ମମ୍ବାଇ:ବଲିଉଡ ହିରୋଇନ୍ ଦୀପିକା ପାଦୁକୋନ ଏବେ ଖାଲି ବଲିଉଡରେ ନୁହେଁ ବରଂ ହଲିଉଡରେ ମଧ୍ୟ ଖୁବ୍ ଚର୍ଚ୍ଚାରେ ରହିଛନ୍ତି। ସେ “ଏକ୍ସଏକ୍ସଏକ୍ସ: ଦ ଜେଣ୍ଡର କେଜ” ମାଧ୍ୟମରେ ହଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଏହା ସହିତ ସେ ଏମ୍ଟିଭି ୟୁରୋପ ମ୍ୟୁଜିକ୍ ଆୱାର୍ଡ ସମାରୋହରେ ସାମିଲ ହୋଇ ଆୱାର୍ଡ ମଧ୍ୟ ଦେଇଛନ୍ତି। ଆୱାର୍ଡ ଶୋରେ ପହଁଞ୍ଚି ସେ ରେଡ କାର୍ପେଟରେ ମଧ୍ୟ ଚାଲିଥିଲେ।
ଦୀପିକା ଏହି ଅବସରରେ ଡିଜାଇନର ମନୀଷ ସିଂହଙ୍କ ଡିଜାଇନ ଆଉଟଫିଟ୍ ପିନ୍ଧି ଥିଲେ। ଅଲିଭ ରଙ୍ଗର ଏହି ପୋଷାକରେ ଦୀପିକା ଖୁବ୍ ସେକ୍ସି ଦେଖାଯାଉଥିଲେ। କାନରେ ପିନ୍ଧିଥିବା ଇୟରିଙ୍ଗ, ଓ ଅଣ୍ଟାର ବେଲ୍ଟ ତାଙ୍କ ଲୁକ୍କୁ ବଦଳାଇ ଦେଇଥିଲା। ତେବେ ମନୀଷ ସିଂହଙ୍କ ଡିଜାଇନର ଆଉଟଫିଟ୍ରେ ଦୀପିକା ଏତେ ଖାସ୍ ଲାଗୁ ନଥିବା ନେଇ ଚର୍ଚ୍ଚା ହେଉଥିଲା।