ସାମ୍ନାକୁ ଆସିଲା ‘ଜୈନ୍‌’ଙ୍କ ପ୍ରଥମ ଫଟୋ

ମୁମ୍ୱାଇ: ବଲିଉଡ୍‌ ଷ୍ଟାର ଶାହିଦ୍ କପୁରଙ୍କର ପୁଅ ହୋଇଛି। ସେ ଓ ତାଙ୍କ ପତ୍ନୀ ମୀରା ପୁଅର ନାଁ ଜୈନ୍‌ ରଖିଛନ୍ତି।

ବୁଧବାର ଦିନ ଜୈନ୍‌ ହିନ୍ଦୁଜା ହସ୍‌ପିଟାଲ୍‌ରେ ଜନ୍ମ ହୋଇଥିଲେ। ଗତକାଲି ମୀରାଙ୍କୁ ଡାକ୍ତରଖାନାରୁ ଡିସ୍‌ଚାର୍ଜ କରାଯାଇଥିଲା। ଆଉ ଏହା ପରେ ଜୈନ୍‌ଙ୍କ ଫଟୋ ପ୍ରଥମ ଥର ପାଇଁ ସାମ୍ନାକୁ ଆସିଛି।

sahid
PHOTO CREDIT: INSTAGRAM

ପୁଅ ହେବା ପରେ ଶୁଭେଚ୍ଛା ଜଣାଇଥିବା ସମସ୍ତ ଫ୍ୟାନ୍‌ଙ୍କୁ ଶାହିଦ୍ ଧନ୍ୟବାଦ ଜଣାଇଛନ୍ତି। ପୁଅ ହେଲେ ତାଙ୍କ ନାଁ ଜୈନ୍ ରଖିବାକୁ ସେ କୁଆଡ଼େ ପୂର୍ବରୁ ସ୍ଥିର କରି ନେଇଥିଲେ ବୋଲି ଜଣାପଡ଼ିଛି।

ପୂର୍ବରୁ ଶାହିଦ୍‌ଙ୍କର ଏକ ଝିଅ ହୋଇଥିଲା। ତାଙ୍କ ଝିଅର ନାଁ ମୀଶା। ସେ ପତ୍ନୀ ମୀରା ଓ ତାଙ୍କ ନାଁର ପ୍ରଥମ ଅକ୍ଷରକୁ ନେଇ ଝିଅର ନାଁ ‘ମୀଶା’ ଦେଇଥିଲେ।