କ୍ୟାରିୟର ଆରମ୍ଭ କଲେ ଶ୍ରୀଦେବୀଙ୍କ ଝିଅ: ପ୍ରଥମ ସୁଟିଂ ବେଳେ ଏମିତି ଥିଲା ଏକ୍ସପ୍ରେସନ୍

ଜୟପୁର: ଫିଲ୍ମ ସୁଟିଂ ପାଇଁ ଆଜିକାଲି ରାଜସ୍ଥାନରେ ଅଛନ୍ତି ପ୍ରସିଦ୍ଧ ଅଭିନେତ୍ରୀ ଶ୍ରୀଦେବୀଙ୍କ ଝିଅ ଜାହ୍ନବୀ କପୁର ଓ ଅଭିନେତା ସାହିଦ କପୁରଙ୍କ ଭାଇ ଈଶାନ ଖଟ୍ଟର। ଫିଲ୍ମଟିର ନାଁ ଥଡ଼କ। ଏ ଫିଲ୍ମଟି ହେଉଛି ଜାହ୍ନବୀଙ୍କ ଜୀବନର ପ୍ରଥମ ଫିଲ୍ମ। ଏଇଥିରୁ ସେ ନିଜ ଫିଲ୍ମ କ୍ୟାରିୟର ଆରମ୍ଭ କରିଛନ୍ତି। ସୁଟିଂ ପାଇଁ ଦୁହେଁ ଗତ ବୁଧବାର ଦିନ ଯାଇ ଜୟପୁରରେ ପହଞ୍ଚିଥିଲେ। ଦୁହେଁ ଫିଲ୍ମରେ ଲିଡ୍ ରୋଲ୍‌ରେ ଅଛନ୍ତି। ସୁଟିଂ ହୋଇଥିଲା ଆମେର୍ ନାମକ […]

jahnavi

Ordigital Desk
  • Published: Friday, 15 December 2017
  • , Updated: 15 December 2017, 05:26 PM IST

ଜୟପୁର: ଫିଲ୍ମ ସୁଟିଂ ପାଇଁ ଆଜିକାଲି ରାଜସ୍ଥାନରେ ଅଛନ୍ତି ପ୍ରସିଦ୍ଧ ଅଭିନେତ୍ରୀ ଶ୍ରୀଦେବୀଙ୍କ ଝିଅ ଜାହ୍ନବୀ କପୁର ଓ ଅଭିନେତା ସାହିଦ କପୁରଙ୍କ ଭାଇ ଈଶାନ ଖଟ୍ଟର। ଫିଲ୍ମଟିର ନାଁ ଥଡ଼କ। ଏ ଫିଲ୍ମଟି ହେଉଛି ଜାହ୍ନବୀଙ୍କ ଜୀବନର ପ୍ରଥମ ଫିଲ୍ମ। ଏଇଥିରୁ ସେ ନିଜ ଫିଲ୍ମ କ୍ୟାରିୟର ଆରମ୍ଭ କରିଛନ୍ତି। ସୁଟିଂ ପାଇଁ ଦୁହେଁ ଗତ ବୁଧବାର ଦିନ ଯାଇ ଜୟପୁରରେ ପହଞ୍ଚିଥିଲେ। ଦୁହେଁ ଫିଲ୍ମରେ ଲିଡ୍ ରୋଲ୍‌ରେ ଅଛନ୍ତି।

ସୁଟିଂ ହୋଇଥିଲା ଆମେର୍ ନାମକ ସ୍ଥାନର ଶୀରୋମଣୀ ମନ୍ଦିରରେ। ଦୁହିଁଙ୍କ ସୁଟିଂ ବେଳେ ସିନ୍ ଥିଲା ଅଲଗା ଅଲଗା। କେତେବେଳେ ଦୁହିଁଙ୍କ ଭିତରେ ଝଗଡ଼ା ଓ ଅଭିମାନ ସଟ୍ ନିଆଯାଇଥିଲା ତ କେତେବେଳେ ଗପସପ। ଗୋଟେ ଗୀତର କିଛି ଅଂଶ ମଧ୍ୟ ସୁଟିଂ ହୋଇଥିଲା।   ଏହାପୂର୍ବରୁ ଫିଲ୍ମର କିଛି ସିନ୍ ଉଦୟପୁରରେ ମଧ୍ୟ ସୁଟିଂ ହୋଇଥିଲା। ଝିଅର ଆତ୍ମବିଶ୍ୱାସ ବୃଦ୍ଧି ପାଇଁ ସେଠି ପହଞ୍ଚିଥିଲେ ଶ୍ରୀଦେବୀ।

ଫିଲ୍ମ ନିର୍ମାତା ନିର୍ଦ୍ଦେଶକ କରଣ ଜୋହର ଏଇ ମାସ ପ୍ରଥମ ସପ୍ତାହରେ ତାଙ୍କ ନୂଆ ଫିଲ୍ମ ଥଡ଼କର ଘୋଷଣା କରିଥିଲେ। ଏ କଥା ବି ସେଠି ସିଏ କହିଥିଲେ ଯେ, ଏଥିରେ ଦୁଇଜଣ ନୂଆ ଷ୍ଟାର ଜାହ୍ନବୀ ଓ ଈଶାନ ମୁଖ୍ୟ ଭୂମିକାରେ ଆସିବେ। ଥଡ଼କ ଫିଲ୍ମ ହେଉଛି ମରାଠୀ ବ୍ଲକ୍‌ବଷ୍ଟର ସୈରତର ରିମେକ୍। ଆସନ୍ତା ମାର୍ଚ୍ଚ ମାସ ଶେଷ ସୁଦ୍ଧା ପିଲ୍ମର ସୁଟିଂ ସରିଯିବ ବୋଲି ଆଶା କରାଯାଉଛି।

Related story