ନଭେମ୍ବରରେ ବାହାହେବେ ରଣବୀର ଓ ଦୀପିକା!

ମୁମ୍ବାଇ: ବଲିଉଡ ଅଭିନେତା ରଣବୀର ସିଂହ ଓ ଦୀପିକା ପାଦୁକୋନଙ୍କ ବିବାହକୁ ନେଇ ଏବେ ସାରା ବି-ଟାଉନରେ ଚାଲିଛି ଚର୍ଚ୍ଚା ଗତ କିଛିଦିନ ହେବ ଲଗାତାର ଭାବେ ଖବର ଆସୁଛି ଯେ ଚଳିତ ବର୍ଷ ଏହି ପ୍ରେମୀଯୁଗଳ ବିବାହ ବନ୍ଧନରେ ବାନ୍ଧି ହେବେ। ପ୍ରଥମେ ଖବର ଆସିଥିଲା ଯେ ଆସନ୍ତା ଡିସେମ୍ବର ମାସରେ ସେମାନେ ବିବାହ କରିବେ ବୋଲି। ବର୍ତ୍ତମାନ ନୂଆ ଖବର ଅନୁଯାୟୀ ଦୀପିକା ଓ ରଣବୀର ଆସନ୍ତା ନଭେମ୍ବର ମାସରେ ବାହା ହେବ। ସୂଚନା […]

deep

Rakesh Mallick
  • Published: Saturday, 26 May 2018
  • , Updated: 26 May 2018, 07:36 PM IST

ମୁମ୍ବାଇ: ବଲିଉଡ ଅଭିନେତା ରଣବୀର ସିଂହ ଓ ଦୀପିକା ପାଦୁକୋନଙ୍କ ବିବାହକୁ ନେଇ ଏବେ ସାରା ବି-ଟାଉନରେ ଚାଲିଛି ଚର୍ଚ୍ଚା ଗତ କିଛିଦିନ ହେବ ଲଗାତାର ଭାବେ ଖବର ଆସୁଛି ଯେ ଚଳିତ ବର୍ଷ ଏହି ପ୍ରେମୀଯୁଗଳ ବିବାହ ବନ୍ଧନରେ ବାନ୍ଧି ହେବେ। ପ୍ରଥମେ ଖବର ଆସିଥିଲା ଯେ ଆସନ୍ତା ଡିସେମ୍ବର ମାସରେ ସେମାନେ ବିବାହ କରିବେ ବୋଲି। ବର୍ତ୍ତମାନ ନୂଆ ଖବର ଅନୁଯାୟୀ ଦୀପିକା ଓ ରଣବୀର ଆସନ୍ତା ନଭେମ୍ବର ମାସରେ ବାହା ହେବ।

ସୂଚନା ଅନୁଯାୟୀ, ନଭେମ୍ବର ୧୯ ତାରିଖରେ ଏମାନେ ବିବାହ କରିପାରନ୍ତି। ମୁମ୍ବାଇରେ ସେମାନଙ୍କ ବାହାଘର ହୋଇପାରେ। ଏ ନେଇ କିଛି ଠୋସ୍‌ ସୂଚନା ଆସିନାହିଁ। ଏପର୍ଯ୍ୟନ୍ତ ଦୀପିକା କି ରଣବୀର ଏ ନେଇ କିଛି କହି ନାହାଁନ୍ତି। ଶୁଣିବାକୁ ମିଳୁଛି ଯେ ବାହାଘର ପାଇଁ କୁଆଡ଼େ ଦୀପିକା ଚଳିତ ବର୍ଷ କୌଣସି ଫିଲ୍ମ ସାଇନ କରୁନାହାଁନ୍ତି। ‘ପଦ୍ମାବତ୍’ ପରେ ସେ କୌଣସି ପ୍ରୋଜେକ୍ଟ ସାଇନ୍‌ କରି ନାହାଁନ୍ତି।

ତେଣୁ ଏ ଦୁହିଁଙ୍କ ଫ୍ୟାନ୍‌ମାନେ ଟିକେ ଦ୍ୱନ୍ଦ୍ୱରେ ପଡ଼ିଯାଇଛନ୍ତି। ଏବେ ସେମାନେ ଅପେକ୍ଷା କରିଛନ୍ତି ଯେ ବାହାଘର ନେଇ କେବେ ଦୀପିକା ଓ ରଣବୀର ଆନୁଷ୍ଠାନିକ ଭାବେ ଘୋଷଣା କରିବେ।

ସୂଚନା ଯୋଗ୍ୟ, ଗତ ବର୍ଷ ଡିସେମ୍ବର ମାସରେ ଅନୁଷ୍କା ଶର୍ମା ବିବାହ କରିଥିବାବେଳେ ନିକଟରେ ଆଉ ଦୁଇଜଣ ଅଭିନେତ୍ରୀ ସୋନମ କପୁର ଓ ନେହା ଧୁପିଆ ବିବାହ କରିଛନ୍ତି।

 

 

Related story