ଦୀପିକାଙ୍କ ପରେ ଆଲିଆଙ୍କ ଫେକ୍‌ ନ୍ୟୁଡ୍‌ ଫଟୋ ଭାଇରାଲ୍‌

ମୁମ୍ୱାଇ: ବଲିଉଡ ଅଭିନେତ୍ରୀଙ୍କ ଫଟୋ ଓ ଭିଡିଓ ଭାଇରାଲ ହେବା କିଛି ବଡ଼ କଥା ନୁହେଁ। ହେଲେ କୌଣସି ଅଭିନେତ୍ରୀଙ୍କ ଫୋଟକୁ ଏଡିଟ୍‌ କରି ନ୍ୟୁଡ୍‌ କରିବା ପରେ ପୋଷ୍ଟ୍‌ କରାଯିବା ନିହାତି ଅସଭ୍ୟତାର ପରିଚୟ।  କିଛିଦିନ ତଳେ ଦୀପିକା ପାଦୁକୋନ୍‌ଙ୍କ ଏକ ନ୍ୟୁଡ୍‌ ଫଟୋ ଭାଇରାଲ ହୋଇଥିଲା। ଯାହାକୁ ନେଇ ଚର୍ଚ୍ଚା ଥମି ନଥିବେ ବେଳେ ଏବେ ବଲିଉଡ୍‌ର ଚୁଲବୁଲି ନାୟିକା ଆଲିଆ ଭଟ୍ଟଙ୍କ ନ୍ୟୁଡ୍‌ ଫଟୋ ସୋସିଆଲ ମିଡିଆରେ ବୁଲୁଛି। ହେଲେ ଏହା ରିୟଲ […]

aliabhatt

aliabhatt

Rakesh Mallick
  • Published: Thursday, 24 August 2017
  • Updated: 24 August 2017, 12:15 PM IST

Sports

Latest News

ମୁମ୍ୱାଇ: ବଲିଉଡ ଅଭିନେତ୍ରୀଙ୍କ ଫଟୋ ଓ ଭିଡିଓ ଭାଇରାଲ ହେବା କିଛି ବଡ଼ କଥା ନୁହେଁ। ହେଲେ କୌଣସି ଅଭିନେତ୍ରୀଙ୍କ ଫୋଟକୁ ଏଡିଟ୍‌ କରି ନ୍ୟୁଡ୍‌ କରିବା ପରେ ପୋଷ୍ଟ୍‌ କରାଯିବା ନିହାତି ଅସଭ୍ୟତାର ପରିଚୟ।  କିଛିଦିନ ତଳେ ଦୀପିକା ପାଦୁକୋନ୍‌ଙ୍କ ଏକ ନ୍ୟୁଡ୍‌ ଫଟୋ ଭାଇରାଲ ହୋଇଥିଲା। ଯାହାକୁ ନେଇ ଚର୍ଚ୍ଚା ଥମି ନଥିବେ ବେଳେ ଏବେ ବଲିଉଡ୍‌ର ଚୁଲବୁଲି ନାୟିକା ଆଲିଆ ଭଟ୍ଟଙ୍କ ନ୍ୟୁଡ୍‌ ଫଟୋ ସୋସିଆଲ ମିଡିଆରେ ବୁଲୁଛି। ହେଲେ ଏହା ରିୟଲ ଫଟୋ ନୁହେଁ। କୌଣସି ମଡେଲଙ୍କ ନ୍ୟୁଡ୍‌ ବଡିରେ ଆଲିୟାଙ୍କ ମୁହଁ ଲଗାଯାଇ ଏଡିଟ୍‌ କରାଯିବା ପରେ ଏହାକୁ ସୋସିଆଲ ମିଡିଆରେ ଛଡା ଯାଇଛି। ଯାହା ଏବେ ଭାଇରାଲ୍‌ ହେବାରେ ଲାଗିଛି।

ଏହି ଫଟୋକୁ ଆଲିୟାଙ୍କ ରୂପ ଦିଆଯାଇ ଏହା ଏକ ମାଗାଜିନ୍‌ର କଭର୍‌ ଫଟୋ ବୋଲି କୁହାଯାଇଛି। ସମାନ ଢଙ୍ଗରେ ଏକ ନ୍ୟୁଡ୍‌ ଫଟୋକୁ ଦୀପିକାଙ୍କ ରୂପ ଦିଆଯାଇଥିଲା।

ଏହି ଫେକ୍‌ ଫଟୋକୁ ନେଇ ଆଲିଆ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି।

କେବଳ ଦୀପିକା କି ଆଲିୟା ନୁହଁନ୍ତି ବଲିଉଡର ବହୁ ନାମୀଦାମୀ ଅଭିନେତ୍ରୀଙ୍କ ଏପରି ଫେକ୍‌ ଫଟୋ ପୂର୍ବରୁ ଭାଇରାଲ ହୋଇଛି। ଫଟୋସପ୍‌ରେ ସୋନାକ୍ଷୀ ସିହ୍ନା ଓ ବିଦ୍ୟା ବାଲାନଙ୍କ ଫଟୋକୁ ଏଡିଟ୍‌ କରାଯାଇ  ବିକନି ପିନ୍ଧା ପୋଜ୍‌ରେ ପୋଷ୍ଟ କରାଯାଇଥିଲା। ବେବୋ କରୀନା କପୁର ମଧ୍ୟ ଏପରି ଫେକ୍‌ ଫଟୋର  ଶିକାର ହୋଇଛନ୍ତି। ନୀଳନୟନା ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଓ ଝିଅ ଆରାଧ୍ୟା ଫୋଟ ପୋଷ୍ଟ କରାଯାଇଥିଲା। ଐଶ୍ୱର୍ଯ୍ୟା ମାଆ ହେବା ପରେ ଏହା ପ୍ରଥମ ଫଟୋ ବୋଲି ଦାବି କରାଯାଇଥିଲା। ହେଲେ ପରେ ଜଣାପଡିଥିଲା, କୌଣସି ବିଦେଶୀ ମହିଳାଙ୍କ ଫଟୋକୁ ଏଡିଟ୍‌ କରାଯାଇ ଐଶ୍ୱର୍ଯ୍ୟାଙ୍କ ରୂପ ଦିଆଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos