ଫିଲ୍ମ ଫ୍ରାଇଡେରେ ରିଲିଜ୍‌ ହେଲା ‘ଫ୍ୟାନ୍’

ମୁମ୍ୱାଇ/ଭୁବନେଶ୍ୱର: ଆଜି ଫିଲ୍ମ ଫ୍ରାଇଡେରେ ପରଦାକୁ ଆସିଛି କିଙ୍ଗ୍ ଖାନ୍‌ଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଫ୍ୟାନ୍’। ମନୀଷ ଶର୍ମାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ  ଏସ୍‌ଆର୍‌କେଙ୍କୁ ଡବଲ୍‌ ରୋଲ୍‌ରେ ଆସିଛନ୍ତି।  ଫିଲ୍ମର କାହାଣୀ ଜବରଦସ୍ତ ହୋଇଛି। ସୁପରଷ୍ଟାର ଆୟନଙ୍କ ଫ୍ୟାନ୍ ହେଉଛନ୍ତି ଗୌରବ। ଯିଏ ଛୋଟବେଳୁ ହିଁ ଫ୍ୟାନ୍ ପାଲଟି ଯାଇଛନ୍ତି ଆୟନଙ୍କର। ହେଲେ ପରବର୍ତ୍ତୀ ସମୟରେ ଅନ୍ଧ ଭଳି ଭଲ ପାଉଥିବା ଗୌରବ କେମିତି ଆୟନଙ୍କ ଶତ୍ରୁ ପାଲଟିଯାଇଛନ୍ତି, ତାହା ହେଉଛି ଫିଲ୍ମର ପୃଷ୍ଠଭୂମି। ଫିଲ୍ମର ଗୀତ […]

fan

Rakesh Mallick
  • Published: Friday, 15 April 2016
  • , Updated: 15 April 2016, 09:53 AM IST

ମୁମ୍ୱାଇ/ଭୁବନେଶ୍ୱର: ଆଜି ଫିଲ୍ମ ଫ୍ରାଇଡେରେ ପରଦାକୁ ଆସିଛି କିଙ୍ଗ୍ ଖାନ୍‌ଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଫ୍ୟାନ୍’। ମନୀଷ ଶର୍ମାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ  ଏସ୍‌ଆର୍‌କେଙ୍କୁ ଡବଲ୍‌ ରୋଲ୍‌ରେ ଆସିଛନ୍ତି।  ଫିଲ୍ମର କାହାଣୀ ଜବରଦସ୍ତ ହୋଇଛି। ସୁପରଷ୍ଟାର ଆୟନଙ୍କ ଫ୍ୟାନ୍ ହେଉଛନ୍ତି ଗୌରବ। ଯିଏ ଛୋଟବେଳୁ ହିଁ ଫ୍ୟାନ୍ ପାଲଟି ଯାଇଛନ୍ତି ଆୟନଙ୍କର। ହେଲେ ପରବର୍ତ୍ତୀ ସମୟରେ ଅନ୍ଧ ଭଳି ଭଲ ପାଉଥିବା ଗୌରବ କେମିତି ଆୟନଙ୍କ ଶତ୍ରୁ ପାଲଟିଯାଇଛନ୍ତି, ତାହା ହେଉଛି ଫିଲ୍ମର ପୃଷ୍ଠଭୂମି।

ଫିଲ୍ମର ଗୀତ ଗୁଡ଼ିକ ମଧ୍ୟରୁ  ‘ହାଏରେ ଜବ୍‌ରା’ ସଙ୍ଗ୍ ସୁପରହିଟ୍‌ ହୋଇସାରିଛି। ଓଡ଼ିଆ ସମେତ ୧୧ଟି ଭାଷାରେ ଏହି ଗୀତ ବଜାରକୁ ଆସିଛି। ଗୀତଗୁଡ଼ିକୁ ଗାଇଛନ୍ତି ନକାଶ୍ ଅଜିଜ୍। ୟଶରାଜ୍‌ ବ୍ୟାନରରେ ନିର୍ମିତ ଏହି ଫିଲ୍ମର ପ୍ରଯୋଜକ ହେଉଛନ୍ତି ଆଦିତ୍ୟ ଚୋପ୍ରା।

ଆଜି “ଫ୍ୟାନ୍” ଦେଖିବା ପାଇଁ ଭୁବନେଶ୍ୱର ମହାରାଜା ହଲ୍‌ରେ ମର୍ଣ୍ଣିଂ ସୋରୁ ଦର୍ଶକଙ୍କ ଭିଡ଼ ଆରମ୍ଭ ହୋଇଯାଇଥିଲା। ଫ୍ୟାନ୍‌ କ୍ଲବ୍‌ର ସଦସ୍ୟମାନେ ମହାରାଜା ହଲ୍‌ରେ କେକ୍‌ କାଟି ଉତ୍ସବ ମନାଇଥିଲେ ଓ ଫିଲ୍ମଟିର ସଫଳତା କାମନା କରିଥିଲେ।

Related story