ଶେହନାଜଙ୍କ ବାପାଙ୍କୁ ଗୁଳିମାଡ, ଦୁଇ ଦିନ ତଳେ ବିଜେପିରେ ମିଶିଥିଲେ

ଚଣ୍ଡିଗଡ: ବିଗ୍‌ ବସ୍‌ ଫେମ୍‌ ତଥା ପଞ୍ଜାବୀ ଫିଲ୍ମ ଅଭିନେତ୍ରୀ ଶେହନାଜ ଗିଲ୍‌ଙ୍କ ବାପା ସନ୍ତୋଖ ସିଂହ ସୁଖଙ୍କ ଉପରକୁ ଗୁଳିମାଡ। କଥିତ ରୂପେ ଶନିବାର ତାଙ୍କ ଉପରକୁ ଅମୃତସରର ଜଣ୍ଡିୟାଲା ଗୁରୁ ଅଞ୍ଚଳରେ ଗୁଳିମାଡ ହୋଇଛି। ଦୁଇ ଜଣ ବାଇକ୍‌ରେ ଆସି ତାଙ୍କ ଗାଡି ଉପରକୁ ଚାରି ରାଉଣ୍ଡ ଗୁଳିମାଡ କରିଥିଲେ। ତେବେ ଏଥିରେ ସେ ସୁରକ୍ଷିତ ଥିବା ସୂଚନା ମିଳିଛି। ସୂଚନା ମୁତାବକ, ଶେହନାଜ ଗିଲ୍‌ଙ୍କ ବାପା ଦୁଇ ଦିନ ତଳେ ବିଜେପିରେ ଯୋଗ […]

shenaaz

shenaaz

Madhupriya Mistry
  • Published: Monday, 27 December 2021
  • Updated: 27 December 2021, 04:13 PM IST

Sports

Latest News

ଚଣ୍ଡିଗଡ: ବିଗ୍‌ ବସ୍‌ ଫେମ୍‌ ତଥା ପଞ୍ଜାବୀ ଫିଲ୍ମ ଅଭିନେତ୍ରୀ ଶେହନାଜ ଗିଲ୍‌ଙ୍କ ବାପା ସନ୍ତୋଖ ସିଂହ ସୁଖଙ୍କ ଉପରକୁ ଗୁଳିମାଡ। କଥିତ ରୂପେ ଶନିବାର ତାଙ୍କ ଉପରକୁ ଅମୃତସରର ଜଣ୍ଡିୟାଲା ଗୁରୁ ଅଞ୍ଚଳରେ ଗୁଳିମାଡ ହୋଇଛି। ଦୁଇ ଜଣ ବାଇକ୍‌ରେ ଆସି ତାଙ୍କ ଗାଡି ଉପରକୁ ଚାରି ରାଉଣ୍ଡ ଗୁଳିମାଡ କରିଥିଲେ। ତେବେ ଏଥିରେ ସେ ସୁରକ୍ଷିତ ଥିବା ସୂଚନା ମିଳିଛି।

ସୂଚନା ମୁତାବକ, ଶେହନାଜ ଗିଲ୍‌ଙ୍କ ବାପା ଦୁଇ ଦିନ ତଳେ ବିଜେପିରେ ଯୋଗ ଦେଇଥିଲେ। ଏହାପରେ ଶନିବାର ଦିନ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଅମୃତସରରୁ ବ୍ୟାସ ଯାଉଥିଲେ। ଏତିକି ବେଳେ ଏକ ଢ଼ାବା ନିକଟରେ ସେ ଅଟକିଥିଲେ। ତାଙ୍କର ଜଣେ ସୁରକ୍ଷାକର୍ମୀ ଶୌଚାଳୟ ଯିବା ସମୟରେ ତାଙ୍କ ଉପରକୁ ଦୁର୍ବୃତ୍ତମାନେ ଆସି ଗୁଳିମାଡ କରିଥିଲେ। ଏହାପରେ ସୁରକ୍ଷାକର୍ମୀମାନେ ମଧ୍ୟ ଗୁଳି ଶବ୍ଦ ଶୁଣି ପଥର ମାହ କରିବା ପରେ ଦୁର୍ବୃତ୍ତମାନେ ସେଠାରୁ ଫେରାର ହୋଇଯାଇଥିଲେ। ଏହାପରେ ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା।

ତେବେ ସଠିକ୍‌ ସମୟରେ ପୁଲିସକୁ ସୂଚିତ କରାଯାଇଥିଲେ ସୁଦ୍ଧା ପୁଲିସ ଏଯାଏଁ ମାମଲା ରୁଜୁ କରିନାହିଁ ବୋଲି ଶେହନାଜଙ୍କ ବାପା ଅଭିଯୋଗ ଆଣିଛନ୍ତି। ସେପଟେ ଜଣ୍ଡିଆଲା ଥାନା ଅଧିକାରୀ କହିଛନ୍ତି, ଘଟଣାସ୍ଥଳରୁ ଚାରୋଟି ଫୁଟା ଗୁଳି ଜବତ ହୋଇଛି। ପ୍ରାରମ୍ଭିକ ତଦନ୍ତ ପରେ ମମଲା ଅଧିକ ସନ୍ଦେହଜନକ ରହିଛି, ତେଣୁ ତଦନ୍ତ ଚାଲିଛି। ତାଙ୍କ ବିରୋଧରେ ଅନେକ ଅପରାଧିକ ମାମଲା ରୁଜୁ ହୋଇଥିବାରୁ ନିକଟରେ ତାଙ୍କ ସୁରକ୍ଷା ପ୍ରତ୍ୟାହାର କରି ନିଆଯାଇଥିବା ଅଧିକାରୀ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos