ବହୁ ଦିନ ପରେ ରୁଟି ପାଇ ଖୁସି ହୋଇଗଲେ ଅଭିନେତା

ମୁମ୍ବାଇ: ଦୀର୍ଘ ଦିନ ହେବ ନ୍ୟୁୟର୍କରେ ରହି ଚିକିତ୍ସିତ ହେଉଥିବା ଭେଟେରାନ ଆକ୍ଟର ଋଷି କପୁର ଦେଶକୁ ଫେରିବାକୁ ଛଟପଟ ହେଲେଣି। ଋଷି ଖୁବ୍‌ ଖାଦ୍ୟ ପ୍ରିୟ ହୋଇଥିବା ବେଳେ ଏହା ମଧ୍ୟରେ ନିଜ ଘର ଖାଇବାକୁ ଖୁବ୍‌ ମିସ୍‌  କରୁଛନ୍ତି। ହେଲେ ବାଟ କିଛି ନାହିଁ। ଚିକିତ୍ସା ନ ସରିବା ଯାଏ ସେ ଘରକୁ ଫେରିବା ସମ୍ଭବ ନୁହେଁ। ବିଦେଶୀ ଖାଦ୍ୟ ଖାଇ ଖାଇ ବୋର ହୋଇ ସାରିଥିବା ଋଷି ନ୍ୟୁୟର୍କରେ ଅଟାରୁ ପ୍ରସ୍ତୁତ ରୁଟି […]

roti..

Niharika Rout
  • Published: Tuesday, 23 July 2019
  • , Updated: 23 July 2019, 10:01 AM IST

ମୁମ୍ବାଇ: ଦୀର୍ଘ ଦିନ ହେବ ନ୍ୟୁୟର୍କରେ ରହି ଚିକିତ୍ସିତ ହେଉଥିବା ଭେଟେରାନ ଆକ୍ଟର ଋଷି କପୁର ଦେଶକୁ ଫେରିବାକୁ ଛଟପଟ ହେଲେଣି। ଋଷି ଖୁବ୍‌ ଖାଦ୍ୟ ପ୍ରିୟ ହୋଇଥିବା ବେଳେ ଏହା ମଧ୍ୟରେ ନିଜ ଘର ଖାଇବାକୁ ଖୁବ୍‌ ମିସ୍‌  କରୁଛନ୍ତି। ହେଲେ ବାଟ କିଛି ନାହିଁ। ଚିକିତ୍ସା ନ ସରିବା ଯାଏ ସେ ଘରକୁ ଫେରିବା ସମ୍ଭବ ନୁହେଁ।

ବିଦେଶୀ ଖାଦ୍ୟ ଖାଇ ଖାଇ ବୋର ହୋଇ ସାରିଥିବା ଋଷି ନ୍ୟୁୟର୍କରେ ଅଟାରୁ ପ୍ରସ୍ତୁତ ରୁଟି ପାଇ ଖୁବ୍‌ ଖୁସି ହୋଇଯାଇଛନ୍ତି। ଆଉ ନିଜର ଏହି ଖୁସିକୁ ସେ ଫ୍ୟାନ୍‌ଙ୍କ ସହ ଶେଆର ବି କରିଛନ୍ତି।

ତାଙ୍କର ଏହି ଇଚ୍ଛା ପୂରଣ କରିଛନ୍ତି ଅଭିନେତା ଅନୁପମ ଖେର। ଅନୁପମ୍‌ଙ୍କ ନ୍ୟୁୟର୍କସ୍ଥିତ ଆପାର୍ଟମେଣ୍ଟରେ ପତ୍ନୀ ନୀତୁଙ୍କ ସହ ଭାରତୀୟ ଖାଦ୍ୟର ମଜା ଉଠାଇଛନ୍ତି ଋଷି କପୁର। ଆଉ ଏହାର ଫଟୋ ସେ ନିଜ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଶେଆର କରୁ କରୁ ଖୁବ୍‌ ଭାଇରାଲ ହୋଇଯାଇଛି।

https://twitter.com/chintskap/status/1153025963397124096

ଏକ ଫଟୋରେ ଋଷି  ହାତରେ ଏକ ରୁଟି ଧରି ଖୁବ୍‌ ଖୁସି ଥିବା ଦେଖିବାକୁ ମିଳୁଛି। ଏହାର କ୍ୟାପସନ୍‌ରେ ସେ ଲେଖିଛନ୍ତି, ଅନୁମପ ଖେରଙ୍କ ଘରେ ଲଞ୍ଚ୍‌। ବହୁ ଦିନ ପରେ ଅଟାର ରୁଟି ଖାଇବାକୁ ମିଳିଥିବାରୁ ଖୁବ୍‌ ଖୁସି ଅଛି। ନ୍ୟୁୟର୍କରେ ଭାରତୀୟ ଖାଦ୍ୟ ମିଳିପାରିବ ବୋଲି ସେମାନେ ସ୍ୱପ୍ନରେ ଭାବି ନ ଥିବା କହିଛନ୍ତି କପୁର ଦମ୍ପତି। ଏଥିଲାଗି ସେ ଅନୁପମ୍‌ଙ୍କ ରୋଷେୟାଙ୍କୁ ବି ଧନ୍ୟବାଦ ଦେବାକୁ ଭୁଲି ନାହାନ୍ତି।

ଆକ୍ଟର ଅନୁପମ୍‌ ବି ଏକ ଫଟୋ ଶେଆର କରିଛନ୍ତି। ଏହି ଷ୍ଟାର ଦମ୍ପତିଙ୍କୁ ନିଜ ଘରେ ଅତିଥି ରୂପେ ପାଇ ସେ ବି ଖୁବ୍‌ ଖୁସି ଥିବା ଫ୍ୟାନ୍‌ଙ୍କୁ ଜଣାଇଛନ୍ତି। ନ୍ୟୁୟର୍କରେ ଏପରି ଖାଇବା ମିଳିବ ବୋଲି ସ୍ୱପ୍ନରେ ସୁଦ୍ଧା ଭାବି ନ ଥିବା ନୀତୁ କହିଛନ୍ତି। ହେଲେ ଦୁନିଆ ଖୁବ୍‌ ଛୋଟ ହୋଇଥିବାରୁ ସବୁ ସମ୍ଭବ ବୋଲି ଉତ୍ତର ରଖିଛନ୍ତି ଅନୁପମ୍‌।  ଋଷି ଖାଦ୍ୟ ପ୍ରିୟ ମଣିଷ ହୋଇଥିବାରୁ ତାଙ୍କୁ ଘରକୁ ଖାଇବାକୁ ନିମନ୍ତ୍ରଣ କରି ଖୁବ୍‌ ଖୁସି ବ୍ୟକ୍ତ କରିଛନ୍ତି ଅନୁପମ୍। ଅନୁପମ୍‌, ଋଷି ଓ ନିତୁଙ୍କ  ଫଟୋ ସୋଶାଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି।

https://www.instagram.com/p/B0MUVDZAgjO/?utm_source=ig_web_copy_link

Related story