‘ଢିଶୂମ୍’ର ପ୍ରଥମ ପୋଷ୍ଟର ରିଲିଜ୍

ମୁମ୍ବାଇ: ଜନ୍ ଆବ୍ରାହମ, ବରୁଣ ଧୱନ ଓ ଜ୍ୟାକ୍‌ଲିନ୍ ଫର୍ଣ୍ଣାଣ୍ଡିଜ୍‌ ଅଭିନୀତ ‘ଢିଶୂମ୍’ର ପ୍ରଥମ ପୋଷ୍ଟର ରିଲିଜ୍ ହୋଇଛି। ଫିଲ୍ମର ଲିଡ୍‌ ଆକ୍ଟରମାନେ ଟ୍ୱିଟ୍ କରି ଏ କଥା ସେୟାର କରିଛନ୍ତି। ବରୁଣ ପୋଷ୍ଟରଟିକୁ ଟ୍ୱିଟ୍ କରି ଲେଖିଛନ୍ତି,“ଢିଶୂମ ପୋଷ୍ଟର। ଏଭଳି ଭାବେ କବୀର ଓ ଜୁନୈଦ ସକାଳୁ ଏକ ସୋମବାର ସକାଳେ କାମକୁ ଯାଉଛନ୍ତି।” ଜନ୍ ଆବ୍ରାହମ୍ ବି ଟ୍ୱିଟ୍‌ରେ ପୋଷ୍ଟରଟିକୁ ସେୟାର କରିଛନ୍ତି। ପୋଷ୍ଟରରେ ଜନ୍ ରଫ୍ ଆଣ୍ଡ୍ ଟଫ୍ ଅବତାରରେ ଥିବା ବେଳେ […]

dishoom

Rakesh Mallick
  • Published: Monday, 30 May 2016
  • , Updated: 30 May 2016, 01:38 PM IST

ମୁମ୍ବାଇ: ଜନ୍ ଆବ୍ରାହମ, ବରୁଣ ଧୱନ ଓ ଜ୍ୟାକ୍‌ଲିନ୍ ଫର୍ଣ୍ଣାଣ୍ଡିଜ୍‌ ଅଭିନୀତ ‘ଢିଶୂମ୍’ର ପ୍ରଥମ ପୋଷ୍ଟର ରିଲିଜ୍ ହୋଇଛି। ଫିଲ୍ମର ଲିଡ୍‌ ଆକ୍ଟରମାନେ ଟ୍ୱିଟ୍ କରି ଏ କଥା ସେୟାର କରିଛନ୍ତି।

ବରୁଣ ପୋଷ୍ଟରଟିକୁ ଟ୍ୱିଟ୍ କରି ଲେଖିଛନ୍ତି,“ଢିଶୂମ ପୋଷ୍ଟର। ଏଭଳି ଭାବେ କବୀର ଓ ଜୁନୈଦ ସକାଳୁ ଏକ ସୋମବାର ସକାଳେ କାମକୁ ଯାଉଛନ୍ତି।”

ଜନ୍ ଆବ୍ରାହମ୍ ବି ଟ୍ୱିଟ୍‌ରେ ପୋଷ୍ଟରଟିକୁ ସେୟାର କରିଛନ୍ତି।

ପୋଷ୍ଟରରେ ଜନ୍ ରଫ୍ ଆଣ୍ଡ୍ ଟଫ୍ ଅବତାରରେ ଥିବା ବେଳେ ୨୯ ବର୍ଷୀୟ ବରୁଣ ଏକ କଳା ରଙ୍ଗର ସୁଟ୍ ପିନ୍ଧିଛନ୍ତି। ବରୁଣ ଚେନ୍‌ରେ ବନ୍ଧାଥିବା ଏକ କୁକୁରକୁ ମଧ୍ୟ ଧରିଛନ୍ତି।

ରୋହିତ ଧୱନ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି। ଜୁନ୍ ୧ରେ ଏହାର ଟ୍ରେଲ୍‌ର ରିଲିଜ୍ ହେବ। ଜୁଲାଇ ୨୯ରେ ଏହା ପରଦାକୁ ଆସିବ।

Related story