ରିଲିଜ୍ ପୂର୍ବରୁ ବିବାଦରେ ‘ଢିଶୁମ୍‌’ର ‘ସୌ ତରହ କେ’ ଗୀତ

ମୁମ୍ବାଇ: ଆଗାମୀ ବଲିଉଡ୍ ଫିଲ୍ମ ‘ଢିଶୁମ୍’ର ନୂଆ ଏନରଜେଟିକ୍ ଗୀତ “ସୌ ତରହ କେ’ ରିଲିଜ୍ ହୋଇଯାଇଛି। ଏହି ଗୀତଟି ଜ୍ୟାକଲିନ୍ ଫର୍ଣ୍ଣାଡିସ୍, ଜନ୍ ଅବ୍ରାହମ ଏବଂ ବରୁଣ ଧବନଙ୍କୁ ନେଇ ସୁଟିଂ କରାଯାଇଛି। ଗୀତର ମ୍ୟୁଜିକ୍ ଏବଂ ଶବ୍ଦାବଳୀ ଦୁଇଟି ଯାକ ଏଣ୍ଟରଟେନିଙ୍ଗ କିନ୍ତୁ ଏହି ଗୀତ ରିଲିଜ୍ ହେବା ପୂର୍ବରୁ ବିବାଦରେ ଘେରି ହୋଇଯାଇଛି। ପ୍ରକୃତରେ ଏହି ଗୀତକୁ ନେଇ ଉଠିଥିବା ବିବାଦ ଜ୍ୟାକଲିନ୍‌ଙ୍କ ସହିତ ଜଡ଼ିତ। ଏହି ଗୀତର ଭିଡିଓରେ ଜ୍ୟାକ୍‌ଲିନ୍‌ ଏକ […]

jackline1

Rakesh Mallick
  • Published: Friday, 17 June 2016
  • , Updated: 17 June 2016, 06:21 PM IST

ମୁମ୍ବାଇ: ଆଗାମୀ ବଲିଉଡ୍ ଫିଲ୍ମ ‘ଢିଶୁମ୍’ର ନୂଆ ଏନରଜେଟିକ୍ ଗୀତ “ସୌ ତରହ କେ’ ରିଲିଜ୍ ହୋଇଯାଇଛି। ଏହି ଗୀତଟି ଜ୍ୟାକଲିନ୍ ଫର୍ଣ୍ଣାଡିସ୍, ଜନ୍ ଅବ୍ରାହମ ଏବଂ ବରୁଣ ଧବନଙ୍କୁ ନେଇ ସୁଟିଂ କରାଯାଇଛି। ଗୀତର ମ୍ୟୁଜିକ୍ ଏବଂ ଶବ୍ଦାବଳୀ ଦୁଇଟି ଯାକ ଏଣ୍ଟରଟେନିଙ୍ଗ କିନ୍ତୁ ଏହି ଗୀତ ରିଲିଜ୍ ହେବା ପୂର୍ବରୁ ବିବାଦରେ ଘେରି ହୋଇଯାଇଛି।

ପ୍ରକୃତରେ ଏହି ଗୀତକୁ ନେଇ ଉଠିଥିବା ବିବାଦ ଜ୍ୟାକଲିନ୍‌ଙ୍କ ସହିତ ଜଡ଼ିତ। ଏହି ଗୀତର ଭିଡିଓରେ ଜ୍ୟାକ୍‌ଲିନ୍‌ ଏକ କୃପାଣ ତାଙ୍କ ଅଣ୍ଟାରେ ବାନ୍ଧି ରଖିଛନ୍ତି। କୃପାଣ ହେଉଛନ୍ତି ଶିଖ୍ ଧର୍ମର ପାଞ୍ଚୋଟି ମୁଖ୍ୟ ଚିହ୍ନ ମଧ୍ୟରୁ ଗୋଟିଏ। ଜ୍ୟାକ୍‌ଲିନ୍‌ଙ୍କ ଦ୍ୱାରା ଏହିଭଳି କୃପାଣକୁ ପିନ୍ଧିବା ଶିଖ ଧର୍ମାବଲମ୍ବୀଙ୍କ ଭାବନାକୁ ଆଘାତ ଦେବ ବୋଲି ଚର୍ଚ୍ଚା ଚାଲିଛି। ଏହି କାରଣରୁ ଶିଖ ସାମାଜିକ କର୍ମୀ ହରଜିନ୍ଦର କୁକ୍‌ରେଜା ତାଙ୍କ ଧାର୍ମିକ ଭାବନାକୁ ଆଘାତ କରିଥିବାରୁ ଜ୍ୟାକ୍‌ଲିନ୍ କ୍ଷମା ମାଗନ୍ତୁ ବୋଲି ଦାବି କରିଛନ୍ତି। ହରଜିନ୍ଦର ତାଙ୍କ ଟ୍ୱିଟର ଆକାଉଣ୍ଟରେ ଏହି ଗୀତରେ ଜ୍ୟାକଲିନ୍ କୃପାଣ ପିନ୍ଧି ଥିବାର ବହୁ ସଟ୍ ମଧ୍ୟ ପୋଷ୍ଟ କରିଥିଲେ। କିନ୍ତୁ ସେ କିଛି ସମୟ ପରେ ଏହାକୁ ଟ୍ୱିଟରୁ ହଟାଇ ଦେଇଥିଲେ। ଏ ପର୍ଯ୍ୟନ୍ତ ଏହି ମାମଲାକୁ ନେଇ ଫିଲ୍ମର ଟିମ୍ ତଥା ଅଭିନେତ୍ରୀଙ୍କ ତରଫରୁ କୌଣସି ବୟାନ ଆସିନାହିଁ।

‘ଢିଶୁମ୍’ ଜୁଲାଇ ୨୯ରେ ରିଲିଜ୍ ହେବ।

Related story