ଦୀପିକା କ’ଣ ଗର୍ଭବତୀ ଅଛନ୍ତି ?

ମୁମ୍ୱାଇ: ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ଙ୍କ ଆଗାମୀ ଫିଲ୍ମ ‘ଛପାକ୍‌ ’ ଚଳିତ ମାସରେ ପରଦାକୁ ଆସୁଛି। ଏହି ଫିଲ୍ନରେ ସେ ଏସିଡ୍‌ ଆଟାକ୍‌ ପୀଡ଼ିତା ଲକ୍ଷ୍ମୀ ଅଗ୍ରୱାଲ୍‌ଙ୍କ ଚରିତ୍ରରେ ନଜର ଆସିବେ। ବର୍ତ୍ତମାନ ସେ ଏହି ଫିଲ୍ମର ପ୍ରମୋସନରେ ପୂରା ବ୍ୟସ୍ତ ଅଛନ୍ତି। ସେଥିପାଇଁ ଏହାରି ଭିତରେ ସେ ଅନେକ ରିଆଲିଟି ଶୋ’ କୁ ମଧ୍ୟ ଯାଇଛନ୍ତି। ଏହି ଫିଲ୍ମକୁ ନେଇ ଏକ ମିଡିଆ ଇଣ୍ଟରାକ୍ସନ୍ ବେଳେ ଜଣେ ରିପୋର୍ଟର ତାଙ୍କୁ ଗର୍ଭବତୀ ଅଛନ୍ତି କି ବୋଲି ପ୍ରଶ୍ନ […]

n-9nbv

n-9nbv

Tapas Behera
  • Published: Monday, 06 January 2020
  • Updated: 07 January 2020, 07:32 AM IST

Sports

Latest News

ମୁମ୍ୱାଇ: ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ଙ୍କ ଆଗାମୀ ଫିଲ୍ମ ଛପାକ୍‌  ଚଳିତ ମାସରେ ପରଦାକୁ ଆସୁଛି। ଏହି ଫିଲ୍ନରେ ସେ ଏସିଡ୍‌ ଆଟାକ୍‌ ପୀଡ଼ିତା ଲକ୍ଷ୍ମୀ ଅଗ୍ରୱାଲ୍‌ଙ୍କ ଚରିତ୍ରରେ ନଜର ଆସିବେ। ବର୍ତ୍ତମାନ ସେ ଏହି ଫିଲ୍ମର ପ୍ରମୋସନରେ ପୂରା ବ୍ୟସ୍ତ ଅଛନ୍ତି। ସେଥିପାଇଁ ଏହାରି ଭିତରେ ସେ ଅନେକ ରିଆଲିଟି ଶୋ’ କୁ ମଧ୍ୟ ଯାଇଛନ୍ତି।

ଏହି ଫିଲ୍ମକୁ ନେଇ ଏକ ମିଡିଆ ଇଣ୍ଟରାକ୍ସନ୍ ବେଳେ ଜଣେ ରିପୋର୍ଟର ତାଙ୍କୁ ଗର୍ଭବତୀ ଅଛନ୍ତି କି ବୋଲି ପ୍ରଶ୍ନ କରିଥିଲେ। ଏହି ପ୍ରଶ୍ନ ଶୁଣି ସେଠାରେ ଥିବା ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ତେବେ ଦୀପିକା ଏହାର ଜବରଦସ୍ତ ଜବାବ ଦେଇଥିଲେ। ସେ କହିଥିଲେ,ମୁଁ କ’ଣ ଗର୍ଭବତୀ ଥିବା ଭଳି ଦେଖାଯାଉଛି?” 

ଦୀପିକା ଆହୁରି କହିଥିଲେ, “ଯେବେ ମୁଁ ଫ୍ୟାମିଲ୍‌ ପ୍ଲାନିଂ କରିବି ଆପଣଙ୍କୁ ପଚାରିନେବି। ଯଦି ଆପଣ ଆଦେଶ ଦେବେ ତା’ହେଲେ ମୁଁ ନିଶ୍ଚୟ ଫ୍ୟାମିଲ୍‌ ପ୍ଲାନିଂ କରିବି। ଆଉ ମୁଁ ପ୍ରେଗ୍‌ନାଣ୍ଟ ହେଲେ ଏହା ନଅ ମାସରେ ଆପେ ଆପେ ଜଣାପଡ଼ିଯିବ।”

ସୂଚନାଯୋଗ୍ୟ, ପୂର୍ବରୁ ହିନ୍ଦୁସ୍ତାନ ଟାଇମ୍ସକୁ ଦେଇଥିବା ଏକ ସାକ୍ଷାତ୍‌କାରରେ ଦୀପିକା କହିଥିଲେ ଯେ ରଣବୀର ଓ ସେ ଛୁଆମାନଙ୍କୁ ଭାରି ଭଲ ପା’ନ୍ତି। ସେମାନେ ଫ୍ୟାମିଲ୍‌ ପ୍ଲାନିଂ କରିବାକୁ ଚାହୁଁଛୁ, କିନ୍ତୁ ଏବେ ନୁହେଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos