୨ ଦିନରେ ପ୍ରାୟ ୨୭ କୋଟି ଆୟ କଲା 'ମଣିକର୍ଣ୍ଣିକା'

ମୁମ୍ବାଇ: କଙ୍ଗନା ରାନାୱତ୍‌ ଅଭିନୀତ ତଥା ନିର୍ଦ୍ଦେଶିତ ବହୁଚର୍ଚ୍ଚିତ ଫିଲ୍ମ ‘ମଣିକର୍ଣ୍ଣିକା: ଦ କୁଇନ୍‌ ଅଫ୍‌ ଝାନ୍‌ସି’ ଏବେ ବକ୍ସ ଅଫିସ୍‌ରେ ହଙ୍ଗାମା ରଚିବାକୁ ବସିଛି। ରିଲିଜ୍‌ ହେବାର ମାତ୍ର ଦୁଇ ଦିନ ମଧ୍ୟରେ ଏହି ଫିଲ୍ମ ପାଖାପାଖି ୨୭ କୋଟି ଟଙ୍କା ବ୍ୟବସାୟ କରିଛି। ଜାନୁଆରୀ ୨୫ ତାରିଖରେ ରିଲିଜ୍‌ ହୋଇଥିବା ‘ମଣିକର୍ଣ୍ଣିକା’ ପ୍ରଥମ ଦିନ ପ୍ରାୟ ୯ କୋଟି ଟଙ୍କା ଆୟ କରିଥିଲା। ଏବେ ମିଳିଥିବା ସୂଚନା ଅନୁସାରେ, ଦ୍ୱିତୀୟ ଦିନରେ ଏହା ପାଖାପାଖି […]

queen-of-jhansi

Chinmayee Roy
  • Published: Sunday, 27 January 2019
  • , Updated: 27 January 2019, 04:51 PM IST

ମୁମ୍ବାଇ: କଙ୍ଗନା ରାନାୱତ୍‌ ଅଭିନୀତ ତଥା ନିର୍ଦ୍ଦେଶିତ ବହୁଚର୍ଚ୍ଚିତ ଫିଲ୍ମ ‘ମଣିକର୍ଣ୍ଣିକା: ଦ କୁଇନ୍‌ ଅଫ୍‌ ଝାନ୍‌ସି’ ଏବେ ବକ୍ସ ଅଫିସ୍‌ରେ ହଙ୍ଗାମା ରଚିବାକୁ ବସିଛି। ରିଲିଜ୍‌ ହେବାର ମାତ୍ର ଦୁଇ ଦିନ ମଧ୍ୟରେ ଏହି ଫିଲ୍ମ ପାଖାପାଖି ୨୭ କୋଟି ଟଙ୍କା ବ୍ୟବସାୟ କରିଛି। ଜାନୁଆରୀ ୨୫ ତାରିଖରେ ରିଲିଜ୍‌ ହୋଇଥିବା 'ମଣିକର୍ଣ୍ଣିକା' ପ୍ରଥମ ଦିନ ପ୍ରାୟ ୯ କୋଟି ଟଙ୍କା ଆୟ କରିଥିଲା। ଏବେ ମିଳିଥିବା ସୂଚନା ଅନୁସାରେ, ଦ୍ୱିତୀୟ ଦିନରେ ଏହା ପାଖାପାଖି ୧୮ କୋଟି ଟଙ୍କା ରୋଜଗାର କରିଛି।

ପ୍ରଥମ ଦିନ ଅପେକ୍ଷାକୃତ୍‌ କମ୍‌ ବ୍ୟବସାୟ କରିଥିବା କଙ୍ଗନାଙ୍କ ଫିଲ୍ମକୁ ଦ୍ୱିତୀୟ ଦିନରେ କିନ୍ତୁ ସାଧାରଣତନ୍ତ୍ର ଦିବସ ଛୁଟିରୁ ଖୁବ୍‌ ଫାଇଦା ମିଳିଛି। ବକ୍ସ ଅଫିସ୍‌ କଲେକ୍ସନ୍‌ ମୁତାବକ, ଫିଲ୍ମଟି ପ୍ରଥମ ଦିନରେ ୮.୭୫ କୋଟି ଟଙ୍କା ଆୟ କରିଥିବାବେଳେ ଗତକାଲି ଅର୍ଥାତ୍‌ ଦ୍ୱିତୀୟ ଦିନରେ ଏହା ୧୮.୧ କୋଟି ଟଙ୍କା ଆୟ କରିଛି।

ଝାନ୍ସିର ମହାରାଣୀ ଲକ୍ଷ୍ମୀ ବାଈଙ୍କ ଜୀବନ ଉପରେ ମୁଖ୍ୟତଃ ଆଧାରିତ ଫିଲ୍ମ 'ମଣିକର୍ଣ୍ଣିକା'ରେ ଲକ୍ଷ୍ମୀ ବାଈଙ୍କ ଦେଶପ୍ରେମ ଓ ସାହସ ତଥା ବ୍ରିଟିଶ୍‌ ସରକାର ବିରୋଧରେ ତାଙ୍କ ସଂଘର୍ଷର କଥା ପ୍ରତିଫଳିତ ହୋଇଛି। କଙ୍ଗନା ଲକ୍ଷ୍ମୀ ବାଈଙ୍କ ଭୂମିକାରେ ଅଭିନୟ କରିଛନ୍ତି। ଫିଲ୍ମର ନିର୍ଦ୍ଦେଶନା କଙ୍ଗନା ଓ କ୍ରିଶ୍ ମିଳିତ ଭାବେ ଦେଇଛନ୍ତି।

https://youtu.be/tKmkMVaNu9g

ସେଶାଲ୍ ମିଡିଆରେ ବି ଫିଲ୍ମକୁ ଜବରଦସ୍ତ ରେସ୍‌ପନ୍ସ ମିଳୁଛି। ଫିଲ୍ମରେ କଙ୍ଗନାଙ୍କ ବ୍ୟତୀତ ଅଙ୍କିତା ଲୋଖଣ୍ଡେ, କୂଳଭୂଷଣ ଖରବନ୍ଦା, ଡ୍ୟାନି ଡେଙ୍ଗ୍‌ଜୋପା ଓ ଜିସୁସେନ୍ ଗୁପ୍ତା ପରି କଳାକାର ଅଛନ୍ତି। ସୂଚନା ଅନୁଯାୟୀ, ବକ୍ସ ଫିସ୍‌ରେ ‘ମଣିକର୍ଣ୍ଣିକା’କୁ କଡ଼ା ଟକ୍କର ଦେଉଛି ଫିଲ୍ମ ‘ଠାକ୍‌ରେ’। ନୱାଜୁଦ୍ଦିନ୍‌ ସିଦ୍ଦିକିଙ୍କ ଅଭିନୀତ 'ଠାକ୍‌ରେ' ପ୍ରଥମ ଦିନରେ ୬ କୋଟି ଟଙ୍କାର ବିଜିନେସ୍‌ କରିଛି।

Related story