୧୦୦ କୋଟି କ୍ଲବରେ ସାମିଲ ହେଲା 'ଗଲି ବୟ'

ମୁମ୍ବାଇ: ରଣବୀର ସିଂହ ଓ ଆଲିଆ ଭଟ୍ଟଙ୍କ ଅଭିନୀତ ଫିଲ୍ମ ‘ଗଲିବୟ’ ବକ୍ସ ଅଫିସ୍‌ରେ ଧମାକେଦାର ପ୍ରଦର୍ଶନ କରୁଛି। ଜୋୟା ଅଖତରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ରିଲିଜ ହେବାର ପ୍ରଥମ ୩ ଦିନରେ ପ୍ରାୟ ୫୦ କୋଟି ଟଙ୍କା ଆୟ କରିସାରିଥିଲା। ଆଉ ଏବେ ଏହା ୧୦୦ କୋଟି କ୍ଲବରେ ସାମିଲ ହୋଇସାରିଛି। ଏବେ ଯାଏ ଗଲିବୟ ମୋଟ୍‌ ୧୧୧ କୋଟି ଟଙ୍କା ଆଦାୟ କରିସାରିଲାଣି। ପାଖାପାଖି ୭୦ କୋଟି ବଜେଟ୍‌ରେ ତିଆରି ହୋଇଥିବା ଏହି ଫିଲ୍ମ, […]

gully-boy

Chinmayee Roy
  • Published: Sunday, 24 February 2019
  • , Updated: 24 February 2019, 05:44 PM IST

ମୁମ୍ବାଇ: ରଣବୀର ସିଂହ ଓ ଆଲିଆ ଭଟ୍ଟଙ୍କ ଅଭିନୀତ ଫିଲ୍ମ ‘ଗଲିବୟ’ ବକ୍ସ ଅଫିସ୍‌ରେ ଧମାକେଦାର ପ୍ରଦର୍ଶନ କରୁଛି। ଜୋୟା ଅଖତରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ରିଲିଜ ହେବାର ପ୍ରଥମ ୩ ଦିନରେ ପ୍ରାୟ ୫୦ କୋଟି ଟଙ୍କା ଆୟ କରିସାରିଥିଲା। ଆଉ ଏବେ ଏହା ୧୦୦ କୋଟି କ୍ଲବରେ ସାମିଲ ହୋଇସାରିଛି।

ଏବେ ଯାଏ ଗଲିବୟ ମୋଟ୍‌ ୧୧୧ କୋଟି ଟଙ୍କା ଆଦାୟ କରିସାରିଲାଣି। ପାଖାପାଖି ୭୦ କୋଟି ବଜେଟ୍‌ରେ ତିଆରି ହୋଇଥିବା ଏହି ଫିଲ୍ମ, ୫ ଦିନ ସୁଦ୍ଧା ୭୫ କୋଟି, ୮ ଦିନରେ ୧୦୦ କୋଟି ଓ ୧୧ ଦିନରେ ଏହା ୧୧୧ କୋଟି ୨୫ ଲକ୍ଷ ଟଙ୍କା ଆୟ କରିସାରିଲାଣି। ଫିଲ୍ମଟିକୁ ଚାରିଆଡ଼ୁ ଅନେକ ପ୍ରଶଂସା ମିଳୁଛି। ଜୋୟା ଅଖତାରଙ୍କ ନିର୍ଦ୍ଦେଶିତ ଏହି ସିନେମାରେ ରଣବୀର ସିଂହଙ୍କୁ ଦେଖିବାକୁ ମିଳିଛି ଭିନ୍ନ ଏକ ଅନ୍ଦାଜରେ। ଜଣେ ଷ୍ଟ୍ରିଟ୍ ରାପର ଭାବେ ନଜର ଆସିଛନ୍ତି ରଣବୀର।

https://twitter.com/taran_adarsh/status/1099563537205100546

https://twitter.com/taran_adarsh/status/1098861989948882944

ଏଥିରେ ରଣବୀରଙ୍କ ବିପକ୍ଷରେ ଅଭିନୟ କରିଛନ୍ତି ଆଲିୟା ଭଟ୍ଟ। ସିନେମାର ଅନେକଗୁଡ଼ିଏ ଗୀତ ରଣବୀର ନିଜ ଭଏସ୍‌ରେ ରେକର୍ଡ କରିଛନ୍ତିା ସବୁଥରର ଆକ୍ସନ ସିନେମାରୁ ହଟକେ ରହିଛି ଏହି ସିନେମା। ରଣବୀରଙ୍କ ରାପ୍ ଷ୍ଟାଇଲକୁ ଦର୍ଶକ ଟ୍ରେଲରରେ ଖୁବ୍ ପସନ୍ଦ କରିଥିଲେ। ଏହାସହ ପ୍ରଥମ ଥର ପାଇଁ ଆଲିଆ ଏବଂ ରଣବୀର ସିଂହ ସ୍କ୍ରିନ୍ ସେୟାର କରିଛନ୍ତି।

https://youtu.be/JfbxcD6biOk

Related story