ଫସିଗଲେ ସଲମାନ, ଥାନାରେ ହୋଇଛି ଅଭିଯୋଗ

ମୁମ୍ବାଇ: ପୁଣି ଥରେ ବିବାଦରେ ଫସି ଯାଇଛନ୍ତି ବଲିଉଡ୍‌ର ଦବଙ୍ଗ ଷ୍ଟାର ସଲମାନ ଖାନ। ତାଙ୍କ ବିରୋଧରେ ଥାନାରେ ହୋଇଛି ଅଭିଯୋଗ। ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ହୋଇଛି ଦାବି। ତାଙ୍କ ବିରୋଧରେ ଅଭିଯୋଗ ଆଣିଛି ଦିଲ୍ଲୀ ମହାନଗର ନିଗମର ସଫେଇ କର୍ମଚାରୀ ସଂଗଠନ। ସେମାନେ ଅଭିଯୋଗ କରିଛନ୍ତି ଯେ ସଲମାନ ଏକ ଘରୋଇ ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ ଏକ ନିର୍ଦ୍ଦିଷ୍ଟ ଜାତି ସମ୍ପର୍କରେ ଅରୁଚିକର ମନ୍ତବ୍ୟ ଦେଇଥିଲେ। ଏହା ସାରା ଦେଶର ଲୋକଙ୍କୁ ଆଘାତ ଦେଇଛି। […]

salman

Ordigital Desk
  • Published: Thursday, 21 December 2017
  • , Updated: 21 December 2017, 01:24 PM IST

ମୁମ୍ବାଇ: ପୁଣି ଥରେ ବିବାଦରେ ଫସି ଯାଇଛନ୍ତି ବଲିଉଡ୍‌ର ଦବଙ୍ଗ ଷ୍ଟାର ସଲମାନ ଖାନ। ତାଙ୍କ ବିରୋଧରେ ଥାନାରେ ହୋଇଛି ଅଭିଯୋଗ। ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ହୋଇଛି ଦାବି। ତାଙ୍କ ବିରୋଧରେ ଅଭିଯୋଗ ଆଣିଛି ଦିଲ୍ଲୀ ମହାନଗର ନିଗମର ସଫେଇ କର୍ମଚାରୀ ସଂଗଠନ। ସେମାନେ ଅଭିଯୋଗ କରିଛନ୍ତି ଯେ ସଲମାନ ଏକ ଘରୋଇ ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ ଏକ ନିର୍ଦ୍ଦିଷ୍ଟ ଜାତି ସମ୍ପର୍କରେ ଅରୁଚିକର ମନ୍ତବ୍ୟ ଦେଇଥିଲେ। ଏହା ସାରା ଦେଶର ଲୋକଙ୍କୁ ଆଘାତ ଦେଇଛି।

ସଂଗଠନର ଅଧ୍ୟକ୍ଷ ସଞ୍ଜୟ ଗହଲୋତ କହିଛନ୍ତି, “ସଲମାନ ଏକ ଘରୋଇ ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ ସମାଜର ଏକ ନିର୍ଦ୍ଦିଷ୍ଟ ବର୍ଗର ସମ୍ମାନହାନି ହେବା ଭଳି ମନ୍ତବ୍ୟ ଦେଇଥିଲେ। ସଲମାନ ଦେଶର ଜଣେ ବଡ଼ ସେଲେବ୍ରିଟି। ତାଙ୍କୁ ଅନେକ ଲୋକ ଅନୁକରଣ କରନ୍ତି। ତାଙ୍କର ଏପରି ମନ୍ତବ୍ୟ ଆଦୌ ଗ୍ରହଣୀୟ ନୁହେଁ। ତେଣୁ ଅତିଶୀଘ୍ର ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ।”

ପୋଲିସ୍ ଘଟଣାର ତଦନ୍ତ କରୁଛି।

Related story