ସାମ୍ନାକୁ ଆସିଲା କପିଲ୍‌ ଦେବ୍‌ଙ୍କ ବାୟୋପିକ୍‌ ‘83’ର ଫାଷ୍ଟ୍ ଲୁକ୍

ମୁମ୍ବାଇ: କିମ୍ବଦନ୍ତୀ କ୍ରିକେଟର୍‌ ତଥା ଟିମ୍‌ ଇଣ୍ଡିଆର ପୂର୍ବତନ ବିଶ୍ୱବିଜୟୀ ଅଧିନାୟକ କପିଲ୍‌ ଦେବ୍‌ଙ୍କ ବାୟୋପିକ୍‌ ‘୮୩ର ପ୍ରଥମ ପୋଷ୍ଟର୍‌ ରିଲିଜ୍ ହୋଇଛି। ଫିଲ୍ମର କାହାଣୀ ମୁଖ୍ୟତଃ କପିଲ୍‌ ଦେବ୍‌ଙ୍କ କ୍ରିକେଟ୍ କ୍ୟାରିଅର୍‌ ଏବଂ ୧୯୮୩ ମସିହାରେ ତାଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳର ବିଶ୍ୱକପ୍‌ ବିଜୟ ଉପରେ ଆଧାରିତ। ଏଥିରେ କପିଲ୍‌ଙ୍କ ଭୂମିକାରେ ଅଭିନେତା ରଣବୀର୍‌ ସିଂହଙ୍କୁ ଦେଖିବାକୁ ମିଳିବ। ରିଲିଜ୍‌ ହୋଇଥିବା ଫାଷ୍ଟ୍‌ ପୋଷ୍ଟର୍‌ରେ ରଣବୀର୍‌ ସିଂହଙ୍କୁ ବ୍ୟାଟିଂ କୋଚିଂ ନେଉଥିବାର ଦେଖିବାକୁ ମିଳିଛି। ଫିଲ୍ମର ପୋଷ୍ଟର୍‌କୁ […]

83

Chinmayee Roy
  • Published: Wednesday, 16 January 2019
  • , Updated: 16 January 2019, 02:14 PM IST

ମୁମ୍ବାଇ: କିମ୍ବଦନ୍ତୀ କ୍ରିକେଟର୍‌ ତଥା ଟିମ୍‌ ଇଣ୍ଡିଆର ପୂର୍ବତନ ବିଶ୍ୱବିଜୟୀ ଅଧିନାୟକ କପିଲ୍‌ ଦେବ୍‌ଙ୍କ ବାୟୋପିକ୍‌ '୮୩ର ପ୍ରଥମ ପୋଷ୍ଟର୍‌ ରିଲିଜ୍ ହୋଇଛି। ଫିଲ୍ମର କାହାଣୀ ମୁଖ୍ୟତଃ କପିଲ୍‌ ଦେବ୍‌ଙ୍କ କ୍ରିକେଟ୍ କ୍ୟାରିଅର୍‌ ଏବଂ ୧୯୮୩ ମସିହାରେ ତାଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳର ବିଶ୍ୱକପ୍‌ ବିଜୟ ଉପରେ ଆଧାରିତ। ଏଥିରେ କପିଲ୍‌ଙ୍କ ଭୂମିକାରେ ଅଭିନେତା ରଣବୀର୍‌ ସିଂହଙ୍କୁ ଦେଖିବାକୁ ମିଳିବ।

ରିଲିଜ୍‌ ହୋଇଥିବା ଫାଷ୍ଟ୍‌ ପୋଷ୍ଟର୍‌ରେ ରଣବୀର୍‌ ସିଂହଙ୍କୁ ବ୍ୟାଟିଂ କୋଚିଂ ନେଉଥିବାର ଦେଖିବାକୁ ମିଳିଛି। ଫିଲ୍ମର ପୋଷ୍ଟର୍‌କୁ ସୋଶାଲ୍ ମିଡି‌ଆରେ ନିଜେ ରଣବୀର୍‌ ସେଆର୍‌ କରିଛନ୍ତି । ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ବଲିଉଡ୍‌ର ଷ୍ଟାର୍‌ ଡିରେକ୍ଟର୍‌ କବୀର୍‌ ଖାନ୍‌। ଫିଲ୍ମର ରିଲିଜ୍‌ ଡେଟ୍‌ ସ୍ଥିର ହୋଇ ନ ଥିବାବେଳେ ଚଳିତ ବର୍ଷ ମଧ୍ୟ ଭାଗ ସୁଦ୍ଧା ଫିଲ୍ମର ଶୁଟିଂ ସାରିବା ପାଇଁ ଫିଲ୍ମ ନିର୍ମାତା ଲକ୍ଷ୍ୟ ରଖିଛନ୍ତି।

https://www.instagram.com/p/BsiGTekhsJp/?utm_source=ig_web_copy_link

ଏବେ ରଣବୀର୍‌ ନିଜ ଅପ୍‌କମିଂ ଫିଲ୍ମ ‘ଗଲି ବୟ’କୁ ନେଇ ବ୍ୟସ୍ତ ଅଛନ୍ତି। ‘ଗଲି ବୟ’ରେ ତାଙ୍କ ସହ ଆଲିଆ ଭଟ୍ଟ ମଧ୍ୟ ଅଛନ୍ତି। ମୁମ୍ବାଇର ଜଣେ ଫୁଟ୍‌ପାଥ୍‌ ରାପର୍‌ର ଜୀବନୀ ଉପରେ ଆଧାରିତ ହୋଇଛି ଏହି ଫିଲ୍ମ। ଜୋୟା ଅଖ୍‌ତର୍‌ଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ କେମିତି ଏହି ରାସ୍ତା କଡ଼ର ରାପର୍‌ ଧନୀ ହୋଇଛନ୍ତି, ତାହା ଦେଖିବାକୁ ମିଳିବ। ‘ଗଲି ବୟ’ରେ କଳ୍କି କୋଚଲିନ୍‌ଙ୍କୁ ମଧ୍ୟ ପ୍ରମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ। ଫିଲ୍ମଟି ଏ ବର୍ଷ ଭ୍ୟାଲେଣ୍ଟାଇନ୍‌ ଡେ' ଅର୍ଥାତ୍‌ ଆସନ୍ତା ପେବ୍ରୁଆରୀ ୧୪ରେ ରିଲିଜ୍‌ ହେବ।

Related story