‘ଏ ଦିଲ୍‌ହେ ମୁସ୍କିଲ’କୁ ମଧ୍ୟପ୍ରଦେଶରେ ବିରୋଧ

ମୁମ୍ବାଇ: ବହୁ ବାଦ ବିବାଦ ପରେ ଆଜି ରିଲିଜ୍‌ ହୋଇଥିବା କରଣ ଜୋହରଙ୍କ ଫିଲ୍ମ ‘ଏ ଦିଲ୍‌ହେ ମୁସ୍କିଲ’କୁ ମଧ୍ୟପ୍ରଦେଶର ଜବଲପୁର ସହରରେ ବିରୋଧ କରାଯାଇଛି। ହିନ୍ଦୁ ସଂଗଠନର କାର୍ଯ୍ୟକର୍ତ୍ତାମାନେ ସିନେମା ହଲ୍‌ ଭିତରକୁ ଧସେଇ ପଶିଥିଲେ। ଫଳରେ ଶୋ’କୁ ଅଧାରୁ ବନ୍ଦ କରାଯାଇଥିଲା। ଗ୍ୱାଲିଅରରେ ମଧ୍ୟ ଏହି ଫିଲ୍ମକୁ ବିରୋଧ କରାଯାଇଛି। ସେହିପରି ମୁରାରରେ ଶ୍ରୀଟକିଜ୍ ପହଞ୍ଚି ହିନ୍ଦୁ ସଂଗଠନର କିଛି କାର୍ଯ୍ୟକର୍ତ୍ତା ପହଞ୍ଚି  ବିରୋଧ ପ୍ରଦର୍ଶନ କରିଥିଲେ। ଏହି ଫିଲ୍ମରେ ପାକ୍ ଅଭିନେତା ଫୱାଦ୍‌ […]

e-dil

Rakesh Mallick
  • Published: Friday, 28 October 2016
  • , Updated: 28 October 2016, 03:26 PM IST

ମୁମ୍ବାଇ: ବହୁ ବାଦ ବିବାଦ ପରେ ଆଜି ରିଲିଜ୍‌ ହୋଇଥିବା କରଣ ଜୋହରଙ୍କ ଫିଲ୍ମ ‘ଏ ଦିଲ୍‌ହେ ମୁସ୍କିଲ’କୁ ମଧ୍ୟପ୍ରଦେଶର ଜବଲପୁର ସହରରେ ବିରୋଧ କରାଯାଇଛି। ହିନ୍ଦୁ ସଂଗଠନର କାର୍ଯ୍ୟକର୍ତ୍ତାମାନେ ସିନେମା ହଲ୍‌ ଭିତରକୁ ଧସେଇ ପଶିଥିଲେ। ଫଳରେ ଶୋ’କୁ ଅଧାରୁ ବନ୍ଦ କରାଯାଇଥିଲା।

ଗ୍ୱାଲିଅରରେ ମଧ୍ୟ ଏହି ଫିଲ୍ମକୁ ବିରୋଧ କରାଯାଇଛି। ସେହିପରି ମୁରାରରେ ଶ୍ରୀଟକିଜ୍ ପହଞ୍ଚି ହିନ୍ଦୁ ସଂଗଠନର କିଛି କାର୍ଯ୍ୟକର୍ତ୍ତା ପହଞ୍ଚି  ବିରୋଧ ପ୍ରଦର୍ଶନ କରିଥିଲେ।

ଏହି ଫିଲ୍ମରେ ପାକ୍ ଅଭିନେତା ଫୱାଦ୍‌ ଖାନ୍‌ ଥିବାରୁ ଏହାକୁ ମହାରାଷ୍ଟ୍ରରେ ରିଲିଜ୍ ନ କରିବାକୁ ମହାରାଷ୍ଟ୍ର ନବ ନିର୍ମାଣ ସଂଗଠନ(ଏମ୍ ଏନଏସ୍‌) ପକ୍ଷରୁ ଦାବି କରାଯାଇଥିଲା। ଅବଶ୍ୟ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ଏହି ସମସ୍ୟାର ସମାଧାନ ହୋଇଥିଲା।

Related story