୨ ମାସ ପରେ ସୋଶାଲ ମିଡିଆକୁ ଫେରିଲେ ଗୌରୀ, କିଙ୍ଗ ଖାନଙ୍କୁ ଅପେକ୍ଷା

ମୁମ୍ବାଇ: ପୁଅ ଆର୍ଯ୍ୟନ ଖାନ ଜେଲ୍‌ ଯିବା ପରଠୁ ଉଭୟ ଶାହରୁଖ ଓ ଗୌରୀ ଖାନଙ୍କୁ ଲାଗିଥିଲା ଶକ୍ତ ଧକ୍କା। ଏପରିକି ଉଭୟ ଲାଇମ୍‌ଲାଇଟରୁ ଦୂରେଇ ଯାଇଥିବା ବେଳେ ସୋଶାଲ ମିଡିଆରେ ବି  କୌଣସି ପୋଷ୍ଟ କରୁ ନ ଥିଲେ। ଇତି ମଧ୍ୟରେ ୨ ମାସରୁ ଅଧିକ ସମୟ ବିତି ସାରିଲାଣି। ପୁଅ ଜେଲ୍‌ରୁ ବାହାରି ସାରିଥିବା ବେଳେ ଧିରେ ଧିରେ ପରିବାର ଉପରୁ ଦୂରେଇବାକୁ ଲାଗିଲାଣି କଳା ବାଦଲ । ସବୁ କିଛି ନର୍ମାଲ ହେବା […]

saharukha-&-gouri-khan

Niharika Rout
  • Published: Thursday, 16 December 2021
  • , Updated: 16 December 2021, 10:58 AM IST

ମୁମ୍ବାଇ: ପୁଅ ଆର୍ଯ୍ୟନ ଖାନ ଜେଲ୍‌ ଯିବା ପରଠୁ ଉଭୟ ଶାହରୁଖ ଓ ଗୌରୀ ଖାନଙ୍କୁ ଲାଗିଥିଲା ଶକ୍ତ ଧକ୍କା। ଏପରିକି ଉଭୟ ଲାଇମ୍‌ଲାଇଟରୁ ଦୂରେଇ ଯାଇଥିବା ବେଳେ ସୋଶାଲ ମିଡିଆରେ ବି  କୌଣସି ପୋଷ୍ଟ କରୁ ନ ଥିଲେ। ଇତି ମଧ୍ୟରେ ୨ ମାସରୁ ଅଧିକ ସମୟ ବିତି ସାରିଲାଣି। ପୁଅ ଜେଲ୍‌ରୁ ବାହାରି ସାରିଥିବା ବେଳେ ଧିରେ ଧିରେ ପରିବାର ଉପରୁ ଦୂରେଇବାକୁ ଲାଗିଲାଣି କଳା ବାଦଲ ।

ସବୁ କିଛି ନର୍ମାଲ ହେବା ପରେ ମା’ ଗୌରୀ ଖାନ କାମକୁ ଫେରିଥିବା ବେଳେ ଏହାର ଏକ ଭିଡିଓ ସୋଶାଲ ମିଡିଆରେ ପୋଷ୍ଟ କରିଛନ୍ତି। ହେଲେ ଏ ଯାଏ ପବ୍ଲିକ ପ୍ଲେସରେ କିଙ୍ଗ ଖାନଙ୍କୁ ଦେଖିବାକୁ ମିଳି ନ ଥିବା ବେଳେ ସୋଶାଲ ମିଡିଆକୁ ବି ଫେରି ନାହାନ୍ତି। ଯାହାକୁ ନେଇ ତାଙ୍କ ଫ୍ୟାନ୍ସଙ୍କ ଚିନ୍ତା ବଢ଼ି ଯାଇଛି।

ଗୌରୀ ଖାନ ଅକ୍ଟୋବର ୧ ତାରିଖରେ ନିଜ ଶେଷ ପୋଷ୍ଟ କରିଥିଲେ। ଏହାପରେ ପୁଅ ଗିରଫ ହେବା ପରଠୁ ସେ ଏକ ପ୍ରକାର ସୋଶାଲ ମିଡିଆରୁ ଦୂରେଇ ଯାଇଥିଲେ। ଆର୍ଯ୍ୟନ ଜେଲ୍‌ରୁ ଫେରିବା ପରେ ଗୌରୀ ନିଜ କାମକୁ ଫେରିଛନ୍ତି।

ଗୌରୀ ଜଣେ ଇଣ୍ଟେରିଅର ଡିଜାଇନର ହୋଇଥିବା ବେଳେ ଏବେ ସେ ଫୁଲ୍‌ ଦମ୍‌ରେ କାମରେ ଲାଗି ପଡ଼ିଛନ୍ତି।  ଗୌରୀ  ହାଇଦ୍ରାବାଦ ଯାଇଥିବା ବେଳେ ଏହାର ଏକ ଭିଡିଓ ସୋଶାଲ ମିଡିଆରେ ପୋଷ୍ଟ କରିଛନ୍ତି। ସୋଶାଲ ମିଡିଆରେ ସେ ନିଜ ନୂଆ କଲେକସନ୍‌ ସମ୍ପର୍କରେ ଫ୍ୟାନ୍ସଙ୍କୁ ଅବଗତ କରାଇଛନ୍ତି।

ଗୌରୀଙ୍କ ପୋଷ୍ଟ ଉପରେ ଫ୍ୟାନ୍ସ କମେଣ୍ଟ କରୁଛନ୍ତି। ଜଣେ ଫ୍ୟାନ କମେଣ୍ଟ କରି ଆପଣ ସୋଶାଲ ମିଡିଆକୁ ଫେରିଥିବାରୁ ବହୁତ ବହୁତ ଶୁଭେଚ୍ଛା ବୋଲି କହିଛନ୍ତି। ଏଥିସହ ଶାହରୁଖଙ୍କ ଫ୍ୟାନ୍ସ ଅନାଇ ବସିଥିବାରୁ ସେ ବି ଖୁବ୍‌ ଶୀଘ୍ର ସୋଶାଲ ମିଡିଆକୁ ଫେରନ୍ତୁ ବୋଲି କହିଛନ୍ତି।

ଗିରଫ ହୋଇ ୨୬ ଦିନ ଜେଲ୍‌ରେ ରହିବା ପରେ ଅକ୍ଟୋବର ୨୮ରେ ଆର୍ଯ୍ୟନ୍‌ଙ୍କ ଜାମିନ ମିଳିଥିଲା। ବମ୍ବେ ହାଇକୋର୍ଟ ତାଙ୍କୁ ୧୪ଟି ସର୍ତ୍ତ ଅନୁଯାୟୀ ଜାମିନ ପ୍ରଦାନ କରିଥିଲେ। ସେଥିମଧ୍ୟରୁ ଏନ୍‌ସିବି ଅଫିସରେ ପ୍ରତି ଶୁକ୍ରବାର ହାଜିରା ପକାଇବା ସର୍ତ୍ତ ସାମିଲ ଥିଲା। ପ୍ରତି ଶୁକ୍ରବାର ତାଙ୍କୁ ୧୧ଟାରୁ ୨ଟା ଭିତରେ ଏନ୍‌ସିବି ଅଫିସରେ ହାଜର ହେବାକୁ ନିର୍ଦ୍ଦେଶ ଦିଆ ଯାଇଥିଲା। ହେଲେ ଏବେ ସେହି କଟକଣାକୁ ବି କୋହଳ କରି ଦିଆଯାଇଛି।

ନିକଟରେ ଜାମିନ ସର୍ତ୍ତାବଳୀରେ ସଂଶୋଧନ କରିବାକୁ ନେଇ ଆର୍ଯ୍ୟନ୍‌ ବମ୍ବେ ହାଇକୋର୍ଟରେ ଆବେଦନ କରିଥିଲେ। ଆବେଦନ ଅନୁଯାୟୀ, ପ୍ରତ୍ୟେକ ଶୁକ୍ରବାର ଏନସିବି କାର୍ଯ୍ୟାଳୟରେ ହାଜିରା ହଟାଇବାକୁ ଅନୁରୋଧ କରାଯାଇଥିଲା। ଏହାପରେ ବମ୍ବେ ହାଇକୋର୍ଟରୁ ଆର୍ଯ୍ୟନ୍‌ ଖାନଙ୍କୁ ମିଳିଛି ବଡ ଆଶ୍ୱସ୍ତି।

ପ୍ରତି ଶୁକ୍ରବାର ଆଉ ତାଙ୍କୁ ଏନ୍‌ସିବି ଅଫିସରେ ହାଜିରା ଦେବାକୁ ପଡିବ ନାହିଁ ବୋଲି କହିଛନ୍ତି ହାଇକୋର୍ଟ। ଏନ୍‌ସିବି ଯେତେବେଳେ ଡାକିବ ସେ ତାଙ୍କ ଆଗରେ ହାଜର ହେବେ। କିନ୍ତୁ ଆର୍ଯ୍ୟନ୍‌ଙ୍କୁ ସମନ ପଠାଇବାର ୭୨ ଘଣ୍ଟା ପୂର୍ବରୁ ଏନ୍‌ସିବି ତାଙ୍କୁ ନୋଟିସ୍‌ ଦେବାକୁ ପଡିବ।  ଅନ୍ୟପକ୍ଷରେ, ଆର୍ଯ୍ୟନ ଖାନଙ୍କୁ ସହର ବାହାରେ ଅନ୍ୟ କୌଣସି ସ୍ଥାନକୁ ଯିବା ପୂର୍ବରୁ ଏନସିବିକୁ ଜଣାଇବାକୁ ପଡିବ ବୋଲି କହିଛନ୍ତି କୋର୍ଟ। ଏହି ନିଷ୍ପତ୍ତି ପରେ ଏବେ ଆର୍ଯ୍ୟନ୍‌ଙ୍କୁ ବଡ ଆଶ୍ୱସ୍ତି ମିଳିଛି।

Related story