ମିକାଙ୍କ ପରେ ଏବେ ସଲମାନ୍‌ଙ୍କୁ ବି FWICE କରିପାରେ ବ୍ୟାନ୍‌

ମୁମ୍ବାଇ: ଭାରତ-ପାକିସ୍ତାନର ଶତ୍ରୁତା ଗମ୍ଭୀର ସ୍ଥିତିରେ ଥିବାବେଳେ ଗତ ସପ୍ତାହରେ କରାଚି ପାକିସ୍ତାନରେ ବଲିଉଡ ଗାୟକ ମିକା ସିଂ ଏକ ଶୋ’ କରିଥିଲେ। ଏହାପରେ ମିକାଙ୍କୁ ଅଲ୍‌ ଇଣ୍ଡିଆ ସିନେ ୱାର୍କର୍ସ ଆସୋସିଏଶନ୍ (AICWA) ଏବଂ ଫେଡେରେସନ ଅଫ ୱେଷ୍ଟର୍ଣ୍ଣ ଇଣ୍ଡିଆ ସିନେ ଏମ୍ପ୍ଲଇଜ୍‌ (FWICE) ବ୍ୟାନ୍‌ କରିଦେଇଛନ୍ତି। ଅବଶ୍ୟ ମିକା ନିଜର ଭୁଲ ପାଇଁ ପଶ୍ଚାତାପ କରିଛନ୍ତି ଓ କ୍ଷମାପ୍ରାର୍ଥନା ମଧ୍ୟ କରିଛନ୍ତି। ବର୍ତ୍ତମାନ ଖବର ଆସୁଛି ଯେ ସଲମାନ୍ ଖାନ୍‌ଙ୍କ ଉପରେ ମଧ୍ୟ ବ୍ୟାନ୍‌ […]

salman

salman

Chinmayee Roy
  • Published: Tuesday, 20 August 2019
  • Updated: 20 August 2019, 05:15 PM IST

Sports

Latest News

ମୁମ୍ବାଇ: ଭାରତ-ପାକିସ୍ତାନର ଶତ୍ରୁତା ଗମ୍ଭୀର ସ୍ଥିତିରେ ଥିବାବେଳେ ଗତ ସପ୍ତାହରେ କରାଚି ପାକିସ୍ତାନରେ ବଲିଉଡ ଗାୟକ ମିକା ସିଂ ଏକ ଶୋ’ କରିଥିଲେ। ଏହାପରେ ମିକାଙ୍କୁ ଅଲ୍‌ ଇଣ୍ଡିଆ ସିନେ ୱାର୍କର୍ସ ଆସୋସିଏଶନ୍ (AICWA) ଏବଂ ଫେଡେରେସନ ଅଫ ୱେଷ୍ଟର୍ଣ୍ଣ ଇଣ୍ଡିଆ ସିନେ ଏମ୍ପ୍ଲଇଜ୍‌ (FWICE) ବ୍ୟାନ୍‌ କରିଦେଇଛନ୍ତି। ଅବଶ୍ୟ ମିକା ନିଜର ଭୁଲ ପାଇଁ ପଶ୍ଚାତାପ କରିଛନ୍ତି ଓ କ୍ଷମାପ୍ରାର୍ଥନା ମଧ୍ୟ କରିଛନ୍ତି।

ବର୍ତ୍ତମାନ ଖବର ଆସୁଛି ଯେ ସଲମାନ୍ ଖାନ୍‌ଙ୍କ ଉପରେ ମଧ୍ୟ ବ୍ୟାନ୍‌ ଲଗାଯାଇ ପାରେ। କମିଟିର ନିଷ୍ପତ୍ତି ଅନୁଯାୟୀ ଯଦି କୌଣସି ବି ସେଲେବ୍ରିଟି ମିକାଙ୍କ ସହ କାମ କରିବେ ତେବେ ତାଙ୍କୁ ମଧ୍ୟ ବ୍ୟାନ୍‌ କରାଯିବ। ଏହା ସତ୍ତ୍ୱେ ସଲମାନ ଆସନ୍ତା ସପ୍ତାହରେ ମିକାଙ୍କ ସହ ଆମେରିକାରେ ଏକ ପ୍ରୋଗ୍ରାମ କରିବାକୁ ଯାଉଛନ୍ତି। ଏହା ଆମେରିକାର ଭିନ୍ନ ଭିନ୍ନ ସହରରେ ଆୟୋଜିତ ହେବ। ଏହି ପ୍ରୋଗ୍ରାମର ନାଁ ରହିଛି, ‘ଅପ, କ୍ଲୋଜ ଆଣ୍ଡ ପର୍ସନଲ ୱିଥ୍‌ ସଲମାନ ଖାନ୍‌'।  ସୋହେଲ ଖାନ୍‌ଙ୍କ ଇଭେଣ୍ଟ କମ୍ପାନୀ ଜର୍ଡି ପଟେଲଙ୍କ ସହ ମିଶି ଏହି ପ୍ରୋଗ୍ରାମର ଆୟୋଜନ କରୁଛି। ତେବେ ସୂଚନା ଅନୁଯାୟୀ ମିକା ସିଂହ ଅଗଷ୍ଟ ୨୮ରେ ହୋଷ୍ଟନରେ ହେବାକୁ ଥିବା ପ୍ରୋଗ୍ରାମରେ ସାମିଲ ହେବେ।

ଘଟଣା ସମ୍ପର୍କରେ ଆୟୋଜକ ଜର୍ଡି ପଟେଲଙ୍କୁ ପଚରାଯିବାରୁ ସେ କହିଛନ୍ତି, କିଛି ଲୋକାଲ୍ ପ୍ରମୋଟର ମିକାଙ୍କୁ ନିମନ୍ତ୍ରଣ କରିଛନ୍ତି। ସଲମାନଙ୍କର ମିକାଙ୍କ ସହ କୌଣସି କାର୍ଯ୍ୟକ୍ରମ ମଧ୍ୟ କରିବାର ନାହିଁ। ଏପରିକି ସଲମାନ ମିକାଙ୍କ ସହ ମଞ୍ଚରେ ମଧ୍ୟ ରହିବେ ନାହିଁ।

ଏ ସମ୍ପର୍କରେ FWICEର ସଦସ୍ୟ ଅଶୋକ ଦୁବେ କହିଛନ୍ତି ଯେ ଯଦି ମିକାଙ୍କ ସହ ଇଣ୍ଡଷ୍ଟ୍ରିର କେହି ବି ବ୍ୟକ୍ତି କାମ କରନ୍ତି ତେବେ ତାଙ୍କୁ ବ୍ୟାନ୍‌ କରିଦିଆଯିବ। ଏହା ଅଭିନେତା, ନିର୍ଦ୍ଦେଶକ, ଟେକ୍ନିସିଆନ ଓ ସ୍ପଟବୟଙ୍କ କ୍ଷେତ୍ରରେ ଲାଗୁ ହେବ। ତେଣୁ ଯଦି ସଲମାନ ମିକାଙ୍କ ସହ କାମ କରନ୍ତି, ତେବେ ତାଙ୍କୁ ମଧ୍ୟ ବ୍ୟାନ୍‌ କରିଦିଆଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos