ହାପିବାର୍ଥ ଡେ’ ଶବାନା ଆଜମି

ମୁମ୍ୱାଇ: ଶହେରୁ ଅଧିକ ବଲିଉଡ୍ ଫିଲ୍ମରେ ଅଭିନୟ କରିଥିବା ଅଭିନେତ୍ରୀ ଶବାନା ଆଜମିଙ୍କ ଆଜି ୬୪ ବର୍ଷରେ ପାଦ ଥାପିଛନ୍ତି। ୧୮ ସେପ୍ଟେମ୍ୱର ୧୯୫୦ରେ ହାଇଦ୍ରାବାଦରେ ଜନ୍ମଗ୍ରହଣ କରିଥିଲେ ସାବନା ଆଜମି। ତାଙ୍କ ପିତା କାଫି ଆଜମି ଜଣେ ପ୍ରସଦ୍ଧ କବି ଥିଲେ। ମା’ ସୋକତ ଆଜମି ସେହି ସମୟରେ ଜଣେ ଥିଏଟର  କଳାକାର ଥିଲେ। ଶବାନା ଏବଂ ସୁପରଷ୍ଟାର ରାଜେଶ୍ ଖାନଙ୍କ ଅନସ୍କ୍ରିନ୍ କେମେଷ୍ଟ୍ରୀକୁ ଦର୍ଶକ ବେଶ୍ ପସନ୍ଦ କରିଥିଲେ। ବଲିଉଡଙ୍କୁ ଏମାନେ ୭ଟି ସୁପରହିଟ୍ […]

sabana

sabana

Rakesh Mallick
  • Published: Friday, 18 September 2015
  • Updated: 18 September 2015, 02:32 PM IST

Sports

Latest News

shabana-azmiମୁମ୍ୱାଇ: ଶହେରୁ ଅଧିକ ବଲିଉଡ୍ ଫିଲ୍ମରେ ଅଭିନୟ କରିଥିବା ଅଭିନେତ୍ରୀ ଶବାନା ଆଜମିଙ୍କ ଆଜି ୬୪ ବର୍ଷରେ ପାଦ ଥାପିଛନ୍ତି। ୧୮ ସେପ୍ଟେମ୍ୱର ୧୯୫୦ରେ ହାଇଦ୍ରାବାଦରେ ଜନ୍ମଗ୍ରହଣ କରିଥିଲେ ସାବନା ଆଜମି। ତାଙ୍କ ପିତା କାଫି ଆଜମି ଜଣେ ପ୍ରସଦ୍ଧ କବି ଥିଲେ। ମା’ ସୋକତ ଆଜମି ସେହି ସମୟରେ ଜଣେ ଥିଏଟର  କଳାକାର ଥିଲେ।

ଶବାନା ଏବଂ ସୁପରଷ୍ଟାର ରାଜେଶ୍ ଖାନଙ୍କ ଅନସ୍କ୍ରିନ୍ କେମେଷ୍ଟ୍ରୀକୁ ଦର୍ଶକ ବେଶ୍ ପସନ୍ଦ କରିଥିଲେ। ବଲିଉଡଙ୍କୁ ଏମାନେ ୭ଟି ସୁପରହିଟ୍ ଫିଲ୍ମ ଦେଇଛନ୍ତି।  ୧୯୭୪ରେ ରିଲିଜ୍ ହୋଇଥିବା ଶବାନାଙ୍କ ପ୍ରଥମ ଫିଲ୍ମ ‘ଅଙ୍କୁର’ ପାଇଁ ସେ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ‘ନ୍ୟାସନାଲ ଆୱାର୍ଡ’ ପାଇଥିଲେ।

ଶ୍ରେଷ୍ଠ ଅଭିନୟ ପାଇଁ ଶବାନା ୫ ଥର ନ୍ୟାସନାଲ୍ ଆୱାର୍ଡ ପାଇଛନ୍ତି। ଏହାସହିତ ଭାରତ ସରକାର ତାଙ୍କୁ ୧୯୮୮ରେ ‘ପଦ୍ମଶ୍ରୀ’ ଏବଂ ୨୦୧୨ରେ ‘ପଦ୍ମ ଭୂଷଣ’ ସମ୍ମାନ ପ୍ରଦାନ କରିଥିଲେ ।

ଦୀର୍ଘ ୭ବର୍ଷ ଧରି ଫିଲ୍ମ ମେକର୍ ଶେଖର କପୁରଙ୍କ ସହ ସାବନାଙ୍କ ସମ୍ପର୍କ ଥିଲା। ହେଲେ ପରେ ଏହି ସମ୍ପର୍କ ଆଉ ବେଶୀ ଦିନ ଧରି ରହି ନ ଥିଲା। ପରେ ଗୀତିକାର ଓ ଲେଖକ ଜେଭେଦ୍ ଅଖତରଙ୍କ ସହ ୯ ଡିସେମ୍ୱର ୧୯୮୪ରେ ଶବାନା ବିବାହ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos