ବିବାହ କରିବେ ଦୀପିକା!

ମୁମ୍ୱାଇ: ଗତ କିଛିଦିନ ହେବ ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ଙ୍କ ବିବାହକୁ ନେଇ ବି- ଟାଉନ୍‌ରେ ଚର୍ଚ୍ଚା ଜୋର ଧରିଛି। ଏକ ବିବାହ ଉତ୍ସବରେ ଯୋଗ ଦେବା ପାଇଁ ସେ ଏବେ ବେଙ୍ଗଲୁରୁରେ ଅଛନ୍ତି। ତାଙ୍କର କିଛି ଲାଟେଷ୍ଟ ଫଟୋ ସୋସିଆଲ ମିଡିଆରେ ଲିକ୍‌ ହୋଇଛି। ଏହି ଫଟୋରେ ଦୀପିକାଙ୍କୁ ତାଙ୍କ ପରିବାର ସଦସ୍ୟଙ୍କ ସହ ଦେଖିବାକୁ ମିଳିଛି। ବେଙ୍ଗଲୁରୁ ଆସିବା ପୂର୍ବରୁ ଦୀପିକା ଓ ରଣବୀର ସିଂହଙ୍କୁ ଏକାଠି ଦେଖିବାକୁ ମିଳିଥିଲା। ମୁମ୍ୱାଇରେ କିଛି ସମୟ […]

dipikaaaa

Rakesh Mallick
  • Published: Friday, 13 April 2018
  • , Updated: 13 April 2018, 10:08 AM IST

ମୁମ୍ୱାଇ: ଗତ କିଛିଦିନ ହେବ ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ଙ୍କ ବିବାହକୁ ନେଇ ବି- ଟାଉନ୍‌ରେ ଚର୍ଚ୍ଚା ଜୋର ଧରିଛି। ଏକ ବିବାହ ଉତ୍ସବରେ ଯୋଗ ଦେବା ପାଇଁ ସେ ଏବେ ବେଙ୍ଗଲୁରୁରେ ଅଛନ୍ତି। ତାଙ୍କର କିଛି ଲାଟେଷ୍ଟ ଫଟୋ ସୋସିଆଲ ମିଡିଆରେ ଲିକ୍‌ ହୋଇଛି। ଏହି ଫଟୋରେ ଦୀପିକାଙ୍କୁ ତାଙ୍କ ପରିବାର ସଦସ୍ୟଙ୍କ ସହ ଦେଖିବାକୁ ମିଳିଛି।

ବେଙ୍ଗଲୁରୁ ଆସିବା ପୂର୍ବରୁ ଦୀପିକା ଓ ରଣବୀର ସିଂହଙ୍କୁ ଏକାଠି ଦେଖିବାକୁ ମିଳିଥିଲା। ମୁମ୍ୱାଇରେ କିଛି ସମୟ ଉଭୟେ ସମୟ ବିତାଇବା ପରେ ଦୀପିକା ମୁମ୍ୱାଇ ଏୟାରପୋର୍ଟରେ ପହଞ୍ଚିଥିଲେ। ଏହାପରେ ସେ ବେଙ୍ଗଲୁରୁ ଆସିଥିଲେ। ନିଜ ବିବାହକୁ ନେଇ ଦୀପିକା ବାପାମାଆଙ୍କ ସହ କଥା ହେବାକୁ ଆସିଥିବା କୁହାଯାଉଛି। ନିକଟରେ ତାଙ୍କର କିଛି ତାଜା ଫଟୋ ଉପରେ ନିଜର ପକାଇଲେ ଜଣାପଡୁଛି ନିଜ ବିବାହ ପାଇଁ ନୁହେଁ, ପରିବାରର ଅନ୍ୟ ସଦସ୍ୟ ବିବାହରେ ସାମିଲ ହେବା ପାଇଁ ସେ ବେଙ୍ଗଲୁରୁ ଆସିଥିଲେ।

ଚଳିତବର୍ଷ ଶେଷ ଆଡକୁ ଦୀପିକା ତାଙ୍କ ବଏଫ୍ରେଣ୍ଡ୍‌ ରଣବୀରଙ୍କୁ ବିବାହ କରିବେ ବୋଲି କୁହାଯାଉଛି। ଦୀପିକାଙ୍କ ପରିବାର ଲୋକେ ସେପ୍ଟେମ୍ୱର କିମ୍ୱା ଅକ୍ଟୋବର ୪ ତାରିଖରେ ବିବାହ ତାରିଖ ସ୍ଥିର କରିଥିବା ମଧ୍ୟ ଶୁଣିବାକୁ ମିଳୁଛି।

Related story