ଖୁବଶୀଘ୍ର ହେବ 'ଅନ୍ଧାଧୁନ୍‌ର' ତାମିଲ ରିମେକ୍

ମୁମ୍ବାଇ: ବକ୍ସ ଅଫିସ୍‌ରେ ସୁପରହିଟ୍‌ ସାବ୍ୟସ୍ତ ହୋଇଥିବା ଆୟୁଷ୍ମାନ ଖୁରାନାଙ୍କ ପିଲ୍ମ ‘ଅନ୍ଧାଧୁନ୍‌’ର ଖୁବଶୀଘ୍ର ତାମିଲ ରିମେକ୍ ହେବାକୁ ଯାଉଛି। ସୂଚନା ଅନୂଯାୟୀ, ସାଉଥ ସୁପରଷ୍ଟାର ଧନୁଷ ଏହି ଫିଲ୍ମ ବନାଇବାକୁ ଚାହୁଁଛନ୍ତି। ଧନୁଷ କେବଳ ସାଉଥ ଇଣ୍ଡଷ୍ଟ୍ରିରେ ନୁହେଁ ବଲିଉଡରେ ବି ନିଜ ଅଭିନୟର କମାଲ ଦେଖାଇସାରିଛନ୍ତି। ସେ ବଲିଉଡ ନିର୍ଦ୍ଦେଶକ ଆନନ୍ଦ ଏଲ ରାୟଙ୍କ ସହ ‘ରାଞ୍ଝଣା’ ଫିଲ୍ମରେ କାମ କରିଥିଲେ। ଫିଲ୍ମଟି ବକ୍ସ ଅଫିସ୍‌ରେ ଜବରଦସ୍ତ ରେସପନ୍ସ ମିଳିଥିଲା। https://www.instagram.com/p/ByVX1UwFFqr/?utm_source=ig_web_copy_link ସୂଚନା ଅନୁୟାୟୀ, […]

andhadhun

Chinmayee Roy
  • Published: Thursday, 06 June 2019
  • , Updated: 06 June 2019, 09:57 AM IST

ମୁମ୍ବାଇ: ବକ୍ସ ଅଫିସ୍‌ରେ ସୁପରହିଟ୍‌ ସାବ୍ୟସ୍ତ ହୋଇଥିବା ଆୟୁଷ୍ମାନ ଖୁରାନାଙ୍କ ପିଲ୍ମ ‘ଅନ୍ଧାଧୁନ୍‌’ର ଖୁବଶୀଘ୍ର ତାମିଲ ରିମେକ୍ ହେବାକୁ ଯାଉଛି। ସୂଚନା ଅନୂଯାୟୀ, ସାଉଥ ସୁପରଷ୍ଟାର ଧନୁଷ ଏହି ଫିଲ୍ମ ବନାଇବାକୁ ଚାହୁଁଛନ୍ତି। ଧନୁଷ କେବଳ ସାଉଥ ଇଣ୍ଡଷ୍ଟ୍ରିରେ ନୁହେଁ ବଲିଉଡରେ ବି ନିଜ ଅଭିନୟର କମାଲ ଦେଖାଇସାରିଛନ୍ତି। ସେ ବଲିଉଡ ନିର୍ଦ୍ଦେଶକ ଆନନ୍ଦ ଏଲ ରାୟଙ୍କ ସହ ‘ରାଞ୍ଝଣା’ ଫିଲ୍ମରେ କାମ କରିଥିଲେ। ଫିଲ୍ମଟି ବକ୍ସ ଅଫିସ୍‌ରେ ଜବରଦସ୍ତ ରେସପନ୍ସ ମିଳିଥିଲା।

https://www.instagram.com/p/ByVX1UwFFqr/?utm_source=ig_web_copy_link

ସୂଚନା ଅନୁୟାୟୀ, ସେ ଫିଲ୍ମର ରାଇଟ୍ସ କିଣିବା ପାଇଁ କସରତ ଆରମ୍ଭ କରିଦେଲେଣି। ଏକ ସାକ୍ଷାତକାରରେ ଧନୁଷ କହିଥିଲେ, “‘ଅନ୍ଧାଧୁନ୍’ ଏକ ଜବରଦସ୍ତ  ଥ୍ରୀଲର ଯାହାକୁ ମୁଁ ତାମିଲ୍‌ରେ ବନାଇବାକୁ ପସନ୍ଦ କରିବି।”

ଏହି ଫିଲ୍ମ ଗତବର୍ଷ ରିଲିଜ ହୋଇଥିଲା। ଏହାକୁ କ୍ରିଟିକ୍ସ ଓ ଦର୍ଶକ ଖୁବ୍‌ ପସନ୍ଦ କରିଥିଲେ। ଏହା ବକ୍ସ ଅଫିସ୍‌ରେ ଜବରଦସ୍ତ କଲେକ୍ସନ ମଧ୍ୟ କରିଥିଲା।  ଏହି ଫିଲ୍ମର ନିର୍ଦ୍ଦେଶନା ଶ୍ରୀରାମ ରାଘବନ ଦେଇଥିଲେ। ଏଥିରେ ଆୟୁଷ୍ମାନ ଖୁରାନା ଜଣେ ପିଆନୋ ପ୍ଲେୟାର ଭୂମିକାରେ ଅଭିନୟ କରିଥିଲେ। ଫିଲ୍ମରେ ତାଙ୍କ ବିପକ୍ଷରେ ନଜର ଆସିଥିଲେ ରାଧିକା ଆପଟେ। ତବୁ ମଧ୍ୟ ଏଥିରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଥିଲେ।

https://www.instagram.com/p/BugqEVUgcx4/?utm_source=ig_web_copy_link

ଜଣାଇଦେବାକୁ ଚାହୁଁ ଯେ ନିକଟରେ ଧନୁଷଙ୍କର ପ୍ରଥମ ହଲିଉଡ ଫିଲ୍ମ ‘ଦ ଏକ୍ସଟ୍ରାଅଡିନାରି ଜର୍ଣ୍ଣି ଅଫ୍ ଦ ଫକିର’ର ଟ୍ରେଲର ରିଲିଜ୍‌ ହୋଇସାରିଛି। ଏହାର ନିର୍ଦ୍ଦେଶନା କେନ୍ ସ୍କଟ୍‌ ଦେଇଛନ୍ତି।

ଧନୁଷଙ୍କର ଶେଷ ବଲିଉଡ ଫିଲ୍ମ ଥିଲା ‘ଶମିତାଭ’। ଏହା ବକ୍ସ ଅଫିସରେ ଏତେ କମାଲ କରିପାରିଲା ନାହିଁ। ହେଲେ ଫିଲ୍ମରେ ଧନୁଷଙ୍କ ଅଭିନୟକୁ ଭିଭିନ୍ନ ମହଲରୁ ପ୍ରଶଂସା ମିଳିଥିଲା। ଏହି ଫିଲ୍ମ ୨୦୧୫ରେ ରିଲିଜ୍ ହୋଇଥିଲା ଓ ଏହାର ନିର୍ଦ୍ଦେଶନା ଆର୍‌ ବାଲ୍‌କି ଦେଇଥିଲେ।

https://youtu.be/H1WASu-s4eA

Related story