ରିଲିଜ୍ ହୋଇଯାଇଛି ପ୍ରଭାସଙ୍କ ବହୁ ପ୍ରତିକ୍ଷିତ ହିନ୍ଦୀ ଫିଲ୍ମ ‘ସାହୋ’ର ଟିଜର୍

ମୁମ୍ବାଇ: ‘ବାହୁବଲୀ’ ଫେମ୍‌ ସୁପରଷ୍ଟାର ପ୍ରଭାସଙ୍କ ଅପକମିଂ ଫିଲ୍ମ ‘ସାହୋ’ର ଟିଜର ରିଲିଜ୍ ହୋଇଯାଇଛି। ଏହି ଫିଲ୍ମକୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ଜବରଦସ୍ତ କ୍ରେଜ୍‌ ରହିଛି। ଫିଲ୍ମରେ  ପ୍ରଭାସଙ୍କ ସହ ବଲିଉଡର ଚୁଲବୁଲି ନାୟିକା ଶ୍ରଦ୍ଧା କପୁର ଅଭିନୟ କରିଛନ୍ତି। ଶ୍ରଦ୍ଧା ନିଜ ଟ୍ୱିଟର ଆକାଉଣ୍ଟରୁ ଫିଲ୍ମର ଅଫିସିଆଲ ଟିଜର୍‌ ଶେଆର କରିଛନ୍ତି।  ଯାହା ପରେ ଏହା ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।  ମାତ୍ର କେଇ ଘଣ୍ଟା ମଧ୍ୟରେ ଟିଜର୍‌ଟି ବହୁ ଭିୟୁ ପାଇସାରିଲାଣି।  Teaser out on […]

prabhas

Chinmayee Roy
  • Published: Thursday, 13 June 2019
  • , Updated: 13 June 2019, 01:00 PM IST

ମୁମ୍ବାଇ: ‘ବାହୁବଲୀ’ ଫେମ୍‌ ସୁପରଷ୍ଟାର ପ୍ରଭାସଙ୍କ ଅପକମିଂ ଫିଲ୍ମ ‘ସାହୋ’ର ଟିଜର ରିଲିଜ୍ ହୋଇଯାଇଛି। ଏହି ଫିଲ୍ମକୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ଜବରଦସ୍ତ କ୍ରେଜ୍‌ ରହିଛି। ଫିଲ୍ମରେ  ପ୍ରଭାସଙ୍କ ସହ ବଲିଉଡର ଚୁଲବୁଲି ନାୟିକା ଶ୍ରଦ୍ଧା କପୁର ଅଭିନୟ କରିଛନ୍ତି। ଶ୍ରଦ୍ଧା ନିଜ ଟ୍ୱିଟର ଆକାଉଣ୍ଟରୁ ଫିଲ୍ମର ଅଫିସିଆଲ ଟିଜର୍‌ ଶେଆର କରିଛନ୍ତି।  ଯାହା ପରେ ଏହା ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।  ମାତ୍ର କେଇ ଘଣ୍ଟା ମଧ୍ୟରେ ଟିଜର୍‌ଟି ବହୁ ଭିୟୁ ପାଇସାରିଲାଣି। 

https://twitter.com/ShraddhaKapoor/status/1138039437147889665

ଟିଜର୍‌ଟି ଆରମ୍ଭ ହେଉଛି ଶ୍ରଦ୍ଧାଙ୍କ ଇମୋସନାଲ ଡାଇଲଗ୍‌ରୁ। ଯାହାପରେ ପ୍ରଭାସ ଆସି ତାଙ୍କୁ ହଗ୍‌ କରୁଛନ୍ତି। ଆଉ ଏହା ପରେ ଆରମ୍ଭ ହେଉଛି ପ୍ରଭାସ୍‌ଙ୍କର ଆକ୍ସନ୍ ମୋଡ୍। ଫିଲ୍ମରେ ପ୍ରଭାସ ଓ ଶ୍ରଦ୍ଧାଙ୍କୁ ମଧ୍ୟ ଜବରଦସ୍ତ ଆକ୍ସନ କରୁଥିବା ଦେଖିବାକୁ ମିଳିବ। କେବଳ ଏତିକି ନୁହେଁ ଫିଲ୍ମରେ ଆପଣ ପ୍ରଭାସଙ୍କୁ କିଛି ଖତରନାକ୍‌ ଷ୍ଟଣ୍ଟ କରୁଥିବାର ମଧ୍ୟ ଦେଖିବାକୁ ପାଇବେ। ଆକ୍ସନରେ ଭରପୁର ଏହି ଏଣ୍ଟରଟେନର୍ ମୁଭି  ଅଗଷ୍ଟ ୧୫ରେ ରିଲିଜ୍‌ ହେବ।

https://www.instagram.com/p/BpRO_DVF0Ih/?utm_source=ig_web_copy_link

ବିଗ୍‌ ବଜେଟ୍‌ ଫିଲ୍ମ ‘ସାହୋ’ରେ ପ୍ରଭାସ ଓ ଶ୍ରଦ୍ଧାଙ୍କ ବ୍ୟତୀତ ଜ୍ୟାକି ଶ୍ରଫ୍, ମନ୍ଦିରା ବେଦୀ, ନୀଲ ନୀତିନ୍‌ ମୁକେଶ ମଧ୍ୟ ଲିଡ୍‌ ରୋଲ୍‌ରେ ନଜର ଆସିବେ। ଫିଲ୍ମର ନିର୍ମାଣ ଯୁଭି କ୍ରିୟେଶନ୍‌ର ହୋଇଛି। ଏହାର ନିର୍ଦ୍ଦେଶନା ଦେଇଛନ୍ତି ତେଲୁଗୁ ନିର୍ଦ୍ଦେଶକ ସୁଜିତ୍। ଏହି ଫିଲ୍ମରେ ପ୍ରଭାସଙ୍କୁ ଭିନ୍ନ ରୂପରେ ଦେଖିବାକୁ ମିଳିବ। ‘ସାହୋ’ରେ ସୁଯୋଗ ପାଇଥିବାରୁ ବିଶେଷ କରି ବାହୁବଳୀ ପ୍ରଭାସଙ୍କ ସହ କାମ କରୁଥିବାରୁ ଶ୍ରଦ୍ଧା ଖୁବ୍ ଉତ୍ସାହିତ ଅଛନ୍ତି।

https://twitter.com/ShraddhaKapoor/status/1139050582059114496

Related story