ଲୋକପ୍ରିୟ ଫିଲ୍ମ ନିର୍ମାତା ମଣିରତ୍ନମ ଅସୁସ୍ଥ

ଚେନ୍ନାଇ: ଦେଶର ବିଶିଷ୍ଟ ଓ ଲୋକପ୍ରିୟ ଫିଲ୍ମ ନିର୍ମାତା ମଣିରତ୍ନମ ଅସୁସ୍ଥ ହୋଇପଡ଼ିଛନ୍ତି। ତାଙ୍କୁ ଅସୁସ୍ଥ ଅବସ୍ଥାରେ ଚେନ୍ନାଇର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ, ମଣିରତ୍ନମଙ୍କ ହୃଦ ଜନିତ ସମସ୍ୟା ଦେଖାଦେବା ପରେ ତାଙ୍କୁ ଡାକ୍ତଖାନାକୁ ନିଆଯାଇଥିଲା। ପୂର୍ବରୁ ୨୦୦୪ରେ ଫିଲ୍ମ ‘ୟୁବା‘ର ସୁଟିଂ ବେଳେ ସେ  ହୃଦ୍‌ଘାତର ଶିକାର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ତେବେ ମଣିରତ୍ନମ ପୁଣି ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହେବା ଖବର ଟ୍ୱିଟର ଜରିଆରେ ସାମ୍ନାକୁ ଆସିଛି। […]

maniratnam

Chinmayee Roy
  • Published: Monday, 17 June 2019
  • , Updated: 17 June 2019, 02:52 PM IST

ଚେନ୍ନାଇ: ଦେଶର ବିଶିଷ୍ଟ ଓ ଲୋକପ୍ରିୟ ଫିଲ୍ମ ନିର୍ମାତା ମଣିରତ୍ନମ ଅସୁସ୍ଥ ହୋଇପଡ଼ିଛନ୍ତି। ତାଙ୍କୁ ଅସୁସ୍ଥ ଅବସ୍ଥାରେ ଚେନ୍ନାଇର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ, ମଣିରତ୍ନମଙ୍କ ହୃଦ ଜନିତ ସମସ୍ୟା ଦେଖାଦେବା ପରେ ତାଙ୍କୁ ଡାକ୍ତଖାନାକୁ ନିଆଯାଇଥିଲା।

ପୂର୍ବରୁ ୨୦୦୪ରେ ଫିଲ୍ମ ‘ୟୁବା‘ର ସୁଟିଂ ବେଳେ ସେ  ହୃଦ୍‌ଘାତର ଶିକାର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ତେବେ ମଣିରତ୍ନମ ପୁଣି ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହେବା ଖବର ଟ୍ୱିଟର ଜରିଆରେ ସାମ୍ନାକୁ ଆସିଛି। ଲୋକେଶ ନାମକ ଜଣେ ବ୍ୟକ୍ତି ଏ ସମ୍ପର୍କିତ ଖବର ଟ୍ୱିଟର୍‌ରେ ଶେୟାର କରିଛନ୍ତି। ବର୍ତ୍ତମାନ ମଣିରତ୍ନମ ଡାକ୍ତରଙ୍କ ଅବଜରଭେସନ୍‌ରେ ଅଛନ୍ତି। ତାଙ୍କ ସ୍ୱାସ୍ଥ୍ୟାବସ୍ଥାର କୌଣସି ଅପଡେଟ୍‌ ମିଳିନାହିଁ।

https://twitter.com/LokeshJey/status/1140297666800152576

ମଣିରତ୍ନମ ହେଉଛନ୍ତି ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରିର ସବୁଠୁ ବଡ଼ ଫିଲ୍ମ ନିର୍ମାତା। ସେ ହିନ୍ଦିରେ ମଧ୍ୟ ଅନେକ ସିନେମା ତିଆରି କରିଛନ୍ତି। ସେଗୁଡିକ ମଧ୍ୟରୁ ‘ବମ୍ବେ’, ‘ଦୀଲ୍ ସେ’, ‘ରାବଣ’, ‘ରୋଜା’, ‘ୟୁବା’ଓ ‘ଗୁରୁ’ ଫିଲ୍ମ ବିପୁଳ ଲୋକପ୍ରିୟତା ଅର୍ଜ୍ଜନ କରିଥିଲା।

.

Related story