ପରଲୋକରେ ଲୋକପ୍ରିୟ ହଲିଉଡ୍ ଗାୟକ ମ୍ୟାଲକମ୍ ଜନ୍‌ ରେବନେକ

ଓଡ଼ିଶା ରିପୋର୍ଟର: ନିଜ ଗୀତରେ ଲକ୍ଷ ଲକ୍ଷ ଲୋକଙ୍କ ହୃଦୟ ଜିତିଥିବା ଲୋକପ୍ରିୟ ହଲିଉଡ୍ ଗାୟକ ମ୍ୟାଲକମ୍ ଜନ୍‌ ରେବନେକଙ୍କର ୭୭ ବର୍ଷ ବୟସରେ ମୃତ୍ୟୁ ହୋଇଛି। ସେ ଡକ୍ଟର ଜନ୍‌ ନାମରେ ଜଣାଶୁଣା। ତାଙ୍କୁ ୬ଥର ଗ୍ରାମୀ ସମ୍ମାନରେ ସମ୍ମାନିତ କରାଯାଇଛି। ମ୍ୟାଲକମ୍‌ ଜନ୍‌ଙ୍କର ମୃତ୍ୟୁର ଖବର ତାଙ୍କ ପରିବାର ଲୋକେ ଟ୍ୱିଟର ଜରିଆରେ ଦେଇଛନ୍ତି। ତାଙ୍କ ପରିବାରବର୍ଗଙ୍କ କହିବା ଅନୁୟାୟୀ ଗତ ୬ ତାରିଖରେ ହୃଦ୍‌ଘାତରେ ତାଙ୍କର ମୃତ୍ୟୁ ହୋଇଛି। ମ୍ୟାଲକମ୍‌ ଜନ୍‌ ନିଜ […]

malcum-jhon

Chinmayee Roy
  • Published: Saturday, 08 June 2019
  • , Updated: 08 June 2019, 02:01 PM IST

ଓଡ଼ିଶା ରିପୋର୍ଟର: ନିଜ ଗୀତରେ ଲକ୍ଷ ଲକ୍ଷ ଲୋକଙ୍କ ହୃଦୟ ଜିତିଥିବା ଲୋକପ୍ରିୟ ହଲିଉଡ୍ ଗାୟକ ମ୍ୟାଲକମ୍ ଜନ୍‌ ରେବନେକଙ୍କର ୭୭ ବର୍ଷ ବୟସରେ ମୃତ୍ୟୁ ହୋଇଛି। ସେ ଡକ୍ଟର ଜନ୍‌ ନାମରେ ଜଣାଶୁଣା। ତାଙ୍କୁ ୬ଥର ଗ୍ରାମୀ ସମ୍ମାନରେ ସମ୍ମାନିତ କରାଯାଇଛି।

ମ୍ୟାଲକମ୍‌ ଜନ୍‌ଙ୍କର ମୃତ୍ୟୁର ଖବର ତାଙ୍କ ପରିବାର ଲୋକେ ଟ୍ୱିଟର ଜରିଆରେ ଦେଇଛନ୍ତି। ତାଙ୍କ ପରିବାରବର୍ଗଙ୍କ କହିବା ଅନୁୟାୟୀ ଗତ ୬ ତାରିଖରେ ହୃଦ୍‌ଘାତରେ ତାଙ୍କର ମୃତ୍ୟୁ ହୋଇଛି। ମ୍ୟାଲକମ୍‌ ଜନ୍‌ ନିଜ କ୍ୟାରିୟର ଏକ ପିୟାନୋ ବାଦକ ଭାବେ ଆରମ୍ଭ କରିଥିଲେ। ଏହାପରେ ୧୯୬୮ରେ ତାଙ୍କର ପ୍ରଥମ ଆଲବମ ରିଲିଜ୍ ହୋଇଥିଲା।

https://twitter.com/the_60s_at_50/status/1136773880352247808

ନିଜ ପ୍ରଥମ ଆଲବମ୍‌ରୁ ହିଁ ମ୍ୟାଲକମ୍‌ ଜନ୍‌ ରେବନେକ୍‌ ଚର୍ଚ୍ଚାରେ ରହିଥିଲେ। ଏହାପରେ ସେ ଅନେକ ଫିଲ୍ମରେ ନିଜର ସଂଗୀତ ଦେଇଥିଲେ। ୧୯୮୯ରେ ତାଙ୍କୁ ପ୍ରଥମ ଥର ଗ୍ରାମୀ ଆୱାର୍ଡ଼ରେ ସମ୍ମାନୀତ କରାଯାଇଥିଲା। ଏହାପରେ ତାଙ୍କୁ ୧୯୯୨, ୧୯୯୬, ୨୦୦୦, ୨୦୦୮ ଓ ୨୦୧୩ରେ ମଧ୍ୟ ଏହି ସମ୍ମାନ ମିଳିଥିଲା। ମ୍ୟାଲକମ୍‌ ଜନ୍‌ ରେବନେକ୍ Top Chef’, ‘The Last Waltz’ ‘Blues Brothers 2000’ ପରି ଅନେକ ଫିଲ୍ମରେ କାମ କରିଛନ୍ତି।

 

Related story