ଏକତା କପୁର୍‌ଙ୍କ ସିରିଏଲ୍‌ରେ ଆସିବେ ଶାହାରୁଖ୍!

ମୁମ୍ବାଇ(ଓଡ଼ିଶା ରିପୋର୍ଟର୍‌): ଆଗକୁ ଆସୁଛି ଫେମସ୍‌ ଟେଲିଭିଜନ୍‌ ସିରିଏଲ୍‌ ‘କସୌଟି ଜିନ୍ଦେଗୀ-୨’। ତେବେ ନିଜର ଆଗାମୀ ଏହି ଶୋ’ ସମ୍ପର୍କରେ ଏକତା କପୁର୍‌ ସୋଶାଲ୍ ମିଡିଆରେ ଏପରି ଏକ ସୂଚନା ଦେଇଛନ୍ତି, ଯାହାକୁ ନେଇ ଫ୍ୟାନ୍‌ମାନେ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି। ନିଜର ଏହି ଆଗାମୀ ସିରିଏଲ୍‌କୁ ନେଇ ବେଶ୍ ଉତ୍ସାହିତ ଥିବା ଏକତା କପୁର୍‌ ବଲିଉଡ୍ ‘କିଙ୍ଗ୍‌ ଖାନ୍‌’ ଶାହାରୁଖ୍‌ଙ୍କ ସହ ଏକ ଭିଡିଓ ସୋଶାଲ୍‌ ମିଡିଆରେ ଶେୟାର୍ କରିଛନ୍ତି। ଏହି ଭିଡିଓର କ୍ୟାପସନ୍‌ରେ ଏକତା ଲେଖିଛନ୍ତି ଯେ […]

sharukh

Jitendra Garnayak
  • Published: Monday, 27 August 2018
  • , Updated: 27 August 2018, 03:15 AM IST

ମୁମ୍ବାଇ(ଓଡ଼ିଶା ରିପୋର୍ଟର୍‌): ଆଗକୁ ଆସୁଛି ଫେମସ୍‌ ଟେଲିଭିଜନ୍‌ ସିରିଏଲ୍‌ 'କସୌଟି ଜିନ୍ଦେଗୀ-୨'। ତେବେ ନିଜର ଆଗାମୀ ଏହି ଶୋ' ସମ୍ପର୍କରେ ଏକତା କପୁର୍‌ ସୋଶାଲ୍ ମିଡିଆରେ ଏପରି ଏକ ସୂଚନା ଦେଇଛନ୍ତି, ଯାହାକୁ ନେଇ ଫ୍ୟାନ୍‌ମାନେ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି।

ନିଜର ଏହି ଆଗାମୀ ସିରିଏଲ୍‌କୁ ନେଇ ବେଶ୍ ଉତ୍ସାହିତ ଥିବା ଏକତା କପୁର୍‌ ବଲିଉଡ୍ 'କିଙ୍ଗ୍‌ ଖାନ୍‌' ଶାହାରୁଖ୍‌ଙ୍କ ସହ ଏକ ଭିଡିଓ ସୋଶାଲ୍‌ ମିଡିଆରେ ଶେୟାର୍ କରିଛନ୍ତି। ଏହି ଭିଡିଓର କ୍ୟାପସନ୍‌ରେ ଏକତା ଲେଖିଛନ୍ତି ଯେ 'ମୁଁ, ନୂଆ ଅନୁରାଗ ଏବଂ ପ୍ରେରଣାଙ୍କ ନାଁ ଘୋଷଣା କରୁଛି ଏବଂ ସେମାନେ ହେଉଛନ୍ତି ମୁଁ ନିଜେ ଏବଂ ଶାହାରୁଖ୍‌।'

[caption id="attachment_268141" align="aligncenter" width="750"] image credit- hindustan times[/caption]

ତେବେ ଏହାପରେ ସେ ପୁଣି ଲେଖିଛନ୍ତି, 'ମୁଁ ମଜା କରୁଥିଲି। ଏହି ଭିଡିଓ ଆଗକୁ ଆସିବାକୁ ଥିବା 'କସୌଟି ଜିନ୍ଦେଗୀ-୨'ର ପ୍ରମୋସନ୍‌ ପାଇଁ ଉଦ୍ଦିଷ୍ଟ।

ଭିଡିଓରେ ଏକତା ଏବଂ ଶାହାରୁଖ୍‌, ଉଭୟଙ୍କୁ ଏକ ପାର୍ଟିରେ ଏକତ୍ର ଦେଖିବାକୁ ମିଳିଛି। ପାର୍ଟିରେ ଉଭୟେ ପରସ୍ପର ସହ କିଛି କଥା ହେଉଛନ୍ତି ଏବଂ ନିଜ ମଧ୍ୟରେ ଭଲ ପାଇବା ଜାହିର କରିବା ଭଳି ଅଭିନୟ କରୁଥିବା ମଧ୍ୟ ଦେଖିବାକୁ ମିଳିଛି।

Related story