ହାପି ବାର୍ଥ ଡେ’ ଲତା ଜୀ

ମୁମ୍ବାଇ: ଆଜି ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ୮୬ ତମ ଜନ୍ମ ଦିନ। ବଲିଉଡଠାରୁ ଆରମ୍ଭ କରି ସାରା ବିଶ୍ୱରୁ ତାଙ୍କ ପାଖକୁ ଆସିଛି ଜନ୍ମଦିନର ଶୁଭେଚ୍ଛା। ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ମହାରାଷ୍ଟ୍ରରେ ଲତା ଜୀଙ୍କୁ ଶୁଭେଚ୍ଛା ଜଣାଇ ଏକ ବାଲୁକା କଳା ପ୍ରଦର୍ଶନ କରିଛନ୍ତି। ପୂର୍ବରୁ ଲତାଜୀ ତାଙ୍କ ଜନ୍ମ ଦିନକୁ ନେଇ ସୋସିଆଲ ମିଡିଆରେ ଟ୍ୱିଟ୍‌ କରିଥିଲେ। ତାଙ୍କ ଜନ୍ମଦିନରେ ତାଙ୍କ ପାଖକୁ ଉପହାର ନ ପଠାଇ ଭାରତର ସହିଦ ଯବାନଙ୍କ ପାଇଁ […]

lata

Rakesh Mallick
  • Published: Wednesday, 28 September 2016
  • , Updated: 28 September 2016, 10:27 AM IST

ମୁମ୍ବାଇ: ଆଜି ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ୮୬ ତମ ଜନ୍ମ ଦିନ। ବଲିଉଡଠାରୁ ଆରମ୍ଭ କରି ସାରା ବିଶ୍ୱରୁ ତାଙ୍କ ପାଖକୁ ଆସିଛି ଜନ୍ମଦିନର ଶୁଭେଚ୍ଛା। ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ମହାରାଷ୍ଟ୍ରରେ ଲତା ଜୀଙ୍କୁ ଶୁଭେଚ୍ଛା ଜଣାଇ ଏକ ବାଲୁକା କଳା ପ୍ରଦର୍ଶନ କରିଛନ୍ତି।

ପୂର୍ବରୁ ଲତାଜୀ ତାଙ୍କ ଜନ୍ମ ଦିନକୁ ନେଇ ସୋସିଆଲ ମିଡିଆରେ ଟ୍ୱିଟ୍‌ କରିଥିଲେ। ତାଙ୍କ ଜନ୍ମଦିନରେ ତାଙ୍କ ପାଖକୁ ଉପହାର ନ ପଠାଇ ଭାରତର ସହିଦ ଯବାନଙ୍କ ପାଇଁ ‘ଆର୍ମୀ ୱେଲଫେୟାର ଫଣ୍ଡ ବ୍ୟାଟଲ କାଜୁଏଲଟିଜ’ରେ କିଛି ଅର୍ଥ ରାଶି ପ୍ରଦାନ କରିବାକୁ ଅନୁରୋଧ କରିଥିଲେ। ସେ କହିଥିଲେ,“ମୁଁ ସହିଦ ଯବାନଙ୍କ ପାଇଁ କିଛି ଅର୍ଥ ପ୍ରଦାନ କରିଛି, ଆପଣମାନେ ମଧ୍ୟ ପ୍ରଦାନ କରନ୍ତୁ।”

Related story