ସଞ୍ଜୟ ଓ ସଲମାନଙ୍କ ମଧ୍ୟରେ ଫାଟ ସୃଷ୍ଟି କରିଥିବା ଅଭିନେତ୍ରୀ ଜଣଙ୍କ କିଏ?

ମୁମ୍ବାଇ: ସଞ୍ଜୟ ଦତ୍ତ ଓ ସଲମାନ୍‌ ଖାନ୍‌ ପରସ୍ପରକୁ ଭାଇଠାରୁ ଅଧିକ ଭଲ ପାଉଥିଲେ। କିନ୍ତୁ ହଠାତ୍‌ ଉଭୟଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଯାଇଛି। ଦୁହେଁ ଦୁହିଁଙ୍କ ନାଁ ବି ମୁହଁରେ ନେବାକୁ ପସନ୍ଦ କରୁ ନାହାନ୍ତି। କୁହାଯାଉଛି ଏଥିପାଇଁ ମାଧୁରୀ ଦୀକ୍ଷିତ ଦାୟୀ। ଶୁଣିବାକୁ ମିଳୁଥିବା କଥାଟି ହେଉଛି ଏମିତି। ସଞ୍ଜୟଙ୍କ ଜୀବନୀ ଉପରେ ଫିଲ୍ମ ତିଆରି ହେଉଛି। କିନ୍ତୁ ମାଧୁରୀ ଚାହୁଁ ନ ଥିଲେ ସଞ୍ଜୟଙ୍କ ବାୟୋପିକ୍ ତିଆରି ହେଉ। କାରଣ ସଞ୍ଜୟଙ୍କ ବାୟୋପିକ୍‌ରେ […]

sanjay-salman

Rakesh Mallick
  • Published: Friday, 07 April 2017
  • , Updated: 07 April 2017, 11:01 AM IST

ମୁମ୍ବାଇ: ସଞ୍ଜୟ ଦତ୍ତ ଓ ସଲମାନ୍‌ ଖାନ୍‌ ପରସ୍ପରକୁ ଭାଇଠାରୁ ଅଧିକ ଭଲ ପାଉଥିଲେ। କିନ୍ତୁ ହଠାତ୍‌ ଉଭୟଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଯାଇଛି। ଦୁହେଁ ଦୁହିଁଙ୍କ ନାଁ ବି ମୁହଁରେ ନେବାକୁ ପସନ୍ଦ କରୁ ନାହାନ୍ତି। କୁହାଯାଉଛି ଏଥିପାଇଁ ମାଧୁରୀ ଦୀକ୍ଷିତ ଦାୟୀ। ଶୁଣିବାକୁ ମିଳୁଥିବା କଥାଟି ହେଉଛି ଏମିତି। ସଞ୍ଜୟଙ୍କ ଜୀବନୀ ଉପରେ ଫିଲ୍ମ ତିଆରି ହେଉଛି। କିନ୍ତୁ ମାଧୁରୀ ଚାହୁଁ ନ ଥିଲେ ସଞ୍ଜୟଙ୍କ ବାୟୋପିକ୍ ତିଆରି ହେଉ। କାରଣ ସଞ୍ଜୟଙ୍କ ବାୟୋପିକ୍‌ରେ ତାଙ୍କ ନାଁ ବି ଯୋଡ଼ି ହେବ ବୋଲି ସେ ଭୟ କରୁଛନ୍ତି। ଖାସ୍ ସେଥିପାଇଁ ଏ ଫିଲ୍ମ ଆଇଡିଆ ଛାଡ଼ି ଦେବା ପାଇଁ ସଞ୍ଜୟଙ୍କୁ ମନାଇବାକୁ ସେ ସଲମାନଙ୍କ ସହଯୋଗ ଲୋଡ଼ିଥିଲେ। ମାଧୁରୀଙ୍କ କହିବା ଅନୁସାରେ ସଲମାନ୍ ଯାଇ ସଞ୍ଜୟଙ୍କୁ ବୁଝାଇଥିଲେ। କିନ୍ତୁ ସଞ୍ଜୟ ଓଲଟା ବୁଝିଥିଲେ। ସଲମାନଙ୍କ ଠାରୁ ସବୁ ଶୁଣି ସାରିବା ପରେ ଏ ଫିଲ୍ମ ନିଶ୍ଚିତ ହେବ ବୋଲି ସଞ୍ଜୟ ସଫା ସଫା କହି ଦେଇଥିଲେ। ଏହାକୁ ସଲମାନ ହଜମ କରିପାରି ନ ଥିଲେ। ସେହିଦିନଠାରୁ ଉଭୟଙ୍କ ମଧ୍ୟରେ ସଂପର୍କ ବିଗିଡ଼ି ଯାଇଛି।

ଏହାର କିଛି ଦିନ ପରେ ଯେତେବେଳେ ଘୋଷଣା କରାଗଲା ଯେ ଏହି ଫିଲ୍ମରେ ରଣବୀର କପୁର ସଞ୍ଜୁ ବାବାଙ୍କ ଚରିତ୍ରରେ ଅଭିନୟ କରିବେ ସେତେବେଳେ ସଲ୍ଲୁ ରାଗ ଆହୁରି ବଢ଼ି ଯାଇଥିଲା। ସେ ସଞ୍ଜୟଙ୍କ ସହିତ ଭାଇ ଭଳି ରହିଥିବା ସଂପର୍କକୁ ଭାଙ୍ଗି ଦେବାକୁ ଠିକ୍ ଭାବିଲେ।

Related story