ଛୋଟ ପରଦା କହିବ ବେଶ୍ୟାଙ୍କ କରୁଣ କାହାଣୀ :  ଜାଣନ୍ତୁ କିଏ ପ୍ରସ୍ତୁତ କରୁଛନ୍ତି  ଏମିତି ‘କାମସୂତ୍ର’

ମୁମ୍ବାଇ:  ଛୋଟପରଦା କହିବ ବେଶ୍ୟାମାନଙ୍କ କାହାଣୀ। ସେମାନଙ୍କ ସୁଖ, ଦୁଃଖ, ଯନ୍ତ୍ରଣା ଆଉ କରୁଣ କାହାଣୀ ବଖାଣିବ। ଆଉ ଏହାକୁ ପ୍ରସ୍ତୁତ କରୁଛନ୍ତି ବଲିଉଡ୍‌ର ବିବାଦୀୟ ତଥା ଚର୍ଚ୍ଚିତ ପ୍ରଯୋଜକ ଏକତା କପୁର।  କାମସୂତ୍ର ଉପରେ ଆଧାରିତ ଏକ ନୂଆ ସୋ’  ଲଞ୍ଚ କରିବାକୁ ଯାଉଛନ୍ତି ଏକ୍‌ତା କପୁର ।  ଏହି ସୋ’ର  ସ୍କ୍ରିପ୍ଟିକିଂର  କାମ ଆରମ୍ଭ ଗହୋଇଗଲାଣି। ନିଜେ ଏକତା ଏହା ଉପରେ ନଜର ରଖିଛନ୍ତି। । ଏହି ସୋ’ ବାତ୍ସାୟାନ ରଚନା ଉପରେ ଆଧାରିତ। […]

Untitled

Rakesh Mallick
  • Published: Tuesday, 10 April 2018
  • , Updated: 10 April 2018, 04:20 PM IST

ମୁମ୍ବାଇ:  ଛୋଟପରଦା କହିବ ବେଶ୍ୟାମାନଙ୍କ କାହାଣୀ। ସେମାନଙ୍କ ସୁଖ, ଦୁଃଖ, ଯନ୍ତ୍ରଣା ଆଉ କରୁଣ କାହାଣୀ ବଖାଣିବ। ଆଉ ଏହାକୁ ପ୍ରସ୍ତୁତ କରୁଛନ୍ତି ବଲିଉଡ୍‌ର ବିବାଦୀୟ ତଥା ଚର୍ଚ୍ଚିତ ପ୍ରଯୋଜକ ଏକତା କପୁର।  କାମସୂତ୍ର ଉପରେ ଆଧାରିତ ଏକ ନୂଆ ସୋ’  ଲଞ୍ଚ କରିବାକୁ ଯାଉଛନ୍ତି ଏକ୍‌ତା କପୁର ।  ଏହି ସୋ’ର  ସ୍କ୍ରିପ୍ଟିକିଂର  କାମ ଆରମ୍ଭ ଗହୋଇଗଲାଣି। ନିଜେ ଏକତା ଏହା ଉପରେ ନଜର ରଖିଛନ୍ତି। ।

ଏହି ସୋ’ ବାତ୍ସାୟାନ ରଚନା ଉପରେ ଆଧାରିତ। ଏହା ଏକ କାଳ୍ପନିକ ସିରିଜ।  ଯାହା କି ରାଜସ୍ଥାନରେ ରହୁଥିବା ଗୋଲି ଜାତିର ମହିଳାଙ୍କ ଉପରେ ଆଧାରିତ ବୋଲି  କୁହାଯାଉଛି । ଏହି ସମ୍ପ୍ରଦାୟର ମହିଳା ରାଜା ମହାରାଜମାନଙ୍କର ରଖିତା ଭାବେ କାମ କରୁଥିଲେ। ଆଉ ସେମାନେ ସେହି ମହଲରେ ରହୁଥିଲେ ଯେଉଁଠି ରାଜାଙ୍କ ରାଣୀମାନେ ରହୁଥିଲେ।

କୁହାଯାଏ ବେସ୍ୟାହେବା ପରେ ବି ଗୋଲିଜାତିର ମହିଳାମାନେ ଖୁବ୍‌ ସ୍ୱାଧିନତାର ଜୀବନ ଅତିବାହିତ କରନ୍ତି। ଆଉ ସେମାନଙ୍କୁ ଅନେକ ଅଧିକାର ମଧ୍ୟ ଦିଆଯାଏ।

ଦୀର୍ଘଦିନ ଧରି ଏକ୍‌ତା ଏହି ବିଷୟରେ ସୋ’ କରିବାକୁ ଭାବୁଥିଲେ। କିନ୍ତୁ ମନମୁତାବକ ନିର୍ଦ୍ଦେଶକ ପାଉ ନଥିଲେ।  ଯିଏ ସମ୍ବେଦନାଶୀଳ ଓ ସୁନ୍ଦର ସିନ୍‌ରେ ଭରପୁର ଥିବା ସୋ ପ୍ରସ୍ତୁତ କରିପାରୁଥିବେ। ହେଲେ ଶେଷରେ ଏକତା  ନିଜ ମିଶନରେ ସଫଳ ହୋଇଥିବା ଜଣାପଡ଼ିଛି। ଅର୍ଥାତ ତାଙ୍କ ପସନ୍ଦମୁତାବକ ନିର୍ଦ୍ଦେଶକ ଖୋଜି ପାଇଛନ୍ତି।

ପ୍ରଡକ୍ସନ ହାଉସ୍‌ ଏହି ସୋ’ ଉପରେ  କିଛି ସ୍ପଷ୍ଟୀକରଣ ରଖିଛି।  ପ୍ରଡକ୍ସନ ହାଉସ୍‌ କହିଛି ଯେ,  ‘ଭାରତ କାମ ସୂତ୍ରର ଦେଶ, ଏହା ଜରୁରୀ ନୁହେଁ କି ବିନା କୌଣସି ଜଜ୍‌ମେଣ୍ଟରେ ଆମ ସଂସ୍କୃତି ଏହି ବିଷୟକୁ ପ୍ରକାଶ କରିବ।’

ଏକତା କପୁରଙ୍କ ଏହି ସୋ ତାଙ୍କ ୱେବ୍‌ ପ୍ଲାଟ୍‌ଫର୍ମ ‘ଅଲ୍ଟ ବାଲାଜୀ’ରେ ପ୍ରସାରିତ ହେବ। ପ୍ରଥମଥରପାଇଁ  କାମ ସୂତ୍ର ଉପରେ  କୌଣସି ଟିଭି ସିରିଜ୍‌ ତିଆରି ହେବାକୁ ଯାଉଛି। ପୂର୍ବରୁ ଏହା ଉପରେ ଅନେକ ଫିଲ୍ମ ତିଆରି ହୋଇଛି। ସେଗୁଡ଼ିକ ହେଲା କାମ ସୂତ୍ର: ଏ ଟେଲ୍‌ ଅଫ୍‌ ଲଭ୍‌, କାମସୂତ୍ର 3, ଟେଲ୍ସ ଅଫ୍‌ କାମ ସୂତ୍ର2: ମନସୁନ୍‌, ଓ ଟେଲ୍ସ ଅଫ୍‌ କାମ ସୂତ୍ର : ଦ ପରଫ୍ୟୁମ୍ଡ ଗାର୍ଡେନ୍‌।

Related story