ନିଜ ବାହାଘରକୁ କ୍ୟାଟ୍ରିନାଙ୍କୁ ନିମନ୍ତ୍ରଣ କରିବେନି ଏହି ଅଭିନେତ୍ରୀ

ମୁମ୍ବାଇ: ଅନୁଷ୍କା ଶର୍ମା ଓ ବିରାଟ କୋହଲିଙ୍କ ବାହାଘର ପରେ ଏବେ ଦୀପିକା ପାଦୁକୋନ୍‌ ଓ ରଣବୀର ସିଂହଙ୍କ ବାହାଘରକୁ ନେଇ ଚର୍ଚ୍ଚା ହେଉଛି। କିଛି ଦିନ ପୂର୍ବରୁ ଦୁହିଁଙ୍କୁ ଶ୍ରୀଲଙ୍କାରେ ଛୁଟି କାଟୁଥିବାର ଦେଖିବାକୁ ମିଳିଥିଲା। ସେ ସମୟରେ ସେମାନଙ୍କ ନିର୍ବନ୍ଧ ଖବର ମଧ୍ୟ ଆସିଥିଲା। କିନ୍ତୁ ସେମିତି କିଛି ହୋଇ ନଥିଲା।

ଦୁହେଁ କେବେ ବିବାହ କରିବେ, ସେନେଇ କିଛି ସ୍ପଷ୍ଟ ହୋଇ ନାହିଁ। ତେବେ ସେମାନଙ୍କ ବାହାଘରକୁ ନେଇ ଗୋଟିଏ କଥା ସ୍ପଷ୍ଟ ହୋଇଯାଇଛି। ତାହା ହେଉଛି-  ଦୀପିକାଙ୍କ ବାହାଘର ଅତିଥି ତାଲିକାରେ କ୍ୟାଟ୍ରିନାଙ୍କ ନାଁ ରହିବନି। ଏକଥା ନିଜେ ଦୀପିକା କହିଛନ୍ତି।

କିଛି ଦିନ ପୂର୍ବରୁ ଦୀପିକା ତାଙ୍କ ଭଉଣୀ ଅନୀସା ପାଦୁକୋନ୍‌ଙ୍କ ସହ ଏକ ଚାଟ୍‌ ଶୋ’କୁ ଆସିଥିଲେ। ସେଠାରେ ତାଙ୍କ ବିବାହର ଅତିଥି ତାଲିକାରେ କ୍ୟାଟ୍ରିନା କୈଫ୍‌ ରହିବେ ନା ନାହିଁ ପଚରା ଯାଇଥିଲା। ଦୀପିକା ଆଦୌ ବିଳମ୍ବ ନ କରି ‘ନା’ ବୋଲି କହିଥିଲେ।

ଦୀପିକା ଓ କ୍ୟାଟ୍ରିନାଙ୍କ ଫାଇଟ୍‌ କାହାକୁ ବା ଅଛପା। ପୂର୍ବରୁ ଏହି ଦୁଇଜଣ ଅଭିନେତା ରଣବୀର କପୁରଙ୍କର ଗର୍ଲ ପ୍ରେଣ୍ଡ ରହିସାରିଛନ୍ତି। ସେଥିପାଇଁ ଦୁହିଁଙ୍କ ଭିତରେ ପଡ଼େ ନାହିଁ।