ଓସ୍କାର ଦୌଡ଼ରେ ମରାଠୀ ଫିଲ୍ମ ‘କୋର୍ଟ’

ମୁମ୍ବାଇ: ଓସ୍କାର ଦୌଡ଼ରେ ମରାଠୀ ଫିଲ୍ମ ‘କୋର୍ଟ’। ୨୦୧୬ ଓସ୍କାର ଏକାଡେମୀ ଆୱାର୍ଡ ଲାଗି ଶ୍ରେଷ୍ଠ ବିଦେଶୀ ଫିଲ୍ମ ବର୍ଗରେ ‘କୋର୍ଟ’ ଏକମାତ୍ର ଭାରତୀୟ ସିନେମା ଭାବେ ମନୋନୀତ ହୋଇଛି। ଏଥିପାଇଁ ମୋଟ ୩୦ଟି ଭାରତୀୟ ଫିଲ୍ମକୁ ବଛା ଯାଇଥିଲା। ଏଥିରେ ପିକେ, ମଶାନ, ବାହୁବଳି, ବଜରଙ୍ଗୀ ଭାଇଜାନ, ମ୍ୟାରି କମ୍, ହାଇଦର ଭଳି ଫିଲ୍ମର ନାଁ ରହିଥିଲା। ତେବେ ଏସବୁ ଫିଲ୍ମକୁ ପଛରେ ପକାଇ ଚୈତନ୍ୟ ତମହାନେଙ୍କ ‘କୋର୍ଟ’କୁ ବିଚାରକ ମଣ୍ଡଳୀ ଓସ୍କାର ଦୌଡ଼ ପାଇଁ […]

court

Rakesh Mallick
  • Published: Thursday, 24 September 2015
  • , Updated: 24 September 2015, 11:25 AM IST

[caption id="attachment_35100" align="alignleft" width="256"] କୋର୍ଟର ଏକ ଦୃଶ୍ୟ[/caption]

ମୁମ୍ବାଇ: ଓସ୍କାର ଦୌଡ଼ରେ ମରାଠୀ ଫିଲ୍ମ ‘କୋର୍ଟ’। ୨୦୧୬ ଓସ୍କାର ଏକାଡେମୀ ଆୱାର୍ଡ ଲାଗି ଶ୍ରେଷ୍ଠ ବିଦେଶୀ ଫିଲ୍ମ ବର୍ଗରେ ‘କୋର୍ଟ’ ଏକମାତ୍ର ଭାରତୀୟ ସିନେମା ଭାବେ ମନୋନୀତ ହୋଇଛି। ଏଥିପାଇଁ ମୋଟ ୩୦ଟି ଭାରତୀୟ ଫିଲ୍ମକୁ ବଛା ଯାଇଥିଲା। ଏଥିରେ ପିକେ, ମଶାନ, ବାହୁବଳି, ବଜରଙ୍ଗୀ ଭାଇଜାନ, ମ୍ୟାରି କମ୍, ହାଇଦର ଭଳି ଫିଲ୍ମର ନାଁ ରହିଥିଲା। ତେବେ ଏସବୁ ଫିଲ୍ମକୁ ପଛରେ ପକାଇ ଚୈତନ୍ୟ ତମହାନେଙ୍କ ‘କୋର୍ଟ’କୁ ବିଚାରକ ମଣ୍ଡଳୀ ଓସ୍କାର ଦୌଡ଼ ପାଇଁ ମନୋନୀତ କରିଥିଲେ। ଗତକାଲି ଅମୋଲ ପାଲେକରଙ୍କ ନେତୃତ୍ୱରେ ଫିଲ୍ମ ଫେଡେରେସନ ଅଫ୍ ଇଣ୍ଡିଆର ବିଚାରକ ମଣ୍ଡଳୀ ଫିଲ୍ମର ନାଁ ଘୋଷଣା କରିଥିଲେ। ଏହା ପୂର୍ବରୁ କୋର୍ଟ ୬୨ତମ ନ୍ୟାସନାଲ ଫିଲ୍ମ ଆୱାର୍ଡରେ ଶ୍ରେଷ୍ଠ  ଫିଚର ଫିଲ୍ମର ପୁରସ୍କାର ଲାଭ କରିଛି।

Related story