ମୁମ୍ବାଇ(ଓଡ଼ିଶା ରିପୋର୍ଟର୍):ବଲିଉଡ୍ର ସୁନାମଧନ୍ୟ ଅଭିନେତା ଓ ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ ରାକେଶ ରୋଶନ୍ଙ୍କର ଆଜି ଜନ୍ମଦିନ। ୧୯୪୯ ମସିହା ସେପ୍ଟେମ୍ବର ୬ରେ ମୁମ୍ବାଇରେ ତାଙ୍କର ଜନ୍ମ ହୋଇଥିଲା।
ବଲିଉଡ୍ରେ 'ସୁପର୍ ହିରୋ' ଫିଲ୍ମ ବନାଇବାର ଟ୍ରେଣ୍ଡ୍ ରାକେଶ ରୋଶନ୍ ହିଁ ଆରମ୍ଭ କରିଥିଲେ। ତେବେ ଜଣେ ଅଭିନେତା ଭାବେ ସେ ୧୯୭୦ ମସିହାରେ ଫିଲ୍ମ ‘ଘର ଘର କି କାହାନୀ’ରୁ କ୍ୟାରିୟର୍ ଆରମ୍ଭ କରିଥିଲେ। ଅଭିନୟରେ ଏତେ ସଫଳ ହୋଇପାରି ନଥିଲେ ହେଁ ବଲିଉଡର ଜଣେ ସଫଳ ଫିଲ୍ମ ନିର୍ଦ୍ଦେଶକ ଓ ନିର୍ମାତାଭାବେ ତାଙ୍କର ବେଶ୍ ଖ୍ୟାତି ରହିଛି। ଆଜି ଏହି ଚର୍ଚ୍ଚିତ ବ୍ୟକ୍ତିଙ୍କ ଜନ୍ମଦିନରେ ଅମିତାଭ୍ ବଚ୍ଚନ୍ଙ୍କ ସହ ତାଙ୍କ ସମ୍ପର୍କ ବିଷୟରେ ଏକ କଥା ଆସନ୍ତୁ ଜାଣିବା।
ରାକେଶ୍ ନିଜ କ୍ୟାରିୟର୍ରେ ସର୍ବମୋଟ ୮୪ଟି ପିଲ୍ମରେ କାମ କରିଛନ୍ତି। ଅଭିନୟରେ ସଫଳତା ନମିଳିବାରୁ ସେ ୧୯୮୦ରେ ନିଜର ପ୍ରଡକ୍ସନ୍ କମ୍ପାନୀ ଖୋଲିଥିଲେ। ପ୍ରଡକ୍ସନ୍ ପରେ ସେ ଫିଲ୍ମ ନିର୍ଦ୍ଦେଶନାରେ ମଧ୍ୟ ରୁଚି ଦେଖାଇଥିଲେ। ତାଙ୍କ ନିର୍ଦ୍ଦେଶିତ ପ୍ରଥମ ଫିଲ୍ମ ‘ଖୁଦ୍ଗର୍ଜ’ ବକ୍ସ ଅଫିସ୍ରେ ଧୁମ୍ ମଚାଇଥିଲା। ଏହାପରେ ସେ ‘କିଶନ୍ କହ୍ନୈୟା’, ‘କରଣ-ଅର୍ଜୁନ୍’ ପରି ସୁପରହିଟ୍ ଫିଲ୍ମର ନିର୍ଦ୍ଦେଶନା ଭାର ସମ୍ଭାଳିଥିଲେ।
ରାକେଶ ରୋଶନ୍ ତାଙ୍କ ପୁଅ ରିତିକ୍ଙ୍କୁ ନିଜ ଫିଲ୍ମ‘କହୋ ନା ପ୍ୟାର୍ ହୈ’ରେ ଲଞ୍ଚ୍ କରିଥିଲେ। ଫିଲ୍ମଟି ବକ୍ସ ଅଫିସ୍ରେ ସୁପର୍ ହିଟ୍ ହୋଇଥିଲା। ରିତିକ୍ ରାତାରାତି ଷ୍ଟାର୍ ପାଲଟିଗଲେ। ରାକେଶ ରୋଶନ୍ ପୁଅ ରିତିକ୍ଙ୍କ ପାଇଁ ୨୦୦୪ରେ ଆଉ ଏକ ଫିଲ୍ମ ‘କୋଇ ମିଲ୍ ଗୈୟା’ ବନାଇଥିଲେ, ଯାହା ପୁଣିଥରେ ରାକେଶଙ୍କ ପାଇଁ ଶ୍ରେଷ୍ଠ ଫିଲ୍ମ ଓ ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ 'ଫିଲ୍ମ ଫେୟାର୍' ସମ୍ମାନ ଆଣି ଦେଇଥିଲା। ଆଜି ବି ରିତିକ୍ଙ୍କ କ୍ୟାରିୟର୍ର ଡଙ୍ଗା ଟିକେ ଦୋହଲିଲେ, ପିତା ରାକେଶ ହିଁ ତାକୁ ସମ୍ଭାଳି ନିଅନ୍ତି।