ନଭେମ୍ବରରେ ବି-ଟାଉନ୍‌କୁ ଆସିବ ‘ଫୋର୍ସ-୨’

ମୁମ୍ବାଇ: ଚଳିତ ବର୍ଷ ନଭେମ୍ବର ୧୮ ତାରିଖରେ ଆସିବ ‘ରକ୍କି ହ୍ୟାଣ୍ଡସମ୍‌’ ଷ୍ଟାର ଜନ୍‌ ଆବ୍ରାହାମ୍‌ ଓ ଦବଙ୍ଗ ଗାର୍ଲ ସୋନାକ୍ଷୀଙ୍କ ଅଭିନୀତ ଆକ୍ସନ ଥ୍ରୀଲର ଫିଲ୍ମ ‘ଫୋର୍ସ-୨’। ଫୋର୍ସରେ ଜନ୍‌-ବିଦ୍ୟୁତଙ୍କ ଯୁଗଳବନ୍ଦୀ ଦେଖିବାକୁ ମିଳିଥିବା ବେଳେ ଫୋର୍ସ-୨ରେ ଜନ୍‌-ତାହୀରଙ୍କ ଦମ୍‌ଦାର ଅଭିନୟ ଦେଖିବାକୁ ମିଳିବ। ଏଥିରେ ସୋନାକ୍ଷୀ ଓ ଜନ୍‌ ଦୁହେଁ ‘ର’ ଏଜେଣ୍ଟ ଭାବେ ନଜରକୁ ଆସିବେ। ଏହି ଫିଲ୍ମଟି କେବଳ ଭାରତ ନୁହେଁ ଚୀନ୍‌ ଓ ବୁଦାପେଷ୍ଟରେ ମଧ୍ୟ ସୁଟିଂ କରାଯାଇଛି। ଏଥିରେ […]

force-2

Rakesh Mallick
  • Published: Thursday, 19 May 2016
  • , Updated: 19 May 2016, 04:50 PM IST

ମୁମ୍ବାଇ: ଚଳିତ ବର୍ଷ ନଭେମ୍ବର ୧୮ ତାରିଖରେ ଆସିବ ‘ରକ୍କି ହ୍ୟାଣ୍ଡସମ୍‌’ ଷ୍ଟାର ଜନ୍‌ ଆବ୍ରାହାମ୍‌ ଓ ଦବଙ୍ଗ ଗାର୍ଲ ସୋନାକ୍ଷୀଙ୍କ ଅଭିନୀତ ଆକ୍ସନ ଥ୍ରୀଲର ଫିଲ୍ମ ‘ଫୋର୍ସ-୨’। ଫୋର୍ସରେ ଜନ୍‌-ବିଦ୍ୟୁତଙ୍କ ଯୁଗଳବନ୍ଦୀ ଦେଖିବାକୁ ମିଳିଥିବା ବେଳେ ଫୋର୍ସ-୨ରେ ଜନ୍‌-ତାହୀରଙ୍କ ଦମ୍‌ଦାର ଅଭିନୟ ଦେଖିବାକୁ ମିଳିବ। ଏଥିରେ ସୋନାକ୍ଷୀ ଓ ଜନ୍‌ ଦୁହେଁ ‘ର’ ଏଜେଣ୍ଟ ଭାବେ ନଜରକୁ ଆସିବେ।

ଏହି ଫିଲ୍ମଟି କେବଳ ଭାରତ ନୁହେଁ ଚୀନ୍‌ ଓ ବୁଦାପେଷ୍ଟରେ ମଧ୍ୟ ସୁଟିଂ କରାଯାଇଛି। ଏଥିରେ ଉଭୟ ସୋନାକ୍ଷୀ ଓ ଜନ୍‌ଙ୍କୁ ବହୁ ଷ୍ଟଣ୍ଟ ଓ ଫାଇଟ୍‌ କରୁଥିବାର ଦେଖିବାକୁ ମିଳିବ।

ଏହି ଫିଲ୍ମକୁ ଅଭିନୟ ଦେଓ ନିର୍ଦ୍ଦେଶନା ଦେଇଥିବା ବେଳେ ପ୍ରଯୋଜନା ଦାୟିତ୍ୱରେ ରହିଛନ୍ତି ଭି.ଏ ଶାହ। ଏଥିରେ ରାମ ସମ୍ପଥ୍‌ ମ୍ୟୁଜିକ୍‌ ଦେଇଥିବା ବେଳେ ଷ୍ଟୋରୀ ଲେଖିଛନ୍ତି ରିତେଶ ଶାହ।

Related story