ମେ’ରେ ମା’ ହେଲେ, ଜୁଲାଇରେ ଜଣାଇଲେ

ମୁମ୍ବାଇ ୧୪।୭ : ପୁତ୍ର ସନ୍ତାନର ଜନନୀ ହେଲେ ବଲିଉଡ୍ ଅଭିନେତ୍ରୀ ଦିଆ ମିର୍ଜା। ବିଜନେସମ୍ୟାନ୍ ଏବଂ ଇଭେଣ୍ଟର୍ ବୈଭବ ରେଖିଙ୍କୁ  ଦିଆ  ଫେବୃଆରୀ ୧୫ ତାରିଖରେ ବିବାହ କରିଥିବା ବେଳେ ସେମାନଙ୍କ ସନ୍ତାନ ମେ ୧୪ରେ ଜନ୍ମଗ୍ରହଣ କରିଛି । ପୁଅର ନାଁ  ଅଭ୍ୟାନ୍ ଆଜାଦ ରେଖୀ । ପୁଅ ଜନ୍ମର ୨ ମାସ ପରେ ଦିଆ ନିଜ ଇନଷ୍ଟାଗ୍ରାମ୍‌ ପେଜରେ ଏହି ଖୁସି ଖବର ନିଜ ଫ୍ୟାନ୍ସଙ୍କୁ ଦେଇଛନ୍ତି। ପୁଅର ଜନ୍ମ ବିଷୟରେ ସୂଚନା […]

Dia mirza with family

Dia mirza with family

Niharika Rout
  • Published: Thursday, 15 July 2021
  • Updated: 15 July 2021, 10:06 AM IST

Sports

Latest News

ମୁମ୍ବାଇ ୧୪।୭ : ପୁତ୍ର ସନ୍ତାନର ଜନନୀ ହେଲେ ବଲିଉଡ୍ ଅଭିନେତ୍ରୀ ଦିଆ ମିର୍ଜା। ବିଜନେସମ୍ୟାନ୍ ଏବଂ ଇଭେଣ୍ଟର୍ ବୈଭବ ରେଖିଙ୍କୁ  ଦିଆ  ଫେବୃଆରୀ ୧୫ ତାରିଖରେ ବିବାହ କରିଥିବା ବେଳେ ସେମାନଙ୍କ ସନ୍ତାନ ମେ ୧୪ରେ ଜନ୍ମଗ୍ରହଣ କରିଛି । ପୁଅର ନାଁ  ଅଭ୍ୟାନ୍ ଆଜାଦ ରେଖୀ । ପୁଅ ଜନ୍ମର ୨ ମାସ ପରେ ଦିଆ ନିଜ ଇନଷ୍ଟାଗ୍ରାମ୍‌ ପେଜରେ ଏହି ଖୁସି ଖବର ନିଜ ଫ୍ୟାନ୍ସଙ୍କୁ ଦେଇଛନ୍ତି।

ପୁଅର ଜନ୍ମ ବିଷୟରେ ସୂଚନା ଦେଇ ଦିଆ ଇନଷ୍ଟାଗ୍ରାମରେ ଲେଖିଛନ୍ତି ଯେ, ସନ୍ତାନ ଜନ୍ମ କରିବା ଅର୍ଥ ସବୁଦିନ ପାଇଁ ଆପଣଙ୍କ ହୃଦୟ ଆପଣଙ୍କ ଶରୀର ବାହାରେ ବୁଲୁଛି। ଏପରି ଭାବନ  ବର୍ତ୍ତମାନ ବୈଭବ ଏବଂ ମୋ କ୍ଷେତ୍ରରେ ସମ୍ପୂର୍ଣ୍ଣ ଭାବରେ ଲାଗୁ ହେଉଛି।   ଆମ ହୃଦୟ ସ୍ପନ୍ଦନ, ଆମ ପୁଅ ଅଭ୍ୟାନ୍ ଆଜାଦ ରେଖୀ ମେ ୧୪ରେ ଜନ୍ମଗ୍ରହଣ କରିଛି ।

[caption id="attachment_658944" align="aligncenter" width="650"]Dia Mirz with husband ଦିଆ ଓ ବୈଭବ ରେଖିଙ୍କ ବିବାହ ବେଳର ଫଟୋ।[/caption]

ତାଙ୍କର ଶୀଘ୍ର ଗର୍ଭଧାରଣ ବିଷୟରେ ଦିଆ କହିଛନ୍ତି ଯେ ମୋର ଗର୍ଭଧାରଣ ସମୟରେ ମୋତେ ହଠାତ୍ ଏକ ଅପରେସନ୍ କରିବାକୁ ପଡିଥିଲା, ଯେଉଁ କାରଣରୁ ମୋର ଗୁରୁତର ସଂକ୍ରମଣ ‘ସେପସିସ୍’ ହେବାର ଆଶଙ୍କା ରହିଥିଲା, ଯାହା ମୋ ଜୀବନ ପ୍ରତି ବିପଦ ସୃଷ୍ଟି କରିଥିଲା । ହେଲେ ଏପରି ପରିସ୍ଥିତିରୁ ତାଙ୍କୁ ଓ ତାଙ୍କ ପୁଅକୁ ସୁରକ୍ଷିତ ରଖିଥିବା ଡାକ୍ତର ଓ ନର୍ସଙ୍କୁ ଦିଆ ହୃଦୟରୁ ଧନ୍ୟବାଦ ଜଣାଇଛନ୍ତି ଓ ସେମାନଙ୍କ କାର୍ଯ୍ୟକୁ  ପ୍ରଶଂସା କରିବାକୁ ତାଙ୍କ ପାଖରେ ଶବ୍ଦ ନ ଥିବା କହିଛନ୍ତି।

ବିବାହର ଦେଢ ମାସ ପରେ ହନିମୁନ ପାଇଁ ମାଲଦୀପ ଯାଇଥିବା ବେଳେ ଦିଆ ଗର୍ଭବତୀ ହେବାର ଖୁସି ଖବର ଫ୍ୟାନ୍ସମାନଙ୍କୁ ଦେଇଥିଲେ, ଯାହାକୁ ନେଇ ସେ ଚର୍ଚ୍ଚାରେ ଥିଲେ । ଫଟୋଟିରେ ତାଙ୍କ ବେବି ବମ୍ପ ସହ ସେ ଫଟୋ ପୋଜ ଦେଇଥିଲେ।   ଏହା ସହିତ ଏକ ସୁନ୍ଦର କବିତା ଲେଖି ନିଜ ମା’ ହେବାକୁ ଯାଉଥିବାର ଭାବନକୁ ଅତି ସୁନ୍ଦର ଭାବେ ବର୍ଣ୍ଣନା କରିଥିଲେ।

ନିଜ ଫ୍ୟାନ୍ସଙ୍କ ଶୁଭେଚ୍ଛା, ଭଲ ପାଇବା ଓ ପ୍ରାର୍ଥନା ଯୋଗୁ ଅଭ୍ୟାନ୍ ଓ ମୁଁ ସୁସ୍ଥ ଅଛୁ । ତେଣୁ ଆମ ଖୁସି ଆମେ ଆପଣଙ୍କ ସହ ସେଆର କରୁଛୁ ବୋଲି ପୋଷ୍ଟ କରିଛନ୍ତି ଦିଆ।

[caption id="attachment_658945" align="aligncenter" width="650"]Dia Mirza with baby bump ମାଲେସିଆ ହନିମୁନ ପାଇଁ ଯାଇଥିବା ବେଳେ ନିଜ ପ୍ରେଗନାନ୍ସି ସମ୍ପର୍କରେ ଜଣାଇଥିଲେ ଦିଆ।[/caption]

ଦିଆ ପୂର୍ବରୁ ସାହିଲ ସଙ୍ଘାଙ୍କୁ ବିବାହ କରିଥିଲେ। ୧୧ ବର୍ଷ ଏକାଠି ରହିବା ପରେ ୨୦୧୯ରେ ସେମାନେ ପରସ୍ପରଠାରୁ ଅଲଗା ହୋଇଯାଇଥିଲେ। ଏହା ପରେ ଚଳିତ ବର୍ଷ ଫେବ୍ରୁଆରୀ ମାସ ୧୫ ତାରିଖରେ ସେ ବୈଭବ ରେଖିଙ୍କୁ ବିବାହ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos