ପାକ୍‌ କଳାକାରଙ୍କ ପରେ ଡାଏଲଗକୁ ନେଇ ବିବାଦ

ମୁମ୍ବାଇ: କରନ ଜୋହରଙ୍କ ଫିଲ୍ମ‘ଏ ଦିଲ୍‌ ହେ ମୁସ୍କିଲ୍’କୁ ନେଇ ବିବାଦ ଥମିବାର ନା ଧରୁ ନାହିଁ।  ରିଲିଜ ପୂର୍ବରୁ ଫିଲ୍ମରେ  ପାକ୍‌ କଳାକରଙ୍କୁ ନେଇ ବିବାଦ ଶାନ୍ତ ପଡିଯାଇଥିବା ବେଳେ ଏବେ ଫିଲ୍ମର ଏକ ଡାଏଲଗକୁ ନେଇ ବିବାଦ ମୁଣ୍ଡ ଟେକିଛି। ଫିଲ୍ମରେ ଅନୁଷ୍କା ଶର୍ମା ପ୍ରସିଦ୍ଧ ଗାୟକ ମହମ୍ମଦ ରଫିଙ୍କ ଗାଇବା ଶୈଳୀକୁ ନେଇ ପରିହାସ କରିଛନ୍ତି। ଅନୁଷ୍କା କହିଛନ୍ତି ‘ମହମ୍ମଦ ରଫି ଗୀତ ଗାଆନ୍ତି ନାହିଁ, କାନ୍ଦନ୍ତି’। ଏହି ଡାଏଲଗ ଶୁଣିବା ପରେ […]

rafi

Rakesh Mallick
  • Published: Tuesday, 01 November 2016
  • , Updated: 01 November 2016, 05:11 PM IST

ମୁମ୍ବାଇ: କରନ ଜୋହରଙ୍କ ଫିଲ୍ମ‘ଏ ଦିଲ୍‌ ହେ ମୁସ୍କିଲ୍’କୁ ନେଇ ବିବାଦ ଥମିବାର ନା ଧରୁ ନାହିଁ।  ରିଲିଜ ପୂର୍ବରୁ ଫିଲ୍ମରେ  ପାକ୍‌ କଳାକରଙ୍କୁ ନେଇ ବିବାଦ ଶାନ୍ତ ପଡିଯାଇଥିବା ବେଳେ ଏବେ ଫିଲ୍ମର ଏକ ଡାଏଲଗକୁ ନେଇ ବିବାଦ ମୁଣ୍ଡ ଟେକିଛି। ଫିଲ୍ମରେ ଅନୁଷ୍କା ଶର୍ମା ପ୍ରସିଦ୍ଧ ଗାୟକ ମହମ୍ମଦ ରଫିଙ୍କ ଗାଇବା ଶୈଳୀକୁ ନେଇ ପରିହାସ କରିଛନ୍ତି। ଅନୁଷ୍କା କହିଛନ୍ତି ‘ମହମ୍ମଦ ରଫି ଗୀତ ଗାଆନ୍ତି ନାହିଁ, କାନ୍ଦନ୍ତି’।

ଏହି ଡାଏଲଗ ଶୁଣିବା ପରେ ରଫିଙ୍କ ପରିବାର କ୍ଷୋଭ ପ୍ରକାଶ କରିଛନ୍ତି।  ଫିଲ୍ମର ଷ୍ଟୋରୀ ସହ ଏହି ଡାଏଲଗର କୌଣସି ପ୍ରକାର ସଂପର୍କ ନ ଥିବା ବେଳେ ଏହାକୁ କାହିଁକି ସ୍ଥାନିତ କରାଯାଇଛି ବୋଲି ରଫିଙ୍କ ପୁଅ ଶାହୀଦ୍‌ ପ୍ରଶ୍ନ କରିଛନ୍ତି।

ସେ କହିଛନ୍ତି,“ମୋ ବାପା ଜଣେ ସନ୍ଥ ଥିଲେ। ତାଙ୍କ ମୃତ୍ୟୁର ୩୬ବର୍ଷ ପରେ ମଧ୍ୟ ତାଙ୍କର ଫ୍ୟାନଙ୍କ ସଂଖ୍ୟା ଅନ୍ୟମାନଙ୍କ ଠାରୁ ଢ଼େର  ଅଧିକ ରହିଛି। ଆଜି ବି ଲୋକେ ତାଙ୍କୁ ପୂଜା କରନ୍ତି। ଯିଏ ଏପରି ଡାଏଲଗ ଲେଖିଛନ୍ତି ସେ ଜଣେ ମୁର୍ଖ। କାରଣ ଲେଖିବା ପୂର୍ବରୁ ସେ ଜାଣି ପାରିଲେ ନାହିଁ କାହା ସଂପର୍କରେ ଲେଖାଯାଉଛି ବୋଲି।”

Related story