ମୁମ୍ବାଇ:ବଲିଉଡ୍ର ଲଭର୍ ବୟ ରଣବୀର କପୁରଙ୍କ ପାଇଁ କ୍ୟାଟ୍ରିନା କୈଫ୍ ଓ ଦୀପିକା ପାଦୁକୋନ୍ଙ୍କ ମତାନ୍ତର କିଏ ବା ନଜାଣେ। କିନ୍ତୁ ଯାହା ଜଣାପଡ଼ୁଛି ଏବେ ସେମାନଙ୍କ ମଧ୍ୟରେ ସବୁ କିଛି ଠିକ୍ ହୋଇଯାଇଛି। ରିପୋର୍ଟ ମୁତାବକ ଡିସେମ୍ବର ୧ରେ ମୁମ୍ବାଇରେ ହେଉଥିବା ରିସେପ୍ସନ୍ ପାର୍ଟିରେ ଦୀପ୍ବୀର କ୍ୟାଟ୍ରିନାଙ୍କୁ ନିମନ୍ତ୍ରଣ କରିଛନ୍ତି। ଏଥିରୁ ଜଣାପଡ଼ୁଛି ଦୁହିଁଙ୍କ ମଧ୍ୟରେ ସବୁ ତିକ୍ତତା ଦୂର ହୋଇଯାଇଛି। ବଲିଉଡ୍ ଇଣ୍ଡଷ୍ଟ୍ରିର ବନ୍ଧୁମାନଙ୍କ ପାଇଁ ମୁମ୍ବାଇରେ ବିବାହ ଭୋଜିର ଆୟୋଜନ କରିଛନ୍ତି ରଣବୀର ଏବଂ ଦୀପିକା।
ଏହି ପାର୍ଟିରେ ବଲିଉଡ୍ର ବହୁ ନାମୀ-ଦାମୀ କଳାକାର ଯୋଗ ଦେବାର ଅଛି। ପାର୍ଟିରେ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍ ମଧ୍ୟ ଯୋଗ ଦେବେ ବୋଲି ସୂଚନା ମିଳିବା ପରେ ସେ କାହା ସହ ଆସିବା ନେଇ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି ।ଏକଥା ବି ଜଣା ପଡ଼ିଛି ଯେ, ନିମନ୍ତ୍ରଣ ପତ୍ର ମିଳିବା ପରେ ସେ ସଲମାନଙ୍କୁ ନିଜ ସହ ଯିବା ପାଇଁ ପଚାରିଥିଲେ ।
କୁହାଯାଉଛି କ୍ୟାଟ୍ରିନାଙ୍କ ସହ ସଲମାନ୍ ଏବଂ ଅଲ୍ଲୀ ଅବାସ ଜଫର ଦୀପ୍ବୀରଙ୍କ ବିବାହ ଭୋଜିକୁ ଯାଇପାରନ୍ତି। ସୂଚନା ମୁତାବକ ଦୀପିକାଙ୍କ ସହ ରଣବୀର ମଧ୍ୟ କ୍ୟାଟ୍ରିନାଙ୍କୁ ବ୍ୟକ୍ତିଗତ ମେସେଜ୍ କରି ନିମନ୍ତ୍ରଣ କରିଛନ୍ତି।