ଦଶହରାରେ ପରଦାକୁ ଆସିବ ‘ଲଭ୍‌ ପାଇଁ କୁଛ୍‌ଭି କରେଗା’

ଭୁବନେଶ୍ୱର: ‘ଧୀରେ ଧୀରେ ପବନଟା କଲା ମତେ ହଲଚଲ… ମନେ କହେ ନାଚି ଗାଇ ଝୁମି ଯାଇ ଭୁଲି ଯିବି ହରପଲ….ଉ ଲା ଲା ଲା ଚାଲ୍‌ ଦୁଷ୍ଟାମି କରିବା ସାଲା…..’। ଏବେ ଗୀତଟିକୁ ଗୁଣୁ ଗୁଣେଇଛନ୍ତି ଯୁବବର୍ଗ। ବଲିଉଡ ସିଙ୍ଗର ଏହି ଗୀତଟିକୁ ଗାଇଥିବା ବେଳେ ଗୀତର ପିକ୍ଚରାଇଜେସନ ବେଶ ଚମତ୍କାର ହୋଇଛି। ଏହାର ଜବରଦସ୍ତ ଧୂନ ଯୁବବର୍ଗଙ୍କୁ ଆନ୍ଦୋଳିତ କରୁଛି। ଏହି ଗୀତଟି ହେଉଛି ତରଙ୍ଗ ସିନେ ପ୍ରଡକ୍ସନ ଷଷ୍ଠ ଅବଦାନ ‘ଲଭ୍‌ ପାଇଁ […]

luv-pain-kuch-bh-karega

Rakesh Mallick
  • Published: Tuesday, 27 September 2016
  • , Updated: 27 September 2016, 10:42 PM IST

ଭୁବନେଶ୍ୱର: ‘ଧୀରେ ଧୀରେ ପବନଟା କଲା ମତେ ହଲଚଲ... ମନେ କହେ ନାଚି ଗାଇ ଝୁମି ଯାଇ ଭୁଲି ଯିବି ହରପଲ....ଉ ଲା ଲା ଲା ଚାଲ୍‌ ଦୁଷ୍ଟାମି କରିବା ସାଲା.....’। ଏବେ ଗୀତଟିକୁ ଗୁଣୁ ଗୁଣେଇଛନ୍ତି ଯୁବବର୍ଗ। ବଲିଉଡ ସିଙ୍ଗର ଏହି ଗୀତଟିକୁ ଗାଇଥିବା ବେଳେ ଗୀତର ପିକ୍ଚରାଇଜେସନ ବେଶ ଚମତ୍କାର ହୋଇଛି। ଏହାର ଜବରଦସ୍ତ ଧୂନ ଯୁବବର୍ଗଙ୍କୁ ଆନ୍ଦୋଳିତ କରୁଛି। ଏହି ଗୀତଟି ହେଉଛି ତରଙ୍ଗ ସିନେ ପ୍ରଡକ୍ସନ ଷଷ୍ଠ ଅବଦାନ ‘ଲଭ୍‌ ପାଇଁ କୁଛ୍‌ଭି କରେଗା’ର। ଏଥିରେ ଲିଡ୍‌ ରୋଲର ଅଛନ୍ତି ‘ଲଭ୍‌ଷ୍ଟେସନ’ ଷ୍ଟାର ବାବୁସାନ ଓ ତାଙ୍କ ବିପକ୍ଷରେ ନାୟିକା ସାଜିଛନ୍ତି ନବାଗତା ସୁପ୍ରିୟା।

[embed]https://www.youtube.com/watch?v=Ri33SSZkbu8[/embed]

ନିକଟରେ ଏହି ଫିଲ୍ମର ଅଡ଼ିଓ ରିଲିଜ୍‌ ହୋଇଛି। ଏହି କାର୍ଯ୍ୟକ୍ରମରେ ଫିଲ୍ମର ଅଭିନେତା ବାବୁସାନ, ମହିର ଦାସ, ଗୀତିକାର ନିର୍ମଳ ନାୟକ, କଣ୍ଠଶିଳ୍ପୀ ସତ୍ୟଜିତଙ୍କ ସହ ତରଙ୍ଗ ସିନେ ପ୍ରଡକ୍ସନର ଅଧିକାରୀ ଯୋଗଦେଇଥିଲେ।

ଅଭିନେତା ବାବୁସାନ କହିଛନ୍ତି,“ଲଭ୍‌ ପାଇଁ କୁଛ୍‌ ଭି କରେଗାର ସବୁ ଗୀତରେ ବହୁତ ସୁନ୍ଦର ଲିରିକ୍‌ ରହିବା ସହ ମେଲୋଡିୟସ ବି ହୋଇଛି। ଏଥିରେ ସବୁ ପ୍ରକାର ଗୀତ ରହିଛି। ମୁଁ ଆଶା କରୁଛି ଏହା ଦର୍ଶକଙ୍କୁ ବାନ୍ଧି ପାରିବ।”

ଦଶହରାରେ ରିଲିଜ୍‌ ହେବାକୁ ଯାଉଛି ଫିଲ୍ମ‘ଲଭ୍‌ ପାଇଁ କୁଛ ଭି କରେଗା’। ପୂର୍ବରୁ ତରଙ୍ଗ ସିନେ ପ୍ରଡକ୍ସନର ‘ଇସ୍କ ତୁ ହି ତୁ’,‘ଗପ୍‌ ହେଲେ ବି ସତ’,‘ଜଗା ହାତରେ ପଘା’,‘ତୁ କହିବୁ ନା ମୁଁ’ ଓ ‘ଲଭ ଷ୍ଟେସନ’ ବକ୍ସ ଅଫିସରେ ସଫଳତାର ହାସଲ କରିଛି।

Related story