ଝିଅକୁ ଝୁରି ଝୁରି ଚାଲିଗଲା ମା’: ଦିବ୍ୟା ଭାରତୀଙ୍କ ରହସ୍ୟଜନକ ମୃତ୍ୟୁର ୨୫ ବର୍ଷ ପରେ...

ମୁମ୍ବାଇ: ବଲିଉଡ୍‌ର ଦିବଙ୍ଗତ ଅଭିନେତ୍ରୀ ଦିବ୍ୟା ଭାରତୀଙ୍କ ମା’ ମିଟ୍ଟା ଭାରତୀଙ୍କ ଗତ ଶୁକ୍ରବାର ପରଲୋକ ହୋଇଛି। ଦିବ୍ୟାଙ୍କ ମା’ କିଡନୀ ରୋଗରେ ପୀଡ଼ିତ ଥିଲେ। ତେବେ ତାଙ୍କୁ ଚେକଅପ୍‌ ପାଇଁ ହସପିଟାଲ ନିଆଯାଇଥିବା ବେଳେ ଡାକ୍ତର ତାଙ୍କୁ ସେଠାରେ ମୃତ୍ୟୁ ଘୋଷଣା କରିଥିଲେ। ଦିବ୍ୟାଙ୍କ ସମ୍ପର୍କୀୟ ଅଭିନେତ୍ରୀ କୈନାତ ଆରୋରା ଏହି ଖବର ସମ୍ପର୍କରେ ସ୍ପଷ୍ଟ କରିଛନ୍ତି।  ସେ କହିଛନ୍ତି ଯେ, ଦିବ୍ୟା ଭାରତୀଙ୍କ ମା’ଙ୍କର କିଡନୀ ସମ୍ପୂର୍ଣ୍ଣ ବିଫଳ ହୋଇଯାଇଥିଲା। ଏପରିକି ତାଙ୍କ ଶରୀରରୁ […]

divya-bhartis-mother-meeta-bharti-passes-away-due-to-kidney-failure

Rakesh Mallick
  • Published: Saturday, 28 April 2018
  • , Updated: 28 April 2018, 09:33 PM IST

ମୁମ୍ବାଇ: ବଲିଉଡ୍‌ର ଦିବଙ୍ଗତ ଅଭିନେତ୍ରୀ ଦିବ୍ୟା ଭାରତୀଙ୍କ ମା’ ମିଟ୍ଟା ଭାରତୀଙ୍କ ଗତ ଶୁକ୍ରବାର ପରଲୋକ ହୋଇଛି। ଦିବ୍ୟାଙ୍କ ମା’ କିଡନୀ ରୋଗରେ ପୀଡ଼ିତ ଥିଲେ। ତେବେ ତାଙ୍କୁ ଚେକଅପ୍‌ ପାଇଁ ହସପିଟାଲ ନିଆଯାଇଥିବା ବେଳେ ଡାକ୍ତର ତାଙ୍କୁ ସେଠାରେ ମୃତ୍ୟୁ ଘୋଷଣା କରିଥିଲେ। ଦିବ୍ୟାଙ୍କ ସମ୍ପର୍କୀୟ ଅଭିନେତ୍ରୀ କୈନାତ ଆରୋରା ଏହି ଖବର ସମ୍ପର୍କରେ ସ୍ପଷ୍ଟ କରିଛନ୍ତି।  ସେ କହିଛନ୍ତି ଯେ, ଦିବ୍ୟା ଭାରତୀଙ୍କ ମା’ଙ୍କର କିଡନୀ ସମ୍ପୂର୍ଣ୍ଣ ବିଫଳ ହୋଇଯାଇଥିଲା। ଏପରିକି ତାଙ୍କ ଶରୀରରୁ ପାଣି ନିର୍ଗତ ହେଉଥିଲା।  ଆଉ ଶେଷ ସମୟରେ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ମେଡିକାଲ ନିଆଯାଇଥିବା ବେଳେ ଡାକ୍ତର ସେଠାରେ ତାଙ୍କର ମୃତ୍ୟୁ ଘୋଷଣା କରିଥିଲେ।   କୈନାତ କହିଛନ୍ତି ଯେ, ଦିବ୍ୟାଙ୍କ ରହସ୍ୟଜନକ ମୃତ୍ୟୁ ପରେ ମା’ ମିଟ୍ଟାଙ୍କୁ ମାନସିକ ଭାବେ ଶକ୍ତ ଆଘାତ ଲାଗିଥିଲା।

ଏପରିକି ଝିଅ ମୃତ୍ୟୁର ୨୫ ବର୍ଷ ପରେ ବି ଘଟଣାକୁ ଭୁଲିପାରି ନ ଥିଲେ ଦିବ୍ୟାଙ୍କ ମା’। କୈନାତ  କୁହନ୍ତି ତାଙ୍କ ମା’ ଦିବ୍ୟାଙ୍କୁ ଖୁବ୍ ଭଲ ପାଉଥିଲେ। ଦିବ୍ୟାଙ୍କୁ ସେ ପ୍ରତି କାମରେ ସହଯୋଗ ଓ ସମର୍ଥନ କରି ଆସୁଥିଲେ। ଆଉ ଦିବ୍ୟାଙ୍କ ମୃତ୍ୟୁ ପରେ ମା’ ତାଙ୍କୁ ୨୫ ବର୍ଷ ହେଲା ଝୁରି ଝୁରି ଆରପାରିକୁ ଚାଲିଗଲେ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ ଯେ, ୧୯ ବର୍ଷରେ ଦିବ୍ୟାଙ୍କ ରହସ୍ୟଜନକ ମୃତ୍ୟୁ ଘଟିଥିଲା। ଦିବ୍ୟା ବିବାହିତ ଥିଲେ। ଫିଲ୍ମ ନିର୍ମାତା ସାଜିଦ ନାଦିୟାଦ୍‌ୱାଲାଙ୍କୁ ବିବାହ କରିଥିଲେ।

ଆଜି ବି ରହସ୍ୟରେ 

ଦିବ୍ୟାଙ୍କ ଜନ୍ମ ୧୯୭୪ ମସିହା ଫେବ୍ରୁଆରୀ ୨୫ ତାରିଖ ହୋଇଥିଲା। ମାତ୍ର ୧୯ ବର୍ଷ ବୟସରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ପାଦ ଥାପିଥିଲେ ଦିବ୍ୟା ଅନେକ କମ୍‌ ସମୟ ଭିତରେ ସେ ଦର୍ଶକଙ୍କ ହୃଦୟ ଜିତି ନେଇଥିଲେ। ବିଶେଷ କରି ‘ଦିୱାନା’ ଫିଲ୍ମରେ ତାଙ୍କ ଅଭିନୟ ପାଇଁ ଦର୍ଶକେ ବେଶ ପସନ୍ଦ କରିଥିଲେ। ଏଥିପାଇଁ ତାଙ୍କୁ ସର୍ବଶ୍ରେଷ୍ଠ ଫିଲ୍ମ ଅଭିନେତ୍ରୀ ଭାବେ ଫିଲ୍ମ ଫେୟାର ଆୱାର୍ଡ ମଧ୍ୟ ମିଳିଥିଲା। ସେ ୧୯୯୧ ରୁ ୧୯୯୩ ମଧ୍ୟରେ ୧୪ଟି ହିନ୍ଦି ଓ ୭ଟି ଦକ୍ଷିଣ ଭାରତୀୟ ଫିଲ୍ମ କରିଥିଲେ। ସେ ୧୯୯୨ ମସିହାରେ ଫିଲ୍ମ ନିର୍ଦ୍ଦେଶକ ସାଜିଦ୍ ନାଦିୟାଦ୍‌ୱାଲାଙ୍କୁ ବିବାହ କରିଥିଲେ।

୧୯୯୩ ମସିହା ଏପ୍ରିଲ ୩ ତାରିଖ ଦିନ ଘରର ଝରକାରୁ ପଡ଼ି ତାଙ୍କର ମୃତ୍ୟୁ ହୋଇଥିଲା। ପୋଲିସ ରିପୋର୍ଟରେ ମଦ ନିଶାରେ ବାଲକୋନିରୁ ପଡ଼ିଯିବାକୁ ମୃତ୍ୟୁ ହୋଇଥିବା କାରଣ ଦର୍ଶାଯାଇଥିଲା। କିଛି ଲୋକ ତାଙ୍କ ମୃତ୍ୟୁକୁ ହତ୍ୟା ବୋଲି କହିଲେ। ଏଥିପାଇଁ ତାଙ୍କ ସ୍ୱାମୀଙ୍କୁ ସନ୍ଦେହ କରାଯାଇଥିଲା। ସେ ସମୟରେ ନାଦିଆୱାଲା ଦିବ୍ୟାକୁ ନେଇ ଫିଲ୍ମ ‘ଲାଡଲା’ ଆରମ୍ଭ କରିବାକୁ ଯାଉଥିଲେ। ପରେ ଏଥିରେ ଶ୍ରୀଦେବୀ କାମ କରିଥିଲେ। ହତ୍ୟା ଓ ଆତ୍ମହତ୍ୟା ଭିତରେ ଛନ୍ଦି ହୋଇଥିବା ଦିବ୍ୟାଙ୍କର ମୃତ୍ୟୁ ଆଜି ବି ରହସ୍ୟ ହୋଇ ରହିଛି। ପୋଲିସ୍ ଘଟଣାର ଫାଇଲ ମଧ୍ୟ ବନ୍ଦ କରିଦେଇଛି।

Related story