ଏବେ ଏହି ଅଭିନେତ୍ରୀଙ୍କୁ ଡେଟ୍ କରୁଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା

ମୁମ୍ବାଇ: କ୍ରିକେଟ୍ ଖେଳାଳି ଓ ବଲିଉଡ୍ ଅଭିନେତ୍ରୀଙ୍କ ମଧ୍ୟରେ ଲଭ୍ ଆଫେୟାର କିଛି ନୂଆ କଥା ନୁହେଁ। ଅନେକ କ୍ରିକେଟର ବଲିଉଡ୍ ଅଭିନେତ୍ରୀମାନଙ୍କୁ ବିବାହ ବି କରିଛନ୍ତି। ଗତ ବର୍ଷ ଡିସେମ୍ବରରେ ଭାରତୀୟ ଟିମ୍‌ର ଅଧିନାୟକ ବିରାଟ କୋହଲି ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କୁ ବାହା ହୋଇଥିଲେ। ହରଭଜନ ସିଂହ ମଧ୍ୟ ଅଭିନେତ୍ରୀ ଗୀତା ବସରାଙ୍କୁ ବାହା ହୋଇଛନ୍ତି। ଏବେ ଶୁଣିବାକୁ ମିଳୁଛି କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଜଣେ ଅଭିନେତ୍ରୀଙ୍କ ସହ ଡେଟ୍ କରୁଛନ୍ତି। ଅବଶ୍ୟ ଡେଟ୍ କରିବା […]

hardik

Rakesh Mallick
  • Published: Thursday, 07 June 2018
  • , Updated: 07 June 2018, 01:29 PM IST

ମୁମ୍ବାଇ: କ୍ରିକେଟ୍ ଖେଳାଳି ଓ ବଲିଉଡ୍ ଅଭିନେତ୍ରୀଙ୍କ ମଧ୍ୟରେ ଲଭ୍ ଆଫେୟାର କିଛି ନୂଆ କଥା ନୁହେଁ। ଅନେକ କ୍ରିକେଟର ବଲିଉଡ୍ ଅଭିନେତ୍ରୀମାନଙ୍କୁ ବିବାହ ବି କରିଛନ୍ତି। ଗତ ବର୍ଷ ଡିସେମ୍ବରରେ ଭାରତୀୟ ଟିମ୍‌ର ଅଧିନାୟକ ବିରାଟ କୋହଲି ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କୁ ବାହା ହୋଇଥିଲେ। ହରଭଜନ ସିଂହ ମଧ୍ୟ ଅଭିନେତ୍ରୀ ଗୀତା ବସରାଙ୍କୁ ବାହା ହୋଇଛନ୍ତି। ଏବେ ଶୁଣିବାକୁ ମିଳୁଛି କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଜଣେ ଅଭିନେତ୍ରୀଙ୍କ ସହ ଡେଟ୍ କରୁଛନ୍ତି। ଅବଶ୍ୟ ଡେଟ୍ କରିବା ତାଙ୍କ ପାଇଁ ନୂଆ ନୁହେଁ। ଏଲି ଅବ୍ରାମ ଓ ଉର୍ବଶୀ ରାଉତେଲାଙ୍କ ପରେ ଏବେ ସେ ଅଭିନେତ୍ରୀ ଈଶା ଗୁପ୍ତାଙ୍କ ସହ ଡେଟ୍ କରୁଛନ୍ତି।

ଏକ ୱେବ୍‌ସାଇଟ୍‌ରେ ପ୍ରକାଶ ପାଇଥିବା ଖବର ଅନୁଯାୟୀ, ଏବେ ଈଶା ଗୁପ୍ତା ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଏକାଠି ଦେଖିବାକୁ ମିଳୁଛି। ପ୍ରଥମେ ଏକ ପାର୍ଟିରେ ସେମାନଙ୍କ ମଧ୍ୟରେ ସାକ୍ଷାତ ହୋଇଥିଲା। ସେଠାରେ ଫୋନ୍ ନମ୍ବର ଦିଆନିଆ ହୋଇଥିଲେ। ତା’ପରଠାରୁ ଦୁହଁଙ୍କ ବନ୍ଧୁତା ବଢ଼ିଯାଇଛି। ଦୁହେଁ ବିଭିନ୍ନ ସମୟରେ ଏକାଠି ଲଞ୍ଚ ଓ ଡିନର କରୁଛନ୍ତି। ତେବେ ଈଶା ଓ ହାର୍ଦ୍ଦିକ ସେମାନଙ୍କ ରିଲେସନ୍‌କୁ ଲୁଚାଉଛନ୍ତି।

ପ୍ରଥମେ ଏଲିଙ୍କ ସହ ଡେଟ୍ କରୁଥିଲେ ହାର୍ଦ୍ଦିକ। ଏଲି କମିଟ୍‌ମେଣ୍ଟ ଚାହୁଁଥିଲେ। କିନ୍ତୁ ହାର୍ଦ୍ଦିକ ସେମାନଙ୍କ ରିଲେସନ୍‌କୁ ନେଇ ଏତେ ସିରିୟସ ନଥିଲେ। ତେଣୁ ଦୁହିଁଙ୍କ ମଧ୍ୟରେ ଯୁକ୍ତିତର୍କ ହେଲା ଓ ଶେଷରେ ସେମାନଙ୍କ ସଂପର୍କରେ ପୂର୍ଣ୍ଣଚ୍ଛେଦ ପଡ଼ିଲା।

ଏଲିଙ୍କ ସହ ସଂପର୍କ ଭାଙ୍ଗିବା ପରେ ହାର୍ଦ୍ଦିକଙ୍କୁ ଅଭିନେତ୍ରୀ ଉର୍ବଶୀ ରାଉତେଲାଙ୍କ ସହ ଦେଖିବାକୁ ମିଳିଥିଲା। ସେମାନେ ଏକାଠି ସମୟ କାଟୁଥିଲେ। ତେବେ ସେମାନଙ୍କ ସଂପର୍କ ବେଶୀ ଦିନ ତିଷ୍ଠି ନଥିଲା।

Related story