ଚର୍ଚ୍ଚାରେ ହାଇ ପ୍ରୋଫାଇଲ ଲଭ ବାର୍ଡ଼ଙ୍କ ଲଭଷ୍ଟୋରୀ, ପ୍ରଥମ ପତ୍ନୀଙ୍କୁ କର୍କଟରେ ହରାଇଛନ୍ତି ଲଳିତ ମୋଦି

ହାଇଦ୍ରାବାଦ: ଚର୍ଚ୍ଚାରେ ହାଇ ପ୍ରୋଫାଇଲ ଲଭ ବାର୍ଡ଼ଙ୍କ ଲଭ ଷ୍ଟୋରୀ। ଏବେ ସବୁଠି ଆଲୋଚନା ପୂର୍ବତନ ମିସ୍ ୟୁନିଭର୍ସ ତଥା ବଲିଉଡ୍ ଅଭିନେତ୍ରୀ ସୁସ୍ମିତା ସେନ୍ ଓ ଆଇପିଏଲ୍ର ପୂର୍ବତନ ଚେୟାରମ୍ୟାନ୍ ଲଳିତ ମୋଦିଙ୍କ ପ୍ରେମ କାହାଣୀ। ସୁସ୍ମିତା ସେନ୍ଙ୍କ ସହ ଗୋପନ ସମ୍ପର୍କକୁ ନେଇ ଲଳିତ ମୋଦି ଖୁଲାସା କରିବା ପରେ ଏବେ ଉଭୟଙ୍କୁ ନେଇ ସୋଶାଲ ମିଡିଆରେ ଆରମ୍ଭ ହୋଇଛି ଗପସପ୍। ସୁସ୍ମିତାଙ୍କ ସହ କିଛି ଅନ୍ତରଙ୍ଗ ମୁହୁର୍ତ୍ତର ପ୍ରଥମ ଫଟୋ ପୋଷ୍ଟ କରି ଟ୍ୱିଟ୍ କରିବା ପରେ ଦୁହେଁ ବିବାହ କରିବାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଯଦିଓ ସୁସ୍ମିତାଙ୍କ ସହ ଲଳିତଙ୍କର ଦୀର୍ଘ ଦିନ ଧରି ପ୍ରେମ ସମ୍ପର୍କ ଥିଲା ଉଭୟେ କିନ୍ତୁ ଏହାକୁ ସିକ୍ରେଟ ରଖିଥିଲେ। ଏବେ ସେମାନଙ୍କ ସମ୍ପର୍କ ଖୁଲମଖୋଲା ବାହାରକୁ ଆସିବା ପରେ ଦୁହେଁ ଜୀବନ ସାଥୀ ହେବା ନେଇ ସଙ୍କେତ ମିଳୁଛି। ହେଲେ ଏହା ପୂର୍ବରୁ ଲଳିତ ମୋଦିଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଅନେକ ରୋଚକ କାହାଣୀ ରହିଛି। ଯାହା କୌଣସି ସିନେମାର କାହାଣୀଠାରୁ କମ୍ ନୁହଁ।
ଅନେକ କମ ଜାଣିଥିବେ ଯେ, ଲଳିତ ମୋଦି ପୂର୍ବରୁ ବିବାହ କରିଥିଲେ। ମିନାଲ ମୋଦି ନାମ୍ନୀ ଜଣେ ଯୁବତୀଙ୍କୁ ସେ ବିବାହ କରିଥିଲେ। ୧୯୯୧ରେ ଉଭୟଙ୍କ ବିବାହ ହୋଇଥିଲା। କିନ୍ତୁ ପରେ ମିନାଲ କର୍କଟ ରୋଗରେ ପୀଡ଼ିତ ହୋଇଥିଲେ। ୬୩ ବର୍ଷରେ ୨୦୧୮ରେ ମିନାଲଙ୍କ ମୃତ୍ୟୁ ଘଟିଥିଲା। କିନ୍ତୁ ତାପୂର୍ବରୁ ଲଲିତ ଏବଂ ମିନାଲ ଏକାଠି ରହିଥିଲେ। ଲଲିତ ମୋଦିଙ୍କ ଠାରୁ ତାଙ୍କ ପତ୍ନୀ ୧୦ ବର୍ଷ ବଡ଼ ଥିଲେ। ଉଭୟଙ୍କର ଦୁଇଟି ସନ୍ତାନ ଯଥା ଆଲିୟା ମୋଦି ଏବଂ ରିଚିତ ମୋଦି ଅଛନ୍ତି। ତେବେ ମିନାଲ ମୋଦିଙ୍କୁ ସୁଶ୍ମିତା ବ୍ୟକ୍ତିଗତ ଭାବେ ଜାଣିଥିଲେ।
Just back in london after a whirling global tour #maldives # sardinia with the families – not to mention my #better looking partner @sushmitasen47 – a new beginning a new life finally. Over the moon. 🥰😘😍😍🥰💕💞💖💘💓. In love does not mean marriage YET. BUT ONE THAT For sure pic.twitter.com/WL8Hab3P6V
— Lalit Kumar Modi (@LalitKModi) July 14, 2022
ଏମିତିକି ସୁଶ୍ମିତା ସେନ୍, ଲଳିତ ମୋଦି ଏବଂ ତାଙ୍କ ପତ୍ନୀ ମିନାଲ ମୋଦି ଏକାଠି ଆଇପିଏଲ ମ୍ୟାଚ୍ ଦେଖିବାର ନଜିର ରହିଛି। ସେହିପରି ଲଳିତ ମୋଦିଙ୍କ ପ୍ରଥମ ପତ୍ନୀ ମିନାଲ ମୋଦିଙ୍କ ବିଷୟରେ ଆଉ ଏକ ରହସ୍ୟଜନକ ତଥ୍ୟ ରହିଛି। ମିନାଲ ମୋଦି ଲଳିତ ମୋଦିଙ୍କୁ ବିବାହ କରିବା ପୂର୍ବରୁ ସାଉଦିଆରବିଆର ବ୍ୟବସାୟୀ ଜାକ୍ ସଗ୍ରାନିଙ୍କୁ ବିବାହ କରିଥିଲେ। କିନ୍ତୁ ଜାକ ସଗ୍ରାନି ଏକ ସ୍କାମରେ ଫସିବା ପରେ ତାଙ୍କୁ ୭ ମାସ ଜେଲ ହୋଇଥିଲା।
ସେହି ସମୟରେ ମିନାଲ ଗର୍ଭବତୀ ଥିଲେ। ଲଲିତ ମୋଦିଙ୍କ ମାଙ୍କ ବନ୍ଧୁ ହେଉଛନ୍ତି ମିନାଲ ମୋଦି। ଏହା ପରେ ମିନାଲ ତାଙ୍କ ପ୍ରଥମ ସ୍ୱାମୀଙ୍କୁ ଛାଡ଼ି ଲଳିତ ମୋଦିଙ୍କ ପ୍ରେମରେ ପଡ଼ିଥିଲେ। ହେଲେ ଅଧିକ ବୟସ ତାରତମ୍ୟ ଯୋଗୁ ଉଭୟଙ୍କ ବିବାହ ପାଇଁ ଲଳିତ ମୋଦିଙ୍କ ମା ରାଜି ହୋଇ ନଥିଲେ। କିନ୍ତୁ ମିନାଲଙ୍କୁ ବିବାହ ପାଇଁ ଲଳିତ ଜିଦ ଧରିଥିଲେ। ପରେ ଉଭୟଙ୍କ ବାହାଘର ହୋଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।