୫୪ ବର୍ଷରେ ବର ସାଜିଲେ ହଂସଲ, ୧୭ ବର୍ଷର ଲିଭ-ଇନ୍‌ ପାର୍ଟନରଙ୍କୁ କଲେ ଜୀବନସାଥୀ

ମୁମ୍ବାଇ: ଏବେ ବଲିଉଡରେ ଆରମ୍ଭ ହୋଇଗଲାଣି ୪୦ ବର୍ଷ ପରେ ବିବାହ ଟ୍ରେଣ୍ଡ। କିଛି ଦିନ ପୂର୍ବେ ପପୁଲାର ସିଙ୍ଗର କନିକା କପୁର ନିଜ ଲଙ୍ଗ ଟାଇମ୍‌ ବୟଫ୍ରେଣ୍ଡ ଗୌତମଙ୍କୁ ଦ୍ୱିତୀୟ ବିବାହ କରିଥିଲେ ।  ଏବେ ପଡ଼ିଛି ପପୁଲାର ପ୍ରଡ୍ୟୁସର ହଂସଲ ମେହେଟାଙ୍କ ପାଳି । ୫୪ ବର୍ଷୀୟ ହଂସଲ ମେହେଟା ନିଜ ଲଙ୍ଗ ଟାଇମ୍‌ ଗାର୍ଲଫ୍ରଣ୍ଡ, ତଥା ୧୭ ବର୍ଷର ଲିଭ-ଇନ୍‌ ପାର୍ଟନର ସଫିନା ହୁସେନଙ୍କ ହାତ ଧରିଛନ୍ତି। ଉଭୟ ହଂସଲ ଓ ସଫିନା […]

Hansal Mehta

Hansal Mehta

Niharika Rout
  • Published: Wednesday, 25 May 2022
  • Updated: 25 May 2022, 02:35 PM IST

Sports

Latest News

ମୁମ୍ବାଇ: ଏବେ ବଲିଉଡରେ ଆରମ୍ଭ ହୋଇଗଲାଣି ୪୦ ବର୍ଷ ପରେ ବିବାହ ଟ୍ରେଣ୍ଡ। କିଛି ଦିନ ପୂର୍ବେ ପପୁଲାର ସିଙ୍ଗର କନିକା କପୁର ନିଜ ଲଙ୍ଗ ଟାଇମ୍‌ ବୟଫ୍ରେଣ୍ଡ ଗୌତମଙ୍କୁ ଦ୍ୱିତୀୟ ବିବାହ କରିଥିଲେ ।  ଏବେ ପଡ଼ିଛି ପପୁଲାର ପ୍ରଡ୍ୟୁସର ହଂସଲ ମେହେଟାଙ୍କ ପାଳି । ୫୪ ବର୍ଷୀୟ ହଂସଲ ମେହେଟା ନିଜ ଲଙ୍ଗ ଟାଇମ୍‌ ଗାର୍ଲଫ୍ରଣ୍ଡ, ତଥା ୧୭ ବର୍ଷର ଲିଭ-ଇନ୍‌ ପାର୍ଟନର ସଫିନା ହୁସେନଙ୍କ ହାତ ଧରିଛନ୍ତି। ଉଭୟ ହଂସଲ ଓ ସଫିନା ନିଜ ଜୀବନର ନୂଆ ଇନିଙ୍ଗ୍ସ ଆରମ୍ଭ କରିଛନ୍ତି।

ଯୁକ୍ତରାଷ୍ଟ୍ର ଆମେରିକାରେ ହଂସଲ ଓ ସଫିନା ପରସ୍ପରକୁ ବରଣମାଳା ପିନ୍ଧାଇଥିବା ବେଳେ ନିଜ ଜୀବନର ଏହି ଖାସ୍‌ ସମୟର ଫଟୋ ସୋଶାଲ ମିଡିଆରେ ଶେଆର କରିଛନ୍ତି ମେହେଟା । ଏହି ଫଟୋ ପୋଷ୍ଟ ପରେ ମେହେଟା ଦମ୍ପତିଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି।  ହଂସଲ ଓ ସଫିନା ୧୭ ବର୍ଷ ହେଲାଣି ଲିଭ୍‌-ଇନ୍‌ରେ ରହୁଥିବା  ବେଳେ ଉଭୟ ୨ କନ୍ୟା ସନ୍ତାନର ପିତାମାତା। ହେଲେ  ଆଜି ଉଭୟ  ଅଫିସିଆଲି ପତିପତ୍ନୀ ହୋଇଯାଇଛନ୍ତି।

[caption id="attachment_736703" align="aligncenter" width="650"]Hansal Mehta ପତ୍ନୀଙ୍କ ସହ ହଂସଲ ମେହେଟା ।[/caption]

ନିଜ ବିବାହ ବେଳର ଫଟୋ ପୋଷ୍ଟ କରି ବେଶ୍‌ ଭାବୁକ ହୋଇ ପଡ଼ିଲେ ହଂସଲମେହେଟା । ଏଥିସହ କ୍ୟାପସନରେ ଲେଖିଛନ୍ତି, ଦୀର୍ଘ ୧୭ ବର୍ଷ ମଧ୍ୟରେ ୨ ଛୁଆ ବଡ଼ ହେବା ପରେ ନିଜ ସ୍ୱପ୍ନକୁ ବାସ୍ତବ ରୂପ ଦେବାକୁ ଆମେ ଦୁହେଁ ଏପରି ନିଷ୍ପତ୍ତି ନେଲୁ। ଏହା ଅଚାନକ ଘଟିଥିବା ବେଳେ ଆମ ପ୍ରେମ କିନ୍ତୁ ସତ ଥିଲା। ଶେଷରେ ପ୍ରେମ ସମସ୍ତଙ୍କ ଉପରେ ନିଜ ଯାଦୁ ଚଳାଇ ଦେଇଥାଏ ବୋଲି ଲେଖିଛନ୍ତି ମେହେଟା ।

ନିଜ ସ୍ପେଶାଲ ଡେ’ରେ ହଂସଲ ମେହେଟା ବ୍ରାଉନ କଲରର ବ୍ଲେଜର ଓ ହ୍ୱାଇଟ କଲର ଟି-ସାର୍ଟରେ ନଜର ଆସିଥିବା ବେଳେ ତାଙ୍କ ବେଗମ୍‌ ସଫିନା ପିଙ୍କ କଲରର ସାଲୱାର ସୁଟ୍‌ ପିନ୍ଧିଥିଲେ।

ହଂସଲ ମେହେଟା ସଫିନାଙ୍କ ପୂର୍ବରୁ ସୁନୀତା ମେହେଟାଙ୍କୁ ବିବାହ କରିଥିବା ବେଳେ ତାଙ୍କର ୨  ପୁଅ ଅଛନ୍ତି । ସୁନୀତାଙ୍କୁ ଛାଡ଼ିବା ପରେ ସଫିନା ହଂସଲଙ୍କ ଜୀବନରେ ଏଣ୍ଟ୍ରି କରିଥିଲେ। ଦୀର୍ଘ ୧୭ ବର୍ଷ ଉଭୟ ଲିଭ-ଇନ୍‌ରେ ରହିଥିବା ବେଳେ ଉଭୟଙ୍କର ୨ ଝିଅ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos