ମୁମ୍ବାଇ: ଆଖିର ଚାହାଣି, ଖିଲି ଖିଲି ହସ କାହିଁ କେତେ ଯୁବକଙ୍କୁ କରୁଥିଲା ପାଗଳ। ତାଙ୍କର ଗୋଟିଏ ଝଲକ ଦେଖିବାକୁ ପାଗଳ ହୋଇଯାଉଥିଲେ ପ୍ରଶଂସକ। ଏମିତି ଲାଗୁଥିଲା ଭଗବାନ ତାଙ୍କୁ ଏକ୍ଷ୍ଟ୍ରା ଟାଇମ ନେଇ ବନାଇଛନ୍ତି। ଆଉ ସବୁ ସୁନ୍ଦରତା ଭରି ଦେଇଛନ୍ତି ତାଙ୍କ ମନର ମାନସୀକୁ ବନାଇବା ବେଳେ। ଏବେ ଭାବୁଥିବେ ଆମେ ଏତେ ପ୍ରଶଂସା କହାର କରୁଛି। ସେ ଆଉ କେହି ନୁହଁନ୍ତି, ବଲିଉଡ଼ର ରାଣୀ ବୋଲି କୁହାଯାଉଥିବା ସ୍ୱର୍ଗତା ଦିବ୍ୟା ଭାରତୀ। କେବଳ ନିଜ ରୂପ ପାଇଁ ନୁହେଁ, ନିଜ ଅଭିନୟର ଯାଦୁରେ ସେ ଜିଣିଥିଲେ କୋଟି କୋଟି ଭାରତୀୟଙ୍କ ହୃଦୟ। ମାତ୍ର ୧୬ ବର୍ଷ ବୟସରେ ଏହି ରୂପସୀ ପ୍ରଥମେ ପରଦାକୁ ଆସିଥିଲେ। ୧୮ ବର୍ଷ ବୟସରେ ହିନ୍ଦୀ ଫିଲ୍ମରେ ତାଙ୍କୁ ପ୍ରଥମେ ଦେଖିବାକୁ ମିଳିଥିଲା। ମାତ୍ର ଗୋଟିଏ ବର୍ଷରେ ସେ ବନି ଯାଇଥିଲେ ଯୁବ ଭାରତୀୟଙ୍କ ମନର ମାନସୀ। ମାତ୍ର ୪ ବର୍ଷର ଫିଲ୍ମ କ୍ୟାରିୟର ଭିତରେ ସେ ଦର୍ଶକଙ୍କୁ ଭେଟି ଦେଇଥିଲେ ଏକାଧିକ ସୁପରହିଟ୍ ଫିଲ୍ମ। ୧୯ ବର୍ଷ ବୟସରେ ଏକ ବିଲ୍ଡିଂରୁ ପଡ଼ି ତାଙ୍କର ମୃତ୍ୟୁ ଘଟିଥିଲା। ଶୁଣିବାକୁ ମିଳେ ଦିବ୍ୟାଙ୍କ ମୃତ ବେଳକୁ ତାଙ୍କ ହାତରେ ଥିଲା ୩୦ରୁ ଅଧିକ ଫିଲ୍ମ। ଦିବ୍ୟାଙ୍କ ମୃତ୍ୟୁ ଫିଲ୍ମ ଇଣ୍ଡଷ୍ଟ୍ରି ସହ ସାରା ଦେଶରେ ଶୋକର ଛାୟା ଖେଳାଇ ଦେଇଥିଲା। ଆଜିକାଲି ଫିଲ୍ମ ଉପରେ ଆଗ୍ରହ ରଖୁଥିବା ଲୋକେ ହୁଏତ ଦିବ୍ୟାଙ୍କୁ ଭୁଲି ଯାଇଥିବେ। ହେଲେ ଏବେ ବି ଏମିତି ଜଣେ ମଣିଷ ଅଛନ୍ତି, ଯିଏ ଦିବ୍ୟାଙ୍କ ଫଟୋ ତାଙ୍କ ପର୍ସରେ ରଖି ବୁଲୁଛନ୍ତି।
ଦିବ୍ୟା ଓ ସାଜିଦ୍ଙ୍କ ସାକ୍ଷତ ଏକ ଫିଲ୍ମ ସେଟ୍ରେ ହୋଇଥିଲା। ଦିବ୍ୟା ତାଙ୍କ ଫିଲ୍ମ ‘ଶୋଲା ଓର ସାବନ’ର ସୁଟିଂ କରିବା ସମୟରେ ସାଜିଦ୍ ଗୋବିନ୍ଦାଙ୍କୁ ଭେଟିବାକୁ ଯାଇଥିଲେ। କାରଣ ସାଜିଦ୍ ନିଜ ପ୍ରଡକ୍ସନ ହାଉସ୍ରେ ଫିଲ୍ମ ‘ଜୁଲମ୍ କି ହୁକୁମତ୍’ ତିଆରି କରୁଥିଲେ ଓ ଏଥିରେ ଗୋବିନ୍ଦା ହିରୋ ଥିଲେ। ଏହି ଅବସରରେ ସାଜିଦ୍ ଓ ଦିବ୍ୟାଙ୍କ ଭେଟ ହୋଇଥିଲା ଓ ପ୍ରଥମ ଦେଖାରେ ସାଜିଦ୍ ତାଙ୍କ ପ୍ରେମରେ ପଡ଼ିଯାଇଥିଲେ।