ଫିଲ୍ମ ‘ସୁଲତାନ୍‌’ର ଶୁଟିଂ ସେଟ୍‌ରେ କାନ୍ଦି ପକାଇଲେ ସଲମାନ୍

ମୁମ୍ୱାଇ: ଦବଙ୍ଗ୍ ଖାନ୍ ତାଙ୍କ ଆଗାମୀ ଫିଲ୍ମ ‘ସୁଲତାନ୍’ର ଶୁଟିଂ ସେଟ୍‌ରେ କାନ୍ଦି ପକାଇଛନ୍ତି। ସୁଲତାନ୍‌ର ଏକ ଗୀତ ‘ଜଗ୍ ଘୁମିଆ’କୁ ସଲମାନ୍ ନିଜେ ଗାଇଛନ୍ତି। ଏହି ଗୀତର ଲିରିକ୍ସ ଶୁଣି ସେ ଏତେ ଭାବୁକ ହୋଇପଡ଼ିଲେ ଯେ ତାଙ୍କ ଆଖିରୁ ଲୁହ ବାହାରି ଆସିଥିଲା। ଏହି ଗୀତଟି ଏପରି ଏକ ମଣିଷର ଜବୀନକୁ ନେଇ ଗତିଶୀଳ ହୋଇଛି ଯେ ସେ ସାରା ବିଶ୍ୱ ବୁଲୁଛି ହେଲେ ଶେଷରେ ତା’  ନିଜ ହୃଦୟରୁ ତାକୁ ଶାନ୍ତି ମିଳୁଛି। […]

salmaan

Rakesh Mallick
  • Published: Saturday, 23 April 2016
  • , Updated: 23 April 2016, 08:57 AM IST

ମୁମ୍ୱାଇ: ଦବଙ୍ଗ୍ ଖାନ୍ ତାଙ୍କ ଆଗାମୀ ଫିଲ୍ମ ‘ସୁଲତାନ୍’ର ଶୁଟିଂ ସେଟ୍‌ରେ କାନ୍ଦି ପକାଇଛନ୍ତି। ସୁଲତାନ୍‌ର ଏକ ଗୀତ ‘ଜଗ୍ ଘୁମିଆ’କୁ ସଲମାନ୍ ନିଜେ ଗାଇଛନ୍ତି। ଏହି ଗୀତର ଲିରିକ୍ସ ଶୁଣି ସେ ଏତେ ଭାବୁକ ହୋଇପଡ଼ିଲେ ଯେ ତାଙ୍କ ଆଖିରୁ ଲୁହ ବାହାରି ଆସିଥିଲା। ଏହି ଗୀତଟି ଏପରି ଏକ ମଣିଷର ଜବୀନକୁ ନେଇ ଗତିଶୀଳ ହୋଇଛି ଯେ ସେ ସାରା ବିଶ୍ୱ ବୁଲୁଛି ହେଲେ ଶେଷରେ ତା’  ନିଜ ହୃଦୟରୁ ତାକୁ ଶାନ୍ତି ମିଳୁଛି।

ଏହି ଗୀତର ରେକଡିଂ ଶେଷ ହୋଇଯାଇଛି। ଏହାପୂର୍ବରୁ ସଲମାନ ତାଙ୍କ ହୋମ୍ ପ୍ରଡକ୍ସନ୍ ଫିଲ୍ମ ‘ହିରୋ’ର  ‘ମେଁ ହୁଁ ହିରୋ’ ଗୀତ ଗାଇଥିଲେ। ଏହି ଗୀତଟିକୁ ଦର୍ଶକ ବେଶ୍ ପସନ୍ଦ କରିଥିଲେ।

 ସଲମାନ୍ ‘ୱାଣ୍ଟେଡ୍‌’, ‘ଦବଙ୍ଗ’ ଓ ‘କିକ୍’ ପରି ଫିଲ୍ମରେ ଗୀତ ଗାଇଛନ୍ତି।

ତେବେ ଫିଲ୍ମ ‘ସୁଲତାନ’ରେ ସଲମାନ୍ ଗାଇଥିବା ଗୀତକୁ ଦର୍ଶକ କେତେ ପସନ୍ଦ କରୁଛନ୍ତି ମ୍ୟୁଜିକ୍ ଲଞ୍ଚ୍ ପରେ ଜଣାପଡ଼ିବ।

Related story