‘ଡିୟର ଜିନ୍ଦେଗୀ’ରେ ପାକ୍‌ କଳାକାରଙ୍କ ହଟାଇବା ଘଟଣା ସତ୍ୟ ନୁହେଁ: ଆଲିଆ

ମୁମ୍ବାଇ: ‘ଡିୟର ଜିନ୍ଦେଗୀ’ରେ ପାକିସ୍ତାନ କଳାକାର ଅଲ୍ଲୀ ଜଫରଙ୍କୁ ହଟାଯାଇଥିବା କଥା ମିଛ ବୋଲି କହିଛନ୍ତି ଆଲିଆ ଭଟ୍ଟ। ନିକଟରେ ଏକ ପତ୍ରିକାର କଭର ପେଜ୍ ଉନ୍ମୋଚନରେ ଯୋଗ ଦେଇ ଆଲିଆ ସାମ୍ବାଦିକମାନଙ୍କ ଫିଲ୍ମରେ ପାକିସ୍ତାନ କଳାକାର ସଂପର୍କରେ ପଚାରାଯାଇଥିବା ପ୍ରଶ୍ନର ଉତ୍ତରରେ ଏହା କହିଥିଲେ। ଫିଲ୍ମଟି ପୂର୍ବରୁ ନିର୍ଦ୍ଧାରିତ ଷ୍ଟାରମାନଙ୍କ ସହ ବଡ଼ ପରଦାରେ ଆସିବ ବୋଲି ଆଲିଆ କହିଛନ୍ତି। ପୂର୍ବ ଖବର ଅନୁଯାୟୀ, ଫିଲ୍ମର ନିର୍ଦ୍ଦେକ ଗୌରୀ ସିନ୍ଦେ ପାକ୍‌ କଳାକାର ଅଲ୍ଲୀ ଜଫରଙ୍କ […]

alia-bhatt

Rakesh Mallick
  • Published: Thursday, 17 November 2016
  • , Updated: 17 November 2016, 01:47 PM IST

ମୁମ୍ବାଇ: ‘ଡିୟର ଜିନ୍ଦେଗୀ’ରେ ପାକିସ୍ତାନ କଳାକାର ଅଲ୍ଲୀ ଜଫରଙ୍କୁ ହଟାଯାଇଥିବା କଥା ମିଛ ବୋଲି କହିଛନ୍ତି ଆଲିଆ ଭଟ୍ଟ। ନିକଟରେ ଏକ ପତ୍ରିକାର କଭର ପେଜ୍ ଉନ୍ମୋଚନରେ ଯୋଗ ଦେଇ ଆଲିଆ ସାମ୍ବାଦିକମାନଙ୍କ ଫିଲ୍ମରେ ପାକିସ୍ତାନ କଳାକାର ସଂପର୍କରେ ପଚାରାଯାଇଥିବା ପ୍ରଶ୍ନର ଉତ୍ତରରେ ଏହା କହିଥିଲେ।

ଫିଲ୍ମଟି ପୂର୍ବରୁ ନିର୍ଦ୍ଧାରିତ ଷ୍ଟାରମାନଙ୍କ ସହ ବଡ଼ ପରଦାରେ ଆସିବ ବୋଲି ଆଲିଆ କହିଛନ୍ତି। ପୂର୍ବ ଖବର ଅନୁଯାୟୀ, ଫିଲ୍ମର ନିର୍ଦ୍ଦେକ ଗୌରୀ ସିନ୍ଦେ ପାକ୍‌ କଳାକାର ଅଲ୍ଲୀ ଜଫରଙ୍କ ସ୍ଥାନରେ ତାହିର ରାଜ୍‌ ଭାସିନ୍‌ଙ୍କୁ ସାଇନ୍‌ କରାଯାଇଥିବା ଖବର ପ୍ରକାଶ ପାଇଥିଲା। କିନ୍ତୁ ଏହି ସବୁ ଖବର ଏକ ଗୁଜବ ବୋଲି ଶେଷରେ ଆଲିଆ କହିଛନ୍ତି।

Related story