନର ସଂଘର୍ଷ ବିଷୟରେ ଜାଣିବା। ସେ ଏମିତି ଜଣେ ବ୍ୟକ୍ତି ଯିଏ ଟିଭି ପରଦାରେ ଆସିଲେ ସମସ୍ତଙ୍କ ମୁହଁରେ ଫୁଟି ଉଠେ ଖିଲି ଖିଲି ହସ ଆଉ ଦୂର ହୋଇଯାଏ ସମସ୍ତ ଚିନ୍ତା ଓ ଥକାପଣ।  ଭିନ୍ନ ଭିନ୍ନ ଅବତାରରେ ସେ ଆମକୁ ହସାଇବାକୁ ଚେଷ୍ଟା କରନ୍ତି। ଆଉ ତାଙ୍କର ଏହି ଚେଷ୍ଟା ଆମ ମନରୁ ଚିନ୍ତା ହଟାଇ ଦିଏ ଓ ହାଲୁକା କରିଦିଏ।

ଆମେ କହୁଛୁ ଅଭିନେତା ଓ କମେଡିଆନ ସୁନିଲ୍‌ ଗ୍ରୋଭରଙ୍କ କଥା।

ସୁନିଲ ନିଜ ଦମ୍‌ରେ ସଫଳତାର ସିଡ଼ି ଚଢ଼ିପାରିଛନ୍ତି ଓ ଆଜି ବଲିଉଡ ଇଣ୍ଡଷ୍ଟ୍ରିରେ ନିଜର ନାଁ ସ୍ଥାପିତ କରିପାରିଛନ୍ତି। ସୁନିଲ ଭିନ୍ନ ଭିନ୍ନ ଭୂମିକାରେ କମେଡି କରି ଦର୍ଶକଙ୍କୁ ହସାଇ ହସାଇ ବେଦମ କରିଛନ୍ତି। ସେଥିମଧ୍ୟରୁ ସବୁଠୁ ଲୋକପ୍ରିୟ ଭୂମିକା ହେଉଛି ‘ଗୁଥି’। ଏହି ଭୂମିକା ତାଙ୍କ ଜୀବନରେ ଅନେକ କିଛି ବଦଳାଇ ଦେଇଥିଲା। ଗୁଥି ଭାବେ ପରଦାକୁ ଆସିବା ପୂର୍ବରୁ ସୁନିଲଙ୍କ ଜୀବନ ଥିଲା ବେଶ୍ ସଂଘର୍ଷମୟ। ହେଲେ ‘ଗୁଥି’ ଭୂମିକା ପରେ ତାଙ୍କୁ ମିଳିଥିଲା ବଲିଉଡ୍‌ର ଅଫର୍‌। ସେ ପୁଣି ଦବଙ୍ଗ ଖାନ୍‌ ସଲମାନ୍‌ଙ୍କ ସହ କାମ କରିବାର ମଉକା।

https://www.instagram.com/p/BzDA50XnHBg/?utm_source=ig_web_copy_link

 
ପିଲାଟି ବେଳରୁ ଅଭିନୟକୁ ନେଇ ସୁନିଲଙ୍କର ଅନେକ ସ୍ୱପ୍ନ ଥିଲା। ତେଣୁ ଆଖିରେ ଆଖିଏ ସ୍ୱପ୍ନ ନେଇ ମାୟା ନଗରୀ ଆସିଥିଲେ ସୁନିଲ୍। ହେଲେ ସେହି ସ୍ୱପ୍ନ ସବୁକୁ ସତ କରିବା ଏତେ ସହଜ ନଥିଲା। ଅନେକ ସଂଘର୍ଷ କରିବାକୁ ପଡ଼ିଥିଲା ତାଙ୍କୁ। କେଉଁଠି ତାଙ୍କୁ ରିଜେକ୍ଟ ହେବାକୁ ପଡ଼ିଥିଲା ତ ପୁଣି କେଉଁଠି ତାଙ୍କୁ ରିପ୍ଲେସ କରି ଦିଆଯାଇଥିଲା। ହେଲେ କେବେ ବି ହାର୍‌ ମାନି ନଥିଲେ ସୁନିଲ୍। କାହିଁକି ନା ତାଙ୍କ ହୃଦୟରେ ଜଳୁଥିଲା ସ୍ୱପ୍ନ ପୂରା କରିବାର ନିଆଁ। ସେ କାମ ଖୋଜିବା ସେମତି ଜାରି ରଖିଥିଲେ। ଯେଉଁ କାମ ମିଳୁଥିଲା ସେଥିରେ ବହୁ କଷ୍ଟରେ ମାସକୁ ୫୦୦ ଟଙ୍କା ପର୍ଯ୍ୟନ୍ତ ହାତକୁ ଆସୁଥିଲା। ଏହିଭଳି ଭାବେ କାମ କରୁ କରୁ ଦିନେ ତାଙ୍କୁ ଏକ ରେଡିଓ ଶୋ’ରେ କାମ କରିବାକୁ ସୁଯୋଗ ମିଳିଥିଲା ଯାହାକି କେବଳ ଦିଲ୍ଲୀରେ ଚାଲିଥିଲା। କିନ୍ତୁ ଧୀରେ ଧୀରେ ଏହି ଶୋ’ ଭାଇରାଲ ହୋଇଗଲା। ଫଳରେ ପୂରା ଭାରତରେ ଏହା ଶେୟାର ହୋଇ ଚାଲିଲା।

ଏହାପରେ ସୁନିଲଙ୍କୁ ମିଳିଥିଲା ଟେଲିଭିଜନ୍‌ ରିଆଲିଟି ଶୋ’ ‘କମେଡି ନାଇଟ୍ସ ୱିଥ୍ କପିଲ’ର ଅଫର୍‌। ଯାହା କି ତାଙ୍କ ଜୀବନର ଗତିପଥକୁ ବଦଳାଇଦଲା ଓ ତାଙ୍କୁ ରାତାରାତି ଷ୍ଟାର ବନାଇଦେଲା। ଏହି ଶୋ’ ଜରିଆରେ ସୁନିଲ୍ ‘ଗୁଥି’ ଚରିତ୍ରରେ ଘରେ ଘରେ ପହଞ୍ଚି ପାରିଥିଲେ। ଦେଖୁ ଦେଖୁ ବେଶ୍ ଲୋକପ୍ରିୟ ହୋଇଗଲେ ସୁନୀଲ୍। ପରେ ସେ ଡକ୍ଟର ମଶହୁର ଗୁଲାଟି ଭାବେ ‘ଦ କପିଲ୍ ଶର୍ମା ଶୋ’ରେ ନଜର ଆସିଲେ। ଏଥିରେ ମଧ୍ୟ ସୁନିଲଙ୍କ ଅଭିନୟ ଓ କମେଡିର ତଡ଼କାକୁ ମିଳିଥିଲା ଦର୍ଶକଙ୍କ ଜବରଦସ୍ତ ରେସପନ୍ସ।  ଏହାପରେ ତାଙ୍କ ପ୍ରତିଭାକୁ ଦେଖି ବଲିଉଡ୍‌ ଟାଇଗର ସଲମାନ ଖାନ୍ ତାଙ୍କୁ ନିଜ ଫିଲ୍ମରେ କାମ କରିବାକୁ ଅଫର୍ ଦେଇଥିଲେ।। ଫିଲ୍ମ ‘ଭାରତ’ରେ ସେ ସଲମାନଙ୍କ ପିଲାବେଳର ସାଙ୍ଗର ଭୂମିକାରେ ଅଭିନୟ କରିଥିଲେ। ସୁନିଲଙ୍କୁ ଏହି ଭୂମିକାରେ ଅଭିନୟ ପାଇଁ ବିଭିନ୍ନ ମହଲରୁ ଅନେକ ପ୍ରଶଂସା ମିଳିଥିଲା।

https://www.instagram.com/p/By473RYH2a6/?utm_source=ig_web_copy_link

ଯେଉଁ ସୁନିଲଙ୍କୁ ମାସକୁ ୫ଶହ ଟଙ୍କା ରୋଜଗାର କରିବାକୁ ସଂଘର୍ଷ କରିବାକୁ ପଡ଼ୁଥିଲା ଆଜି ତାଙ୍କ ପାଖରେ ପଡ଼ିଛି ବଲିଉଡର ଗଦା ଗଦା ଅଫର୍।

 

 

Related story